Breaking News

ସମାଜ ପାଇଁ ଅଭିଶାପ ଲିଭ୍‌-ଇନ୍‌ ରିଲେସନସିପ୍‌ , ମହିଳା ଆୟୋଗ କହିଲେ ମହିଳାମାନେ ହିଁ ହେଉଛନ୍ତି ଶିକାର

ନୂଆଦିଲ୍ଲୀ : ହରିଆଣା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରେନୁ ଭାଟିଆ ଲିଭ୍‌-ଇନ୍‌ ରିଲେସନସିପ୍‌କୁ ସମାଜ ପାଇଁ ଅଭିଶାପ ଭାବେ ଦର୍ଶାଇଛନ୍ତି। ଯୁବପିଢି ମଧ୍ୟରେ ପାରମ୍ପରିକ ସାଂସ୍କୃତିକ ମୂଲ୍ୟବୋଧ ଓ ରୀତିନୀତିକୁ ପୁନଃସ୍ଥାପିତ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରଥା ଯୋଗୁଁ ସମାଜରେ ମହିଳାଙ୍କୁ ସବୁଠୁ ଅଧିକ କ୍ଷତି ହେଉଛି ଏବଂ ଏହି ପ୍ରବୃତ୍ତି ଏକ କଳା ଚିହ୍ନ (ବ୍ଲାକ୍‌ ସ୍ପଷ୍ଟ) ପରି ମନେ ହୋଇଥାଏ।

ରେନୁ ଭାଟିଆ ଜିଲ୍ଲା ମୁଖ୍ୟାଳୟରେ ମହିଳା-ସମ୍ୱନ୍ଧିତ ମାମଲାର ଶୁଣାଣି ବେଳେ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ, ଏବେ ସମୟ ଆସି ଯାଇଛି ଯେ, ମାତା ପିତା ପୁରୁଣା ରୀତି ନୀତି ଓ ପରମ୍ପରାର ମହତ୍ତ୍ୱକୁ ବୁଝନ୍ତୁ, ଯାହାକି ସମାଜର ସନ୍ତୁଳିତ ସରଞ୍ଚନାର ଦୃଢ ସ୍ତମ୍ଭ। ଶିକ୍ଷା ପ୍ରଣାଳୀକୁ ମଧ୍ୟ ଏହା ସୁନିଶ୍ଚିତ କରିବା ଉଚିତ୍‌ ଯେ, ଏହି ମୂଲ୍ୟବୋଧ ନୂଆ ପିଢି ଯାଏ ପହଞ୍ଚୁ, ଯାହାକି ଯୁବ ସମାଜ ପାଇଁ ହାନିକାରକ ମାନଦଣ୍ଡର ଶିକାର ନହେଉ। ସେ ଏହା ମଧ୍ୟ କହିଛନ୍ତି କି, ଗୋଟିଏ ପରିବାରରେ ଦୁଇଜଣ ଝିଅର ବିବାହ କରିବା ପ୍ରଥାର ନକାରାତ୍ମକ ପ୍ରଭାବ ସାମନାକୁ ଆସିଛି, ଯେଉଁଠି ପୀଡ଼ିତାଙ୍କୁ ଶୋଷଣର ଅଭିଯୋଗ ସାଧାରଣ ହୋଇ ଯାଇଛି।

ରେନୁ ଭାଟିଆ ମହିଳାଙ୍କର ଗାରିମା ଓ ଅଧିକାର ଗୁଡ଼ିକ ଉପରେ କୌଣସି ପ୍ରକାରର ହମଲାକୁ ସହ୍ୟ ନକରିବାକୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି କି, ମହିଳା ଆୟୋଗ ହରିଆଣାରେ ମହିଳାଙ୍କ ସମସ୍ୟା ଗୁଡ଼ିକୁ ବୁଝିବା ଓ ଏହାର ସମାଧାନ କରିବାରେ ସକ୍ରିୟ ଭୂମିକା ତୁଳାଉଛନ୍ତି।

ଗୁରୁବାର ଆୟୋଜିତ ବୈଠକରେ ମହିଳା ଆୟୋଗ ୧୨ଟି ଅଭିଯୋଗର ସମାଧାନ କରିଛି। ଏହି ସମୟରେ ଡିଏସପି ମହେନ୍ଦ୍ର ସିଂହ , ସୁରେଶ ଭଡ଼ାନା, ନରେନ୍ଦ୍ର କୁମାର , ନରେଶ କୁମାର, ୱାନ ଷ୍ଟପ ସେଣ୍ଟରର ଇନଚାର୍ଜ ସ୍ୱପ୍ନା, ଅନୁରାଣା, ଅଳ୍ପନା ମିତ୍ତଲ ,ସମ୍ୱନ୍ଧିତ ଥାନାର ଅଧିକାରୀ ଓ ଅଭିଯୋଗକାରୀ ଉପସ୍ଥିତ ଥିଲେ। ରେଣୁ ଭାଟିଆ ସ୍ପଷ୍ଟ କରିଛନ୍ତି ଯେ, ହରିଆଣା ମହିଳା ଆୟୋଗ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଯଥା ସମ୍ଭବ କାର୍ଯ୍ୟାନୁଷ୍ଠାନ କରିବ ଏବଂ ମହିଳା ଅଧିକାରୀଙ୍କ ରକ୍ଷାରେ କୌଣସି ଅବହେଳ କରିବ ନାହିଁ।

ସୌଜନ୍ୟ-ପ୍ରମେୟ

Comments are closed.