Breaking News

‘ସମ୍ବାଦ ସାହିତ୍ୟପକ୍ଷ’ ପଞ୍ଚମ ସନ୍ଧ୍ୟା: ଗଣକବି ‌ବୈଷ୍ଣବ ପାଣିଙ୍କ ମଞ୍ଚରେ ‘ନାଟକର ନବରସ’ ପ୍ରବୀଣ, ନବୀନଙ୍କ ମିଳନ

ଗୋଟିଏ ଜାତି କେତେ ସମୃଦ୍ଧ ଓ ଗୌରବଶାଳୀ ତାହା ରଙ୍ଗମଞ୍ଚରୁ ବାରି ହୋଇପଡ଼େ। ସମ୍ବାଦପତ୍ର ଭଳି ରଙ୍ଗମଞ୍ଚ ମଧ୍ୟ ଜନଜୀବନର କଥାକୁ ପ୍ରଦର୍ଶିତ କରେ। ସେଥିପାଇଁ ବୋଧହୁଏ ‘ସମ୍ବାଦ’ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ‘ସମ୍ବାଦ ସାହିତ୍ୟପକ୍ଷ’ ପାଳନ କରାଯାଉଛି।

ଭୁବନେଶ୍ବର: ଗୋଟିଏ ଜାତି କେତେ ସମୃଦ୍ଧ ଓ ଗୌରବଶାଳୀ ତାହା ରଙ୍ଗମଞ୍ଚରୁ ବାରି ହୋଇପଡ଼େ। ସମ୍ବାଦପତ୍ର ଭଳି ରଙ୍ଗମଞ୍ଚ ମଧ୍ୟ ଜନଜୀବନର କଥାକୁ ପ୍ରଦର୍ଶିତ କରେ। ସେଥିପାଇଁ ବୋଧହୁଏ ‘ସମ୍ବାଦ’ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ‘ସମ୍ବାଦ ସାହିତ୍ୟପକ୍ଷ’ ପାଳନ କରାଯାଉଛି। ବୁଧବାର ‘ଆମ ଓଡ଼ିଶା’ କାର୍ଯ୍ୟ‌ାଳୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ପଞ୍ଚମ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ପ୍ରଖ୍ୟାତ ନାଟ୍ୟକାର ତଥା ‌ନିର୍ଦ୍ଦେଶକ ଅନନ୍ତ ମହାପାତ୍ର। ପଞ୍ଚମ ସନ୍ଧ୍ୟାରେ ଓଡ଼ିଆ ନାଟ୍ୟ ଜଗତର ମହାନ ଗୁରୁ ଗଣକବି ‌ବୈଷ୍ଣବ ପାଣିଙ୍କୁ ‘ନାଟକର ନବରସ ମଞ୍ଚ’ ଉତ୍ସର୍ଗ କରାଯାଇଥିଲା। ପ୍ରଥମ ଅଧିବେଶନ ‘ନାଟକର ସମ୍ପର୍କ ସିନେମାରେ ଶିଥିଳ ହେଉଛି କି’ ବିଷୟରେ ‘ଆଳାପ’ ଆଲୋଚନା ହୋଇଥିଲା। ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ କୁନା ତ୍ରିପାଠୀ ଏଥିରେ ଯୋଗ ଦେଇ କହିଲେ, ଓଡ଼ିଶାରେ ଅଧିକାଂଶ ସିନେମା ନାଟକରୁ ହୋଇଛି। ଗୋଟିଏ ସମୟରେ ଓଡ଼ିଶାରେ ଲେଖା ହେଉଥିବା ଉପନ୍ୟାସରୁ ନାଟକ ଏବଂ ନାଟକରୁ ସି‌ନେମା ହେଉଥିଲା। ସେଥିରେ ଓଡ଼ିଆ ମାଟିର ବାସ୍ନା ରହୁଥିଲା। କିନ୍ତୁ ଦକ୍ଷିଣୀ ସଂସ୍କୃତିକୁ ଦର୍ଶକଙ୍କ ଉପରେ ଲଦି ଦିଆଯିବାରୁ ଆଉ ସିନେମା ଚାଲିଲା ନାହିଁ। ଏବେ ସମୟ ବଦଳିଛି। ଓଡ଼ିଆ ନାଟକ ଓ ସିନେମାକୁ ଦର୍ଶକ ଆଦର କରୁଛନ୍ତି। ତେବେ ନାଟକରୁ ସିନେମା ଏବଂ ସିନେମାରୁ ନାଟକ ହେବାର ପ୍ରକ୍ରିୟା ଜାରି ରହିବା ଉଚିତ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.