Breaking News

ସରକାରଙ୍କୁ ଗୋଟିଏ ଦିନର ସମୟ ଦେଲେ କୃଷକ । ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ

ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ଚାଷୀ। ସରକାରଙ୍କୁ ଦେଇଛନ୍ତି ଗୋଟିଏ ଦିନ ସମୟ। ଏହା ଭିତରେ ଦାବି ପୂରଣ ନହେଲେ ଆସନ୍ତାକାଲି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ରବିବାର ଦିନ ୧୨ଟାରେ ପୁଣି ଥରେ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି

କନକ ବ୍ୟୁରୋ: ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ଚାଷୀ। ସରକାରଙ୍କୁ ଦେଇଛନ୍ତି ଗୋଟିଏ ଦିନ ସମୟ। ଏହା ଭିତରେ ଦାବି ପୂରଣ ନହେଲେ ଆସନ୍ତାକାଲି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ରବିବାର ଦିନ ୧୨ଟାରେ ପୁଣି ଥରେ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗତକାଲି ଦିଲ୍ଲୀ ଚଲୋ ଡାକରା ଦେଇ ପଦଯାତ୍ରାରେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ ଅଟକାଇଥିଲା। ଚାଷୀଙ୍କ ଉପରକୁ ଲୁହବୁହା ଗ୍ୟାସ୍ ମାଡ଼ କରାଯାଇଥିଲା। ଏହି ଘଟଣାରେ ୮ ଜଣ କୃଷକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହା ପରେ ଚାଷୀମାନେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ହେଲେ ସମ୍ଭୁ ବୋର୍ଡରେ ଅଟକି ରହିଛନ୍ତି ଚାଷୀ। ସମସ୍ତ ଫସଲ କ୍ରୟ ଉପରେ ଏମଏସପି ଗ୍ୟାରେଣ୍ଟି ଆଇନ୍‌ ପ୍ରଣୟନ କରାଯାଉ
ସ୍ବାମୀନାଥନ୍ କମିଶନ ଫର୍ମୁଲା ଅନୁସାରେ ଆଖୁର ଏଫଆରପି ଓ ଏସଏପି ଦିଆଯାଉ
କୃଷକଙ୍କ ଋଣ ସଂପୂର୍ଣ୍ଣ ଛାଡ କରାଯାଉ
୫୮ ବର୍ଷରୁ ଅଧିକ ବୟସ୍କ କୃଷକ ଓ କୃଷି ଶ୍ରମିକଙ୍କ ପାଇଁ ପେନସନ୍ ଯୋଜନା
ମାସିକ ୧୦ ହଜାର ଟଙ୍କା ପେନସନ୍ ଦିଆଯାଉ
ଜମି ଅଧିଗ୍ରହଣ ଆଇନ ୨୦୧୩କୁ ସମାନ ଢଙ୍ଗରେ କାର୍ଯ୍ୟକାରୀ କରାଯାଉ
ଜମି ଅଧିଗ୍ରହଣ ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦେଇଥିବା ନିର୍ଦ୍ଦେଶ ରଦ୍ଦ ହେଉ
ମନରେଗା ଯୋଜନାରେ ପ୍ରତିବର୍ଷ ୨୦୦ ଦିନ ପାଇଁ ରୋଜଗାର ଯୋଗାଇ ଦିଆଯାଉ
ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବା ଦାବି

ସୌଜନ୍ୟ-କନକ

Comments are closed.