Breaking News

ସଙ୍ଗମ ନଗରୀରେ ହାହାକାର: ଉବୁଟୁବୁ ଉତ୍ତରପ୍ରଦେଶ, ବଢୁଛି ଗଙ୍ଗା-ଯମୁନାର ଯାତନା.. ଜଳବନ୍ଦୀ ଜୀବନ

ଦିନେ ଯେଉଁଠି ପାଦ ପକାଇବାକୁ ଜାଗା ମିଳୁନଥିଲା, ଯେଉଁଠି ବୁଡ଼ ପକାଇବାକୁ ଭିଡ଼ ଲାଗିଥିଲା । ଆଜି ସେଠି ପାଣିର ପ୍ରଳୟ, ପ୍ରକୃତିର ତାଣ୍ଡବଲୀଳା । ବର୍ଷା ପରେ ବନ୍ୟା.. ସବୁଠି ପାଣି ପାଣି..

 

ପ୍ରୟାଗରାଜ:  ଦିନେ ଯେଉଁଠି ପାଦ ପକାଇବାକୁ ଜାଗା ମିଳୁନଥିଲା, ଯେଉଁଠି ବୁଡ଼ ପକାଇବାକୁ ଭିଡ଼ ଲାଗିଥିଲା । ଆଜି ସେଠି ପାଣିର ପ୍ରଳୟ, ପ୍ରକୃତିର ତାଣ୍ଡବଲୀଳା । ବର୍ଷା ପରେ ବନ୍ୟା.. ସବୁଠି ପାଣି ପାଣି.. ଫୁଲିଛି ନଦୀ, ଜଳବନ୍ଦୀ ଜୀବନ, ଗଙ୍ଗା-ଯମୁନାର ଯନ୍ତ୍ରଣାରେ ଜର୍ଜରିତ ଲୋକେ । କେଉଁଠି ବେକେ ଯାଏଁ ପାଣିରେ ନବଜାତକକୁ ଧରି ବାପାମାଆ ପାରି ହେଉଛନ୍ତି ତ ପୁଣି କେଉଁଠି ପାଣି ସୁଅରେ ପଶୁପକ୍ଷୀ ଭାସି ଯାଉଛନ୍ତି । ବୁଡିଛି ଘର, ବୁଡିଛି ମନ୍ଦିର । ପାଣିର ପ୍ରଳୟ ଆଗରେ ପ୍ରୟାଗରାଜରେ ଶୁଭୁଛି ହାହାକାରର ଚିତ୍କାର…

 

 

Screenshot 2025-08-04 140815

 

ସଙ୍ଗମ ନଗରୀ ପ୍ରୟାଗରାଜରେ ଦେଖିବାକୁ ମିଳିଛ ଜଳ ଯନ୍ତ୍ରଣାର ଦୁଃଖଦ ଦୃଶ୍ୟ । ଲଗାଣ ବର୍ଷା ପରେ ନଦୀରେ ବନ୍ୟା ଆସିବା ଫଳରେ ଉତ୍ତରପ୍ରଦେଶର ୧୭ଟି ଜିଲ୍ଲା ଏବେ ଜଳ ଘେରରେ । ୧୭ ଜିଲ୍ଲାରୁ ୧୬ ଜିଲ୍ଲାରେ ଖାଲି ଗଙ୍ଗା ନୁହେଁ ବରଂ ଯମୁନାର ଜଳ ବି ପଶିଯାଇଛି । ଦୁଃଖ ଦେଉଛି ଦୁଇଟି ନଦୀର ଜଳ । ନଦୀକୂଳିଆ ଲୋକେ ଜଳବନ୍ଦୀ ଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଜଳ ପାଇଁ ଜଳୁନି ଚୁଲି, ଉପାସରେ ଲୋକେ ।

ପ୍ରୟାଗରାଜର ସଲୋରୀ, ରାଜାପୁର, ଦାରାଗଞ୍ଜ, ବଧାଡା ପୂରା ପୂରି ପାଣିର ଆଁରେ ବୁଡ଼ି ଯାଇଛି । ମିର୍ଜାପୁର, ବାରଣାସୀ, ଚନ୍ଦୋଲୀ ଆଜି ଅଞ୍ଚଳ ବନ୍ୟା ଘେରରେ ରହିଛି । ବନ୍ୟାରେ ଯଦି ଅଧିକ କେଉଁ ଅଞ୍ଚଳ ପ୍ରଭାବିତ ହୋଇଛି ତାହାଲେ ତାହା ପ୍ରୟାଗରାଜ । ସଙ୍ଗମ ନଗରୀ ହୋଇଥିବାରୁ ଅଧିକ ପ୍ରଭାବ ପଡୁଛି । ପ୍ରୟାଗରାଜରେ ବଡ଼ ବଡ଼ ମନ୍ଦିର ସବୁ ଜଳସମାଧି ନେଇ ସାରିଲାଣି । ମନ୍ଦିର ବୁଡି ଯାଇଥିବା ବେଳେ କେବଳ ଚୁଳି ହିଁ ଦେଖିବାକୁ ମିଳୁଛି । ବନ୍ୟା ପୀଡିତଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି । ସେପଟେ ଯମୁନା ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି । ଆଗ୍ରା, ଇଟାବା, ହମିରପୁର, କାନପୁର ଦେହାତ, ଫତେହପୁର ଆଦି ଅଞ୍ଚଳ ଯମୁନା ନଦୀ ଦ୍ବାରା ପ୍ରଭାବିତ ହୋଇଛି ।

 

 

 

ସୌଜନ୍ୟ – ସମ୍ବାଦ

Comments are closed.