Breaking News

ଷ୍ଟାଲିନଙ୍କୁ ଟାର୍ଗେଟ୍‌ କଲେ ମୋଦୀ: ‘କିଛି ଲୋକଙ୍କର କାନ୍ଦିବା ଅଭ୍ୟାସ ରହିଛି’

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଆବଣ୍ଟନ ହେଉନଥିବା ନେଇ କରିଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖଣ୍ଡନ କରିଛନ୍ତି। ରାମେଶ୍ୱରମରେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଲିନଙ୍କ ନାମ ନ ନେଇ କହଛନ୍ତି ଯେ...

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଆବଣ୍ଟନ ହେଉନଥିବା ନେଇ କରିଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଆଜି ଖଣ୍ଡନ କରିଛନ୍ତି। ରାମେଶ୍ୱରମରେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଲିନଙ୍କ ନାମ ନ ନେଇ କହଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ପୂର୍ବ ସରକାର ତୁଳନାରେ ରାଜ୍ୟର ବିକାଶ ପାଇଁ ତିନି ଗୁଣ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି। ବିକଶିତ ଭାରତର ଯାତ୍ରାରେ ତାମିଲନାଡ଼ୁରର ବହୁତ ବଡ଼ ଭୂମିକା ରହିଛି। ମୁଁ ବିଶ୍ୱାସ କରେ ଯେ ତାମିଲନାଡୁ ଯେତେ ଶକ୍ତିଶାଳୀ ହେବ, ଭାରତ ସେତେ ଶୀଘ୍ର ବିକାଶ କରିବ । ଗତ ଦଶନ୍ଧିମଧ୍ୟରେ କେନ୍ଦ୍ର ସରକାର ତାମିଲନାଡ଼ୁର ବିକାଶ ପାଇଁ ୨୦୧୪ ତୁଳନାରେ ତିନି ଗୁଣ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି। ଏହା ସତ୍ତ୍ୱେ କିଛି ଲୋକଙ୍କର ବିନା କାରଣରେ କାନ୍ଦିବାର ଅଭ୍ୟାସ ରହିଛି ଏବଂ  ସେମାନେ କାନ୍ଦିବାରେ ଲାଗିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ ପୂର୍ବରୁ  ରେଳ ପ୍ରକଳ୍ପ ପାଇଁ ପ୍ରତିବର୍ଷ ମାତ୍ର ୯୦୦ କୋଟି ଟଙ୍କା ମିଳୁଥିଲା। ଚଳିତ ବର୍ଷ ତାମିଲନାଡ଼ୁର ରେଳ ବଜେଟ୍ ୬୦୦୦ କୋଟି ଟଙ୍କାରୁ ଅଧିକ ଏବଂ ଭାରତ ସରକାର ମଧ୍ୟ ଏଠାରେ ୭୭ଟି ରେଳ ଷ୍ଟେସନର ଆଧୁନିକୀକରଣ କରୁଛନ୍ତି। ଏଥିରେ ରାମେଶ୍ୱରମର ରେଳ ଷ୍ଟେସନ ମଧ୍ୟ ରହିଛି।

କେନ୍ଦ୍ରୀୟ ପାଣ୍ଠି ପ୍ରସଙ୍ଗ

ଚିଠି ଦେଉଥିବା ନେତା ତାମିଲରେ ଦସ୍ତଖତ ବି କରୁନାହାନ୍ତି

ସୂଚନାଯୋଗ୍ୟ, ଆବଶ୍ୟକ ପାଣ୍ଠି ପ୍ରଦାନ ନକରି କେନ୍ଦ୍ର ସରକାର ତାମିଲନାଡୁକୁ ଅବହେଳା ଓ ବିଶ୍ୱାସଘାତକତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସେମାନଙ୍କର ଉଚିତ୍‌ ସମ୍ବଳ ଦେଉନାହାନ୍ତି ବୋଲି ଅଭିଯୋଗ କରି ଷ୍ଟାଲିନ କହିଥିଲେ ଯେ ଜିଏସ୍‌ଟି ବ୍ୟବସ୍ଥା ମାଧ୍ୟମରେ ସମସ୍ତ ରାଜ୍ୟ ଟିକସ ହଡ଼ପ କରିବା ପରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ବକେୟା ଅର୍ଥ ବଣ୍ଟନ କରିବାକୁ ମନା କରୁଛନ୍ତି।  ପ୍ରଧାନମନ୍ତ୍ରୀ ଆଜି କେନ୍ଦ୍ରୀୟ ଆବଣ୍ଟନକୁ ନେଇ ସ୍ଥିତି ସ୍ପଷ୍ଟ କରିଦେବା ପରେ ତାମିଲନାଡ଼ୁ ରାଜନୀତି ସରଗରମ ରହିଛି।  ପ୍ରଧାନମନ୍ତ୍ରୀ  ରାଜ୍ୟର କୌଣସି ନେତାଙ୍କ ନାମ ନନେଇ କହିଥିଲେ ଯେ ସେମାନେ ମୋ ପାଖକୁ ପଠାଉଥିବା ଚିଠିରେ ଦସ୍ତଖତ ମଧ୍ୟ ତାମିଲରେ କରୁନାହାନ୍ତି।  ଅତି କମ୍‌ରେ ସେମାନେ ନିଜର ଦସ୍ତଖତ ତାମିଲରେ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.