Breaking News

ସଂସଦ ନିକଟରେ ଆତ୍ମଦାହ ଉଦ୍ୟମ: ୯୦% ଜଳି‌ଗଲେ ଯୁବକ, ୨ ପୃଷ୍ଠାର ନୋଟ୍‌ ଠାବ

ରାଜଧାନୀ ଦିଲ୍ଲୀରେ ଆଜି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନୂଆ ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଛନ୍ତି। ଦିଲ୍ଲୀ ପୁଲିସ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ...

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀରେ ଆଜି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନୂଆ ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଛନ୍ତି। ଦିଲ୍ଲୀ ପୁଲିସ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ନିଜକୁ ନିଆଁ ଲଗାଇଦେବା ପରେ ଦୌଡ଼ିଦୌଡ଼ି ସଂସଦ ଭବନ ଆଡ଼କୁ ଆସୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଛି। ଘଟଣାସ୍ଥଳରୁ ପେଟ୍ରୋଲ ମଧ୍ୟ ଜବତ କରାଯାଇଛି।

ଅପରାହ୍ନ ପ୍ରାୟ ୩ଟା ୩୫ ମିନିଟ୍‌ରେ ଅଗ୍ନିଶମ ବିଭାଗକୁ ଫୋନ୍ ଆସିଥିଲା ଯେ ସଂସଦ ଭବନ ସମ୍ମୁଖରେ ଥିବା ରେଳ ଭବନ ନିକଟରେ ଜଣେ ବ୍ୟକ୍ତି ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏହାପରେ ଅଗ୍ନିଶମ ବାହିନୀର ଏକ ଗାଡ଼ି ତୁରନ୍ତ  ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ସ୍ଥାନୀୟ ପୁଲିସ, ରେଳବାଇ ପୁଲିସ ଏବଂ କିଛି ନାଗରିକ ତୁରନ୍ତ ନିଆଁକୁ ଆୟତ୍ତ କରି ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇଥିଲେ। ସଂସଦ ନିକଟରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ତତ୍ତ୍ବାବଧାନରେ ତାଙ୍କୁ  ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୁଲିସ କହିଛି ଯେ ବ୍ୟକ୍ତି ଜଣକ ୟୁପି ବାଗପତର ବାସିନ୍ଦା । ତାଙ୍କ ନାଁ ଜିତେନ୍ଦ୍ର।   ତାଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ବୋଲି କୁହାଯାଉଛି ଏବଂ ତାଙ୍କର ଏକ ବ୍ୟାଗ୍‌ରୁ ଦୁଇ ପୃଷ୍ଠାର ନୋଟ୍‌ ମିଳିଛି।   ବାଗପତରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାକୁ ନେଇ ସେ ଅସନ୍ତୁଷ୍ଟ ଥିବାରୁ ଏଭଳି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏପର୍ଯ୍ୟନ୍ତ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ।

ଖ୍ରୀଷ୍ଟମାସ ଓ ନୂଆବର୍ଷ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ବେଳେ ଏହି ଘଟଣା ଘଟିଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି। ପୁଲିସ ଟିମ୍ ଲଗାତାର ପାଟ୍ରୋଲିଂ କରୁଛନ୍ତି। ଯାନବାହନ ଗୁଡ଼ିକର ମଧ୍ୟ ଘନ ଘନ ଯାଞ୍ଚ ଜାରି ରହିଛି। ପୁଲିସ ଆତ୍ମଦାହ ଉଦ୍ୟମ ଘଟଣାର ତଦନ୍ତ ଜାରି ରଖିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.