ସନ୍ଗ୍ଲାସ୍… ଆଖିକୁ ଦିଶେ ସୁନ୍ଦର
ବିନା ସନ୍ଗ୍ଲାସ୍ରେ ଖରାଦିନ କଥା ଭାବି ହୁଏନା। ଏହା ଖରାରୁ ଆଖିକୁ ଆରାମ ଦେବାସହ ଲୁକ୍କୁ ଷ୍ଟାଇଲିସ୍ କରାଏ। ବିଭିନ୍ନ ରକମର ଚଷମା ବଜାରରେ ମିେଳ। ତେବେ କିଛି ସନ୍ଗ୍ଲାସ୍ ଅଛି ଯାହାକୁ କେବଳ ଦେଖିବା ସାର, କାରଣ ସେସବୁର ମୂଲ୍ୟ ଆକାଶଛୁଆଁ…
ବିନା ସନ୍ଗ୍ଲାସ୍ରେ ଖରାଦିନ କଥା ଭାବି ହୁଏନା। ଏହା ଖରାରୁ ଆଖିକୁ ଆରାମ ଦେବାସହ ଲୁକ୍କୁ ଷ୍ଟାଇଲିସ୍ କରାଏ। ବିଭିନ୍ନ ରକମର ଚଷମା ବଜାରରେ ମିେଳ। ତେବେ କିଛି ସନ୍ଗ୍ଲାସ୍ ଅଛି ଯାହାକୁ କେବଳ ଦେଖିବା ସାର, କାରଣ ସେସବୁର ମୂଲ୍ୟ ଆକାଶଛୁଆଁ…
ଚୋପାର୍ଡ ଡି ରିଗୋ ଭିଜନ୍: ସବୁଠାରୁ ଦାମୀ ସନ୍ଗ୍ଲାସ୍ ଭାବେ ସ୍ବିସ୍ ଲକ୍ଜ୍ୟୁରି ୱାଚ୍ ମେକର୍ ଓ ଜୁଏଲର୍ ଚୋପାର୍ଡଙ୍କ ‘ଚୋପାର୍ଡ ଡି ରିଗୋ ଭିଜନ୍’ ସନ୍ଗ୍ଲାସ୍ ପରିଚିତ। ଏହାର ମୂଲ୍ୟ ୪୦୮,୦୦୦ ଡଲାର। ଏହି ସନ୍ଗ୍ଲାସ୍ର ଫ୍ରେମ୍ ୬୦ ଗ୍ରାମ୍ର ୨୪ କ୍ୟାରେଟ୍ ସୁନାରେ ତିଆରି ହେବାସହ ଏହାର ଆର୍ମରେ ବ୍ୟବହାର ହୋଇଛି ଡଟେଡ୍ ଗୋଲ୍ଡ। ଏହାବାଦ୍ ୫୧ଟି ଫୁଲ୍ କଟ୍ ରିଭର୍ ଡାଇମଣ୍ଡର ଏକ ସୁନ୍ଦର ଡିଜାଇନ୍ ଭିତରେ ରହିଛି କମ୍ପାନିର ସିଗ୍ନେଚର୍।
ଡଲ୍ଚେ ଆଣ୍ଡ୍ ଗବାନା ଡିଜି୨୦୨୭ବି: ଦାମୀ ସନ୍ଗ୍ଲାସ୍ ଭିତରେ ଡଲ୍ଚେ ଆଣ୍ଡ୍ ଗବାନା ବ୍ରାଣ୍ଡ କେମିତି ବା ନ ରହିବ। ଏହି ସନ୍ଗ୍ଲାସ୍ର ମୂଲ୍ୟ ହେଉଛି ୩୮୩, ୬୦୯ ଡଲାର। ଏଥିରେ ବ୍ରାଉନ୍ ଟିଣ୍ଟେଡ୍ ଲେନ୍ସ, ସୁନାର ରିମ୍ ସହ ହୀରାରେ ଲେଖାଯାଇଛି କମ୍ପାନିର ନାମ।
ସିଲ୍ସ ଜୁଏଲର୍ସ ଏମେରାଲ୍ଡ: ସିଲ୍ସ ଜୁଏଲର୍ସ କମ୍ପାନିର ଏମେରାଲ୍ଡ ସନଗ୍ଲାସ୍ର ସ୍ବତନ୍ତ୍ରତା ହେଉଛି ତା’ର ଇମେରାଲ୍ଡର ଲେନ୍ସ। ଏହି ଲେନ୍ସ ତିଆରି କରିବା ପାଇଁ କମ୍ପାନିକୁ ୫ ବର୍ଷ ଲାଗିଯାଇଥିଲା। କାରଣ ଏମେରାଲ୍ଡକୁ କଟ୍, ପଲିସ୍ ଓ ଆକାର ଦେବା ଥିଲା ସମୟସାପେକ୍ଷ। ଏହାବାଦ୍ ଏହାର ଫ୍ରେମ୍ ଖାଣ୍ଟି ସୁନାରେ ତିଆରି ଏବଂ ଏଥିରେ ହୀରା ଖଚିତ ହୋଇଛି। ତେଣୁ ଏହାର ମୂଲ୍ୟ ୨୦୦,୦୦୦ ଡଲାର।
