Breaking News

ସନାତନୀ ପ୍ରିମିୟର ସୋ’ରେ ପୁଲିସ ମୁତୟନ: ଜୟ ଶ୍ରୀରାମ ଧ୍ବନୀରେ କମ୍ପଲା ପ୍ରେକ୍ଷାଳୟ

ଆଜି ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ ଓ ‘ମିଶିରି’ ବଡ଼ ପରଦାରେ ମୁକ୍ତିଲାଭ କରିଛି। ଶ୍ରୀୟା ସ୍ବାତୀ ସ୍ତୁତି ସିନେ କମ୍ପ୍ଲେକ୍ସରେ ‘ସନାତନୀ’ର ପ୍ରିମିୟର୍‌ ସୋ’ ହୋଇଥିବା ବେଳେ ଉତ୍କଳ କନିକା ଗାଲେରିଆରେ ‘ମିଶିରି’ ଚଳଚ୍ଚିତ୍ରର ପ୍ରିମିୟର ସୋ ଧୁମ୍‌ଧାମ୍‌ରେ ‌ଅନୁଷ୍ଠିତ ହୋଇଛି।

ଭୁବନେଶ୍ବର: ଆଜି ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ ଓ ‘ମିଶିରି’ ବଡ଼ ପରଦାରେ ମୁକ୍ତିଲାଭ କରିଛି। ଶ୍ରୀୟା ସ୍ବାତୀ ସ୍ତୁତି ସିନେ କମ୍ପ୍ଲେକ୍ସରେ ‘ସନାତନୀ’ର ପ୍ରିମିୟର୍‌ ସୋ’ ହୋଇଥିବା ବେଳେ ଉତ୍କଳ କନିକା ଗାଲେରିଆରେ ‘ମିଶିରି’ ଚଳଚ୍ଚିତ୍ରର ପ୍ରିମିୟର ସୋ ଧୁମ୍‌ଧାମ୍‌ରେ ‌ଅନୁଷ୍ଠିତ ହୋଇଛି। ତେବେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା ଥିବାରୁ ‘ସନାତନୀ’ର ପ୍ରିମିୟର୍‌ ସୋ’ରେ ପୁଲିସ ମୁତୟନ କରାଯାଇଥିଲ।

ଏକ ବାସ୍ତବ କଥାବସ୍ତୁକୁ ନେଇ ‘ସନାତନୀ’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନୀରିହ, ଅପାଠୁଆ ଆଦିବାସୀ କିଭଳି ଷଡ଼ଯନ୍ତ୍ର ଓ ଅନ୍ଧବିଶ୍ବାସର ଶିକାର ହୋଇ ନିଜର ସର୍ବସ୍ବ ହରାଉଛନ୍ତି, ସେସବୁ କଥାକୁ ଚଳଚ୍ଚିତ୍ରରେ ନିଖୁଣ ଭାବେ ଉପସ୍ଥାପନ କରାଯାଇଛି। ସରକାର କୁଢ଼ କୁଢ଼ ଯୋଜନା କରୁଥି‌ଲେ ହେଁ ଏସବୁ ଆଦିବାସୀଙ୍କ ପାଖରେ ପହଞ୍ଚୁନାହିଁ। ମୁଖ୍ୟତଃ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏଠି ପାଇଁ ଅପହଞ୍ଚ। ଶିକ୍ଷାର ଅଭାବ ଯୋଗୁଁ ସେମାନେ ଭୁଲ୍‌ ଠିକ୍‌ ବିଚାର କରି ପାରୁନାହାନ୍ତି। ପାଠ ପଢ଼ିଲେ ଦେବତା କୋପ କରିବେ ବୋଲି ଅନ୍ଧବିଶ୍ବାସରେ ବୁଡ଼ିଛନ୍ତି ଆଦିବାସୀ। ସେମାନଙ୍କର ସରଳତାର ସୁଯୋଗ ନେଇ କିଛି ନିର୍ଦ୍ଧିଷ୍ଟ ଧର୍ମର ବ୍ୟକ୍ତି ସନାତନୀ ଧର୍ମକୁ ନିଚା ଦେଖାଇବା ସହ ପ୍ରଲୋଭନ ଦେଖାଇ ନିଜ ଧର୍ମରେ ସାମିଲ କରୁଛନ୍ତି। ଆଦିବାସୀଙ୍କ ଭିତରେ କିଛି ବ୍ୟକ୍ତି ଅନ୍ୟ ଧର୍ମର ଲୋକଙ୍କ ଦ୍ବାରା ପରିଚାଳିତ ହୋଇ ଗାଁରେ ମଦ ଭାଟି ଖୋଲି ଗାଁକୁ ନଷ୍ଟ କରୁଛନ୍ତି। ଏହି ସମୟରେ ଶ୍ରୀରାମ ନାମକ ଜଣେ ଯୁବକ ପିଲାଦିନର ସାଙ୍ଗକୁ ଖୋଜିବାକୁ ଆଦିବାସୀ ଗାଁରେ ପହଞ୍ଚି ଯାଏ। ବହୁତ କଷ୍ଟରେ ଆଦିବାସୀଙ୍କୁ ଶିକ୍ଷାର ଆଲୋକରେ ଆଲୋକିତ କରେ। ଧର୍ମାନ୍ତୀକରଣକୁ ବିରୋଧ କରିବା ସହ ସବୁ ଧର୍ମକୁ ସମ୍ମାନ ଦେବାକୁ ଲୋକଙ୍କୁ ପରାମର୍ଶ ଦିଏ।

