Breaking News

‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ କବିତା ଆସର

ଜଟଣୀ ‘ସମ୍ବାଦ’ ସାହିତ୍ୟଘର ଶାଖା ପକ୍ଷରୁ ହୋଲିରେ କବିତା ଆସର ବନମାଳୀ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ଓ କବୟିତ୍ରୀମାନେ ଯୋଗଦେଇ...

ଜଟଣୀ: ଜଟଣୀ ‘ସମ୍ବାଦ’ ସାହିତ୍ୟଘର ଶାଖା ପକ୍ଷରୁ ହୋଲିରେ କବିତା ଆସର ବନମାଳୀ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ଓ କବୟିତ୍ରୀମାନେ ଯୋଗଦେଇ ପରସ୍ପରକୁ ଫଗୁ ଲଗାଇ ଅଭିନନ୍ଦନ ଜଣାଇଥିଲେ। ପରେ ସ୍ୱରଚିତ କବିତା ପାଠ କରିଥିଲେ। ସୌଦାମିନୀ ବେହେରା କବିତାଗୁଡ଼ିକୁ ସଂଯୋଜନା କରିଥିବା ବେଳେ ରଜନୀ ରଣସିଂ ସମୀକ୍ଷା କରିଥିଲେ।

ଏହି ଅବସରରେ ସମ୍ପାଦକ ଚକ୍ରଧର ରଥ ଆଗାମୀ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ଆଲୋଚନା କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମରେ ସୀତାକାନ୍ତ ଶତପଥୀ, ଆଶୁତୋଷ ଦାସ, ବିପିନ ବେହେରା, ସରୋଜିନୀ ଜେନା, ସୁକାନ୍ତି ମହାପାତ୍ର, ପ୍ରିୟଙ୍କା ମହାନ୍ତି, ଅଙ୍କିତା ଶର୍ମା, ଆରତି ସେନ୍, ରଶ୍ମିତା ପଟ୍ଟନାୟକ, ଗୋବିନ୍ଦ ସାହୁ, ପ୍ରମୋଦ ମହାନ୍ତି, ପଦ୍ମନାଭ ପାଣିଗ୍ରାହୀ, ରମେଶ ଚନ୍ଦ୍ର ମିଶ୍ର, ସୁଶିଲ କୁମାର ଛୁଆଳସିଂ ପ୍ରମୁଖ ଉପସ୍ଥିତ ଥିଲେ। ରଶ୍ମିତା ନାୟକ ଧନ୍ୟବାଦ ଦେଇଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.