Breaking News

ସମ୍ପତ୍ତି ପାଇଁ ଶିଳ୍ପପତିଙ୍କୁ ହତ୍ୟା କଲା ନାତି: ୭୦ରୁ ଅଧିକ ଥର ଛୁରିମାଡ଼ କରିଛି

ସମ୍ପତ୍ତି ବିବାଦକୁ ନେଇ ଭେଲଜାନ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିଷ୍ଠାତା ବେଲାମତୀ ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ଘରେ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟାର ତିନି ଦିନ ପରେ ପୁଲିସ...

ହାଇଦ୍ରାବାଦ: ସମ୍ପତ୍ତି ବିବାଦକୁ ନେଇ ଭେଲଜାନ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିଷ୍ଠାତା ବେଲାମତୀ ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ଘରେ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟାର ତିନି ଦିନ ପରେ ପୁଲିସ ରବିବାର ତାଙ୍କ ନାତି କିଲାରୁ କୀର୍ତ୍ତି ତେଜାଙ୍କୁ ଗିରଫ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ହାଇଦ୍ରାବାଦରେ ରହୁଥିବା ଏହି ଶିଳ୍ପପତିଙ୍କ ଆଘାତରୁ ଜଣାପଡୁଛି ଯେ ଅଭିଯୁକ୍ତ ତାଙ୍କୁ ୭୦ରୁ ଅଧିକ ଥର ଛୁରିମାଡ଼ କରିଛି। ତେଜା ତାଙ୍କ ମା’ଙ୍କୁ ମଧ୍ୟ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି ଏବଂ ସେ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି। ଗୁରୁବାର ରାତିରେ (ଫେବ୍ରୁଆରି ୬) ୨୯ ବର୍ଷୀୟ ତେଜା ଅଜାଙ୍କ ସହ ସମ୍ପତ୍ତି ବାଣ୍ଟିବାକୁ ନେଇ ଯୁକ୍ତିତର୍କ କରିଥିଲେ।

ରାଗରେ ସେ ଅଜାଙ୍କୁ ବାରମ୍ବାର ଛୁରି ମାଡ଼ କରିଥିଲେ ବୋଲି ପଞ୍ଜାଗୁଟା ଇନ୍ସପେକ୍ଟର ବି ଶୋଭନ କହିଛନ୍ତି। ଅଜାଙ୍କୁ ହତ୍ୟା କରିବା ପରେ ତେଜା ଘର ଛାଡ଼ି ପଳାଇଥିଲେ। ତେବେ ତାଙ୍କ ଘରଠାରୁ ଅଳ୍ପ ଦୂର ପଞ୍ଜଗୁଟ୍ଟା ଫ୍ଲାଏ ଓଭର ନିକଟରୁ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ତେଜା ନିକଟରେ ଆମେରିକାରେ ସ୍ନାତକୋତ୍ତର ଶେଷ କରି ହାଇଦ୍ରାବାଦ ଫେରିଥିଲେ। ସେ ହାଇଦ୍ରାବାଦର ପଶ୍ଚିମ କରିଡରରେ ଥିବା ଲାନକୋ ହିଲ୍ସରେ ରହୁଥିଲେ। ତେଜା ଭାବୁଥିଲେ ତାଙ୍କ ପ୍ରତି ଭେଦଭାବ କରାଯାଉଛି। ରାଓଙ୍କର ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ହତ୍ୟାକାଣ୍ଡ ଦିନ ସେ ସନ୍ଧ୍ୟାରେ ମା’ଙ୍କ ସହ ଅଜାଙ୍କ ଘରକୁ ଯାଇଥିଲେ। ଆକ୍ରମଣ ବେଳେ ମା’ ତାଙ୍କ ପୁଅକୁ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.