Breaking News

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୫: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌ (ଜେଏସ୍‌ପି) ଭାରତର ଅନ୍ୟତମ ଅଗ୍ରଣୀ ବ୍ୟାବସାୟିକ ସଂସ୍ଥା ଯାହାର ଇସ୍ପାତ, ଖଣି, ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି। ଭାରତ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ...

ସିଏସ୍ଆର୍

ପ୍ଲାଟିନମ୍; ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର୍‌

ପଙ୍କଜ ମଲହାନ୍
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଜେଏସ୍‌ପିଏ

ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌ (ଜେଏସ୍‌ପି) ଭାରତର ଅନ୍ୟତମ ଅଗ୍ରଣୀ ବ୍ୟାବସାୟିକ ସଂସ୍ଥା ଯାହାର ଇସ୍ପାତ, ଖଣି, ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି। ଭାରତ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ବ୍ୟାବସାୟିକ କାର୍ଯ୍ୟକଳାପ ସହିତ ଜେଏସ୍‌ପି ଏହାର ମନୋନୀତ ଶିଳ୍ପରେ ଏକ ବିଶ୍ୱସ୍ତରୀୟ ସଂସ୍ଥା ଭାବରେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିଛି। ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ବରେ କମ୍ପାନି ପରିଚାଳିତ ହେଉଛି। କମ୍ପାନିର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଶାଖା ହେଉଛି ଜିନ୍ଦଲ ଫାଉଣ୍ଡେସନ୍‌ ଯାହା ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ଜିନ୍ଦଲ ଫାଉଣ୍ଡେସନ୍‌ ମାନବତା ପାଇଁ ଉତ୍ସର୍ଗୀକୃତ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ପରିବର୍ତ୍ତନ ଏଜେଣ୍ଟ୍‌ମାନଙ୍କର ଏକ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରି ମାନବ ବିକାଶ ସୂଚକାଙ୍କରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଉଛି । ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିରନ୍ତର ସାମାଜିକ ବିକାଶ ପଦକ୍ଷେପର ମାର୍ଗଦର୍ଶକ ହେଉଛି ଫାଉଣ୍ଡେସନ୍‌ । ଏହାର ବ୍ୟାବସାୟିକ ସ୍ଥାନଗୁଡ଼ିକରେ ଗୋଷ୍ଠୀ ସ୍ୱାସ୍ଥ୍ୟସେବା ଓ ଶିକ୍ଷାରେ ଉନ୍ନତି ଆଣିବା, ନିରନ୍ତର ଜୀବିକା ବିକଳ୍ପ ସୃଷ୍ଟି କରିବା, କ୍ରୀଡ଼ା, କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାବସାୟିକ ସ୍ଥାନ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଲୋକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ନାଗରିକ ଭିତ୍ତିଭୂମିର ବିକାଶ ଉପରେ ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରୁଛି । ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କୁ ଦେଶର ମୁଖ୍ୟସ୍ରୋତର ବିକାଶ ପ୍ରକ୍ରିୟାରେ ସାମିଲ କରିବା ଉଦ୍ଦେଶ୍ୟରେ ଫାଉଣ୍ଡେସନ୍ ଏହାର କାର୍ଯ୍ୟକ୍ରମଗୁଡ଼ିକୁ ସରକାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ଏଜେନ୍ସିମାନଙ୍କ ସହ ଯୋଡ଼ିଛି। ଏହି ଫାଉଣ୍ଡେସନ୍ ସ୍ୱାସ୍ଥ୍ୟ ଓ ପୋଷଣ, ଜଳ ଓ ପରିମଳ, ଶିକ୍ଷା, ଦକ୍ଷତା ବିକାଶ, ନିରନ୍ତର ଜୀବିକା ଓ ମହିଳା ସଶକ୍ତୀକରଣ, ପରିବେଶ ଓ କୃଷି, କ୍ରୀଡ଼ା, କଳା ଓ ସଂସ୍କୃତି, ଗ୍ରାମୀଣ ଭିତ୍ତିଭୂମି ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ କେତେକ ସ୍ଥାୟୀ ସାମାଜିକ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ସାମଗ୍ରିକ ଗୋଷ୍ଠୀ ପଦକ୍ଷେପ ଗ୍ରହଣ କରୁଛି ।

