Breaking News

ଷ୍ଟକ୍ ବଜାରରେ ଅସ୍ଥିରତା: ସେନ୍‌ସେକ୍ସ ଖସିଲା ୯୬୪ ପଏଣ୍ଟ

ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ହ୍ରାସ କରିବ ନା ନାହିଁ, ତାହାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ପ୍ରଭାବରେ ଷ୍ଟକ୍ ବଜାର କାରବାର ଗୁରୁବାର ଅସ୍ଥିର ରହିଥିଲା। ସାରା ବିଶ୍ବ ଆମେରିକାର ସୁଧ ନିଷ୍ପତ୍ତିକୁ ଚାହିରହିଥିଲା।

ମୁମ୍ବାଇ: ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ହ୍ରାସ କରିବ ନା ନାହିଁ, ତାହାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ପ୍ରଭାବରେ ଷ୍ଟକ୍ ବଜାର କାରବାର ଗୁରୁବାର ଅସ୍ଥିର ରହିଥିଲା। ସାରା ବିଶ୍ବ ଆମେରିକାର ସୁଧ ନିଷ୍ପତ୍ତିକୁ ଚାହିରହିଥିଲା। ଅବଶ୍ୟ ତାହା କାହାକୁ ନିରାଶ ନ କରି ସୁଧରେ ୦.୨୫% ହ୍ରାସ କରିଛି। ଏହା ସତ୍ତ୍ବେ ବମ୍ବେ ଷ୍ଟକ୍ ବଜାର ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ନ‌ିବେଶକମାନେ ବିଭିନ୍ନ କମ୍ପାନିର ସେୟାର ବିକ୍ରି କରିଛନ୍ତି। ‌ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୯୬୪ ପଏଣ୍ଟ ହ୍ରାସ ପାଇ ୭୯୨୧୮ ପଏଣ୍ଟରେ ବନ୍ଦ ହୋଇଛି। ‌ସେହି ସମୟରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୪୭ ପଏଣ୍ଟ ହ୍ରାସ ପାଇ ୨୩୯୫୧ ପଏଣ୍ଟରେ ବନ୍ଦ ହୋଇଛି। ଗୁରୁବାର କାରବାର ବେଳେ ନିବେଶକମାନେ ବ୍ୟାଙ୍କ, ଧାତବ ଓ ସୂଚନା ପ୍ରଯୁକ୍ତି କମ୍ପାନିଗୁଡ଼ିକର ସେୟାର ବିକ୍ରି କରିଥିଲେ।

ସେନ୍‌ସେକ୍ସ ଖସିଲା ୯୬୪ ପଏଣ୍ଟ
ନିବେଶକ ହରାଇଲେ ୨.୬୧ ଲକ୍ଷ କୋଟି

 ସେମାନେ ଫାର୍ମା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରର ସେୟାରଗୁଡ଼ିକୁ କିଣୁଥିବା ଦେଖିବାକୁ ମିଳିଥିଲା। ବଜାରରେ ବିକ୍ରି ଯୋଗୁଁ ନିବେଶକମାନେ ୨.୬୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଫ‌ଳରେ ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୪୯ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜ କାରବାରରେ ବଜାଜ୍‌ ଫିନ୍‌ସର୍ଭ, ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ହ୍ରାସ ପାଇଛି। ଡକ୍ଟର ରେଡ୍ଡି, ସିପ୍‌ଲା ଓ ବିପିସିଏଲ୍‌ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ସେନ୍‌ସେକ୍ସରେ ମିଡ୍‌କ୍ୟାପ୍ ଓ ସ୍ମଲ୍‌ କ୍ୟାପ୍ ସୂଚୀ ମଧ୍ୟ ହ୍ରାସ ସହ ବନ୍ଦ ହୋଇଛି। କେବଳ ଭାରତ ନୁହେଁ, ଆମେରିକାରେ ନାସ୍‌ଦାକ୍ ୩.୫୬ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଥିବା ବେଳେ ଜାପାନାର ନିକେଇ, କୋରିଆର କୋପ୍‌ସି ଓ ଚୀନ୍‌ର ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ମଧ୍ୟ ହ୍ରାସ ପାଇଛି। ନ୍ୟାସ୍‌ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ସୂଚନା ଅନୁସାରେ ଗତକାଲି ବୈଦେଶିକ ସଂସ୍ଥାଗତ ନିବେଶକ ୧୩୧୬ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି। କିନ୍ତୁ ଘରୋଇ ସଂସ୍ଥାଗତ ନିବେଶକମାନେ ୪୦୮୪ କୋଟି ଟଙ୍କାର ସେୟାର କିଣିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.