ଜୟ ଶ୍ରୀରାମ ଧ୍ବନୀରେ କମ୍ପଲା ପ୍ରେକ୍ଷାଳୟ
ଚିତ୍ରକରର ପ୍ରେମ କଥା କହିଲା ‘ମିଶିରି’

ବିଦିଶା କ୍ରାଫ୍ଟ ନିବେଦିତ ‘ସନାତନୀ’ ଫିଲ୍ମର ପ୍ରିମିୟର ସୋ’ ଦେଖିବାକୁ ଆଜି ଅନେକ ସାଧୁସନ୍ଥ ଉପସ୍ଥିତ ରହିଥିଲେ। ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜୟଶ୍ରୀରାମ ନାରାରେ କମ୍ପିଥିଲା ପ୍ରେକ୍ଷାଳୟ। ଫିଲ୍ମର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦ୍ଦେଶକ ବାସୁଦେବ ବରାଡ଼, ସଂଳାପକାର ମାନସ ରଞ୍ଜନ ସାମଲ ଓ ଦୀପ୍ତି ପଟ୍ଟନାୟକ, ନାୟକ ସମ୍ବିତ, ନାୟିକା ଆର୍ଲିନ୍ ଅଙ୍କିତା, ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ପ୍ରମୁଖ ଉପସ୍ଥିତ ଥିଲେ। ଫିଲ୍ମରେ ନିର୍ମଳ ନାୟକଙ୍କ ଗୀତକୁ ଅଭିଜିତ୍ ମଜୁମଦାର୍ ଖୁବ୍‌ ସୁନ୍ଦର ଭାବେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ନିର୍ମଲ ଜୈସୱାଲ୍ ପ୍ରଡକସନ, ରିଲ୍ସ ଆଣ୍ଡ ରିଲ୍ସ ଏବଂ ଏ. ଏଣ୍ଟରଟେଣ୍ଟମେଣ୍ଟ ଦ୍ବାରା ପ୍ରଯୋଜିତ ସମ୍ପୂର୍ଣ୍ଣ ପାରିବାରିକ ଓଡ଼ିଆ ଚଳଚ୍ଚିତ୍ର ‘ମିଶିରି’ ଆଜି ମୁକ୍ତିଲାଭ କରିଛି। ପ୍ରଯୋଜକ ନିର୍ମଲ ଜୈସୱାଲ, ସହ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଓ ଆକାଂକ୍ଷା ପାଢ଼ୀ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିଛି। ଜଣେ ଚିତ୍ରକରର ଚିତ୍ରକଳାକୁ ନେଇ ଥିବା ପ୍ରେମ କାହାଣୀ ହେଉଛି ‘ମିଶିରି’। ଫିଲ୍ମର କାହାଣୀ ଶିବା କୁମାର, ନିର୍ଦ୍ଦେଶନା ଶିଶିର ପିନାକୀ, ସଙ୍ଗୀତ ନିର୍ଦ୍ଦେଶନା ଅଭିଷେକ, ଇଶାନ, କୌଶିକ ସମ୍ବାଳିଛନ୍ତି। ଅଭିନେତା ବିଭାସ ପ୍ରସନଜିତ, ଅଭିନେତ୍ରୀ ରୂପଶ୍ରୀଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ କିଣିଛି। ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ଅଛନ୍ତି ଅଭିଜିତ ସିଂ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.