ସିଲ୍‌ଭର, କାନାରା ବ୍ୟାଙ୍କ

ଜଗଦୀଶ ଚନ୍ଦର
ମହାପ୍ରବନ୍ଧକ ଓ ରାଜ୍ୟ ମୁଖ୍ୟ

କାନାରା ବ୍ୟାଙ୍କ ୧୧୯ ବର୍ଷର ପୁରୁଣା। ଦେଶର ଏହା ଚତୁର୍ଥ ବୃହତ୍ ସରକାରୀ ବ୍ୟାଙ୍କ। ଦେଶ ଭିତରେ ଏହି ବ୍ୟାଙ୍କର ୯୮୫୩ଟି ଶାଖା ଥିବାବେଳେ ନ୍ୟୁୟର୍କ, ଲଣ୍ଡନ ଏବଂ ଦୁବାଇରେ ୩ଟି ଶାଖା ରହିଛି। ଏଥିସହିତ ଗୁଜରାଟର ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଏକ ଶାଖା ରହିଛି। ଦେଶରେ କାନାରା ବ୍ୟାଙ୍କର ୨୩ଟି ବୃହତ୍ କର୍ପୋରେଟ୍ ଶାଖା ଏବଂ ୫୨ଟି ମଧ୍ୟମଧରଣର କର୍ପୋରେଟ୍ ଶାଖା ରହିଛି। ଏଗୁଡ଼ିକ କର୍ପୋରେଟ୍ ଗ୍ରାହକଙ୍କ ସହିତ ସ୍ବତନ୍ତ୍ରଭାବେ ବ୍ୟବସାୟ କରିଥାଏ। ଗ୍ଲୋବାଲ୍‌ ଫୋରେକ୍ସ କାରବାର, ଦେଶ ଭିତରେ ଆଇସି/ବିଜି, ବିଦେଶୀ ଆଇସି/ବିଜିଗୁଡ଼ିକୁ ପରିଚାଳନା ପାଇଁ ବ୍ୟାଙ୍କର କେନ୍ଦ୍ରୀକୃତ ବ୍ୟବସ୍ଥା ରହିଛି। ଓଡ଼ିଶାରେ କାନାରା ବ୍ୟାଙ୍କର ୨୮୧ଟି ଶାଖା ରହିଛି। ସେଥିରେ ଗୋଟିଏ ବୃହତ୍ କର୍ପୋରେଟ୍ ଶାଖା ଏବଂ ଗୋଟିଏ ମଧ୍ୟମଧରଣର କର୍ପୋରେଟ୍ ଶାଖା କାର୍ଯ୍ୟ କରୁଛି। ବ୍ୟାଙ୍କର ୫ଟି ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ବର, କଟକ, ବ୍ରହ୍ମପୁର, ଭଦ୍ରକ ଏବଂ ସମ୍ବଲପୁରରେ ରହିଛି। ରାଜ୍ୟର ୩୦ଟି ଜିଲ୍ଲାର ସହରାଞ୍ଚଳ, ଅର୍ଦ୍ଧସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଦେଉଛି। ଏଥିସହିତ ୫ଟି ଏମ୍ଏସ୍ଏମ୍ଇ ସୁଲଭ ଏବଂ ୫ଟି ଆର୍ଏଏଚ୍ ରହିଛି ଯେଉଁଗୁଡ଼ିକରେ ଯଥାକ୍ରମେ ଏମ୍ଏସ୍ଏମ୍ଇ ଏବଂ ଖୁଚୁରା ଋଣର ପ୍ରକ୍ରିୟାକରଣ କାର୍ଯ୍ୟ ସଂପାଦନ ହେଉଛି। ବ୍ୟାଙ୍କ ସିଏସ୍ଆର୍‌କୁ କେବଳ ଅନୁପାଳନ କରେନାହିଁ ବରଂ ଲୋକ, ପୃଥିବୀ ଏବଂ ଲାଭ ଭଳି ତିନିଟି ପ୍ରମୁଖ ପ୍ରସଙ୍ଗକୁ ନେଇ ବ୍ୟାବସାୟିକ କାର୍ଯ୍ୟ କରିଥାଏ। ଜୀବିକା ସୃଷ୍ଟି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରରେ ସମଭାବାପନ୍ନ ସଂସ୍ଥା ସହିତ ମିଶି ବ୍ୟାଙ୍କ କାର୍ଯ୍ୟ କରିଥାଏ। ବ୍ୟାଙ୍କର ସିଏସ୍ଆର୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏଥିପାଇଁ ବ୍ୟାଙ୍କ ଅନେକ ପୁରସ୍କାର ଓ ସ୍ବୀକୃତି ପାଇଛି।

