Breaking News

‘ସମ୍ବାଦ ଭବନ’ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉପରେ ବୈଠକ

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉପରେ ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ‘ସମ୍ବାଦ ଭବନ’ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ....

 ‘ସମ୍ବାଦ ଭବନ’ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉପରେ ବୈଠକ

 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉପରେ ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ‘ସମ୍ବାଦ ଭବନ’ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଭୁବନେଶ୍ୱର କାର୍ଯ୍ୟାଳୟର ଆଞ୍ଚଳିକ ଭବିଷ୍ୟନିଧି ଓ ପ୍ରବର୍ତ୍ତନ ଅଧିକାରୀ ଚିତ୍ତରଞ୍ଜନ ସ୍ବାଇଁ ଯୋଗଦେଇ ଏହି ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଯୋଜନାରେ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ଉପକୃତ ହେବା ଭଳି ବ୍ୟବସ୍ଥା ରହିଛି। ସର୍ବଭାରତୀୟ ସ୍ତରରେ ଏହି ଯୋଜନା ଦ୍ୱାରା ୩.୫ କୋଟି କର୍ମଚାରୀ ଉପକୃତ ହେବେ।

ଯୋଜନାରେ ଦୁଇଟି ଭାଗ ରହିଛି। ପ୍ରଥମ ଭାଗରେ ଚାକିରି କ୍ଷେତ୍ରରେ ନୂଆ କରି ଯୋଗ ଦେବାକୁ ଥିବା କର୍ମଚାରୀମାନେ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇଟି ଦରମା ପାଇପାରିବେ। ସେହିପରି ନିଯୁକ୍ତିଦାତା ବର୍ଗରେ ଅତିରିକ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଅନୁଷ୍ଠାନ ପାଇଁ ପ୍ରତି କର୍ମଚାରୀ ପିଛା ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି ବୋଲି ଶ୍ରୀ ସ୍ବାଇଁ କହିଥିଲେ। ଏହି ଯୋଜନାରେ ଅନୁଷ୍ଠାନଗୁଡ଼ିକ ପ୍ରୋତ୍ସାହନ ରାଶି ପାଇ ଉପକୃତ ହୋଇପାରିବେ ଏବଂ ଦେଶରେ ନୂଆ ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିବ। ପ୍ରୋତ୍ସାହନ ରାଶିକୁ ସିଧାସଳଖ ବ୍ୟାଙ୍କ ଖାତାରେ ଜମା କରାଯିବ। ବୈଠକରେ ସମ୍ବାଦର ସମସ୍ତ କର୍ମଚାରୀ ଓ ଅଧିକାରୀ ଯୋଗ ଦେଇଥିଲେ। ଶ୍ରୀ ସ୍ବାଇଁ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଯୋଜନାର ଲାଭ ବିଷୟରେ ସେମାନଙ୍କୁ ଅବଗତ କରିଥିଲେ।

 

 

 

ସୌଜନ୍ୟ – ସମ୍ବାଦ

Comments are closed.