କାର୍ଟିେୟର୍ ପାନ୍ଥର୍: କାର୍ଟିେୟର୍ ଏକ ବିଳାସପୂର୍ଣ୍ଣ ଫ୍ୟାସନ୍ ବ୍ରାଣ୍ଡ। ପାନ୍ଥର ସନ୍ଗ୍ଲାସ୍ର ନାମ ପଛର କାରଣ ହେଉଛି ଏହାର ଫ୍ରେମ୍ରେ ଲାଗିଥିବା ୧୮ କ୍ୟାରେଟ୍ ହ୍ବାଇଟ୍ ଗୋଲ୍ଡରେ ତିଆରି ପାନ୍ଥରର ଛୋଟ ମୂର୍ତ୍ତି। ଏହାସହ ଏଥିରେ ୫୬୧ଟି ହୀରା, ୬୪୫ଟି ବ୍ଲୁ ସାଫାୟର୍ ବି ଖଚ୍ଚିତ ହୋଇଛି। ଏହାର ଡିଜାଇନ୍ ବହୁତ ଆକର୍ଷକ ଓ ମୂଲ୍ୟ ରହିଛି ୧୫୯,୦୦୦ ଡଲାର।
କ୍ଲିକ୍ ଗୋଲ୍ଡ ୧୮ କ୍ୟାରେଟ୍ ଗୋଲ୍ଡ ସ୍ପୋର୍ଟ: କ୍ଲିକ୍ ଗୋଲ୍ଡ କମ୍ପାନି ଦାମୀ ରିଡିଂ ଗ୍ଲାସ୍ ତିଆରି ପାଇଁ ପରିଚିତ। ଏବେ ଏହା ଦାମୀ ସନ୍ଗ୍ଲାସ୍ ବି ତିଆରି କରୁଛି। ଏହାର ଲେନ୍ସ ଛଡ଼ା ସବୁକିଛି ସୁନାରେ ତିଆରି। ଲେନ୍ସର ପଛଭାଗରେ କାର୍ଲ ଜିସ୍ ସୁପର୍ ଇଟି ଆଣ୍ଟି ରିଫ୍ଲେକ୍ଟିଭ୍ କୋଟ୍ ଦିଆଯାଇଛି। ଏହି ଚଷମାର ଫ୍ରେମ୍ର ପରିପାଟୀ ସ୍ବତନ୍ତ୍ର। ଏହାର ବ୍ରିଜ୍ରେ ମାଗ୍ନେଟିକ୍ ଫ୍ରଣ୍ଟ କନେକ୍ସନ୍ ସିଷ୍ଟମ୍ ରହିଛି। ଏହାର ମୂଲ୍ୟ ୭୫,୦୦୦ ଡଲାର।
ଲକ୍ଜ୍ୟୁରିଏଟର୍ ଷ୍ଟାଇଲ୍ ୨୩ କାନାରି ଡାଇମଣ୍ଡ: ଲସ୍ଏଞ୍ଜେଲ୍ସର ‘ଜୁଏଲେରି ବାଏ ଫ୍ରାଙ୍କୋ’ ତିଆରି କରିଛନ୍ତି ଷ୍ଟାଇଲ୍ ୨୩ ନାମକ ଏହି ଦାମୀ ସନ୍ଗ୍ଲାସ୍। ଏଥିରେ ୧୮ କ୍ୟାରେଟ୍ ସୁନାର ଫ୍ରେମ୍ ସହ ୧୩୨ଟି ହୀରା ଖଚିତ ହୋଇଛି। ଏଥିରେ ଫଟୋକ୍ରୋମିକ୍ ଲେନ୍ସ ବ୍ୟବହାର ହୋଇଛି ଏବଂ ଏହା ତା’ର ଟିଣ୍ଟ ବଦଳାଇଥାଏ। ଏହାର ମୂଲ୍ୟ ୬୫,୦୦୦ ଡଲାର।
ମେବାକ୍ ଦି ଡିପ୍ଲୋମାଟ୍ ୱାନ୍: ମେବାକ୍ ଜର୍ମାନୀର ଏକ ବିଳାସପୂର୍ଣ୍ଣ କାର୍ ବ୍ରାଣ୍ଡ। ଏହା ସନ୍ଗ୍ଲାସ୍ ଇଣ୍ଡଷ୍ଟ୍ରିରେ ବି ପାଦ ଥାପିଛି। ଯାହାର ନାଁ ହେଉଛି ‘ଦି ଡିପ୍ଲୋମାଟ୍ ୱାନ୍’। ଏହି ସନ୍ଗ୍ଲାସ୍ ୧୮ କ୍ୟାରେଟ୍ ସୁନାରେ ତିଆରି। ଏଥିରେ ୧୭୪ଟି ହ୍ୟାଣ୍ଡ କ୍ରାଫ୍ଟେଡ୍ ହୀରା ବି ଖଚିତ ହୋଇଛି। ଏହାର ମୂଲ୍ୟ ରହିଛି ୬୦,୦୦୦ ଡଲାର।
ସୌଜନ୍ୟ-ସମ୍ୱାଦ
Comments are closed.