ଲାର୍ଜ

ଏନ୍‌ଟିପିସି, ତାଳଚେର ସୁପର୍‌ ଥର୍ମାଲ୍‌ ପାୱାର୍‌ ଷ୍ଟେସନ୍‌

ଏ କେ ସିଂଘଲ
ବ୍ୟବସାୟ ୟୁନିଟ୍‌ ମୁଖ୍ୟ, ଏନ୍‌ଟିପିସି କଣିହାଁ

ଏନ୍‌ଟିପିସି ଭାରତ ସରକାରଙ୍କର ଏକ ମହାରତ୍ନ କମ୍ପାନି ଏବଂ ଦେଶର ସର୍ବବୃହତ୍ ସମନ୍ବିତ ଶକ୍ତି ଉତ୍ପାଦନକାରୀ ସଂସ୍ଥା। ବର୍ତ୍ତମାନ ଏହାର  ମୋଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୭୬,୫୩୦.୬୮ ମେଗାୱାଟ୍‌ ରହିଛି।  କେବଳ ତାପଜ ଶକ୍ତି କ୍ଷେତ୍ରରେ ନୁହେଁ, ସୌର ଠାରୁ ଆରମ୍ଭ କରି ଜଳ ଏବଂ ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି କମ୍ପାନି କରୁଛି। ଏଥିସହିତ କମ୍ପାନି କୋଇଲା ଖଣି ବ୍ୟବସାୟରେ ବି ପ୍ରବେଶ କରିଛି। ୨୦୩୨ ମସିହା ସୁଦ୍ଧା ଏନ୍‌ଟିପିସିର ମୋଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୧୩୦ ଗିଗାୱାଟ୍‌କୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରୁ ପ୍ରାୟ ୬୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ସରୁ ଆସିବ। ଏନ୍‌ଟିପିସି ତା‌ଳଚେର କଣିହାଁ ଆମ ରାଜ୍ୟର ଅନୁଗୁଳ ଜିଲ୍ଲାରେ ରହିଛି। ଏହା ଏନ୍‌ଟିପିସିର ଦ୍ବିତୀୟ ବୃହତ୍ ବିଦ୍ୟୁତ୍‌ ପ୍ଲାଣ୍ଟ୍‌। ଏହାର ମୋଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୩୦୧୦ ମେଗାୱାଟ୍‌ ହୋଇଥିବାବେଳେ ଏଥିରରେ ସୌରଶକ୍ତି ଉତ୍ପାଦନ କ୍ଷମତା ହେଉଛି ୧୦ ମେଗାୱାଟ୍‌। କମ୍ପାନି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମରେ ଗୋଷ୍ଠୀ ବିକାଶ ଉପରେ ଗୁରୁତ୍ୱ ଦେଉଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଏବଂ ଲିଙ୍ଗଗତ ସଶକ୍ତୀକରଣ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ। କମ୍ପାନିର ଏକ ବାଳିକା ସଶକ୍ତୀକରଣ କାର୍ଯ୍ୟକ୍ରମ ରହିଛି ଯାହା ବାଳିକା ଶିକ୍ଷା  ବିକାଶ ଉପରେ ଧ୍ୟାନ ଦେଉଛି। ମହିଳାମାନଙ୍କୁ ସ୍ବାବଲମ୍ବୀ ହେବା, ଡିଜିଟାଲ୍‌ ସାକ୍ଷରତା, ସ୍ବାସ୍ଥ୍ୟ ଓ ପୋଷଣ ଉପରେ ତାଲିମ ଦେଇ ସେମାନଙ୍କୁ ସଶକ୍ତ କରାଯାଉଛି।

ଗୋଲ୍ଡ

ଲାଲ୍‌ଚନ୍ଦ୍‌ ଜୁଏଲର୍ସ

ସଞ୍ଜୟ ହଂସ
ପ୍ରତିଷ୍ଠାତା ଅଧ୍ୟକ୍ଷ

ଲାଲ୍‌ଚନ୍ଦ୍‌ ଗ୍ରୁପ୍ ହେଉଛି ଓଡ଼ିଶାର ଏକ ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଯାହା ଗହଣା, ଲକ୍‌ଜୁରି ର‌ିଟେଲ୍, ଆତିଥେୟତା ଓ ରିଅଲ୍ ଇଷ୍ଟେଟ୍ କାରବାରରେ ସକ୍ରିୟ ରହିଛି। ତିନି ଦଶନ୍ଧି ପୂର୍ବେ ଭୁବନେଶ୍ବରରେ ଏକ ଛୋଟିଆ ରୁପା ଉପହାର ଦୋକାନରୁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ପୂର୍ବ ଭାରତର ଅନ୍ୟତମ ସର୍ବବୃହତ୍‌ ଗହଣା ସୋ’ରୁମ୍‌ରେ ପରିଣତ ହୋଇପାରିଛି। କେବଳ ସେତିକି ନୁହେଁ ଏହାର ଉପସ୍ଥିତି ଦେଶର ରାଜଧାନୀ ନୂଆଦିଲ୍ଲୀରେ ବି ରହିଛି। ନିଜ ଯାତ୍ରା ଆରମ୍ଭ କରିବା ପରଠାରୁ ଏକ ଅତ୍ୟାଧୁନିକ ମଲ୍, ସହର ମଧ୍ୟଭାଗରେ ଏକ ବିଳାସପୂର୍ଣ୍ଣ ହୋଟେଲ୍ ଜରିଆରେ ଏହା ନିଜର ଉପସ୍ଥିତି ଜାହିର କରିଛି। ବିଭିନ୍ନ ଶିଳ୍ପ ପୁରସ୍କାର ସହିତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନେକ ମାନ୍ୟତାକୁ ଲାଲ୍‌ଚନ୍ଦ୍‌ ବିଗତ ଦିନଗୁଡ଼ିକରେ ହାସଲ କରିଛି। ଲାଲ୍‌ଚନ୍ଦ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ହେଉଛନ୍ତି ସଞ୍ଜୟ ହଂସ। ଲାଲ୍‌ଚନ୍ଦ୍‌ ଗ୍ରୁପ୍‌ର ପ୍ରାରମ୍ଭିକ ଦିନଗୁଡ଼ିକରେ ଶ୍ରୀ ହଂସ କଠିନ ପରିଶ୍ରମ କରିବା ସହ ଓଡ଼ିଶାର ଲୋକମାନଙ୍କ ଭିତରେ ଶୁଦ୍ଧ ସୁନା କିଣିବାର ମହତ୍ତ୍ବକୁ ନେଇ ସଚେତନତା ସୃଷ୍ଟି କରିଛନ୍ତି। ତାଙ୍କ ନିରନ୍ତର ଉଦ୍ୟମ ପାଇଁ ଲାଲ୍‌ଚନ୍ଦ୍‌ ଜୁଏଲର୍ସ ରାଜ୍ୟର ଘରେ ଘରେ ପରିଚିତ ନାମ ହୋଇପାରିଛି। ଲାଲ୍‌ଚନ୍ଦ୍‌ ଗ୍ରୁପ୍ ଅଧୀନରେ ଲାଲ୍‌ଚନ୍ଦ୍‌ ଜୁଏଲର୍ସ, ଲାଲ୍‌ଚନ୍ଦ୍‌ ବିଲଡର୍ସ, ଲାଲ୍‌ଚନ୍ଦ୍‌ ରିସୋର୍ଟସ୍ ଓ ଏଲ୍‌ସିଜେ ଡେଭଲପର୍ସ ଭଳି ସଂସ୍ଥା ରହିଛି। କମ୍ପାନି ରାଜ୍ୟରେ ଏକ ପଞ୍ଚ ତାରକା ରିସୋର୍ଟ ନିର୍ମାଣ କରୁଛି।

ସିଲ୍‌ଭର

ଏସ୍‌ଭିଟି ଲଜିଷ୍ଟିକ୍ସ

ରାକେଶ କୁମାର ଅଗ୍ରୱାଲ ଓ ବିନୟ ଗୁପ୍ତା
ପ୍ରତିଷ୍ଠାତା

ଏସ୍‌ଭିଟି ଲଜିଷ୍ଟିକ୍ସ ହେଉଛି ଭୁବନେଶ୍ବରର ଅନ୍ୟତମ ବୃହତ୍ ଫ୍ଲିଟ୍ ଅପରେଟର। ଏହା ହେଉଛି ବିନାୟକ ଗ୍ରୁପ୍‌ର ଏକ ଅଂଶ ଯାହା ବିନୟ ଗୁପ୍ତା ଓ ରାକେଶ ଅଗ୍ରୱାଲଙ୍କ ଦ୍ବାରା ପରିଚାଳିତ ହେଉଛି। ଅଭିନବ, ପ୍ରଭାବଶାଳୀ ଓ ସୁଲଭ ସମାଧାନ ପ୍ରଦାନ କରି ଭାରତୀୟ ଲଜିଷ୍ଟିକ୍ସ ଦୃଶ୍ୟପଟରେ ରୂପାନ୍ତରଣ ଆଣିବାକୁ କମ୍ପାନି ପ୍ରତିବଦ୍ଧ ରହିଛି। ବିନିର୍ମାଣ, ଖଣି ଓ ବନ୍ଦର ଭଳି ବିଭିନ୍ନ ପ୍ରକାର ଶିଳ୍ପ କ୍ଷେତ୍ରକୁ କମ୍ପାନି ବ୍ୟାପକ ଲଜିଷ୍ଟିକ୍ସ ସେବା ପ୍ରଦାନ କରୁଛି। କମ୍ପାନି ଭାରତର ଅଗ୍ରଣୀ ଲଜିଷ୍ଟିକ୍ସ ସହଯୋଗୀ ହେବାକୁ ଲକ୍ଷ୍ୟ ରଖିଛି। ଅତ୍ୟାଧୁନିକ ପ୍ରଯୁକ୍ତି, ଉଲ୍ଲେଖନୀୟ ସେବା ମାନ ଓ ବ୍ୟବସାୟଗୁଡ଼ିକ ସାମ୍ନା କରୁଥିବା ଆହ୍ବାନଗୁଡ଼ିକୁ ଭଲ ଭାବେ ବୁଝି ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ବିପ୍ଳବ ଆଣିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏସ୍‌ଭିଟି ଲଜିଷ୍ଟିକ୍ସ ପକ୍ଷରୁ ବଲ୍କ ମିନେରାଲ୍, ପଣ୍ୟ ପରିବହନ, ଅଟୋମୋବାଇଲ୍ କ୍ୟାରିୟର, ଇସ୍ପାତ ପରିବହନ, ଉପକରଣ ପରିଚାଳନା ଏବଂ ବନ୍ଦରରେ ଷ୍ଟିଭେଡୋରିଂ ସେବା ପ୍ରଦାନ କରାଯାଉଛି। ବାସ୍ତବ ସମୟ ଟ୍ରାକିଂ, ଡାଟା ଆନାଲିଟିକ୍ସ ଓ ସ୍ବୟଂକ୍ରିୟ ପ୍ରକ୍ରିୟାକୁ ବ୍ୟବହାର କରି କମ୍ପାନି ଲଜିଷ୍ଟିକ୍ସ ପ୍ରକ୍ରିୟାର ପ୍ରତିଟି ଦିଗରେ ଉନ୍ନତି ଆଣିପାରିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.