Breaking News

ସରକାର କଲେ ବଡ଼ ଘୋଷଣା : ଏଣିକି ପୂଜାରୀଙ୍କୁ ମିଳିବ ମାସକୁ ୧୮ ହଜାର ଟଙ୍କା

ଭୋଟ୍‌ ଆସିଲେ କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯୋଜନା କରନ୍ତି । ଏହାଏକ ସ୍ବାଭାବିକ ପ୍ରକ୍ରିୟା

ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ହେଲେ ଆଜିଠୁ ଆରମ୍ଭ ହୋଇଗଲାଣି ରାଜନୈତିକ କଳ୍ପନାଜଳ୍ପନା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରମୁଖ ତିନିଦଳ ବିଜେପି-କଂଗ୍ରେସ ଓ ଆପ୍‌ ନୂଆନୂଆ ରଣନୀତି ଆପଣାଉଛନ୍ତି । ହେଲେ କେଜ୍ରିୱାଲ ବ୍ରାହ୍ମଣଙ୍କୁ ନେଇ ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ଆଲୋଚନା ଓ ଚର୍ଚ୍ଚା ଚାଲିଛି । ଆପ୍‌ ପକ୍ଷରୁ କୁହାଯାଇଛି କି, ସମାଜର ମଙ୍ଗଳ କାମ ଓ ପ୍ରତି କାର୍ଯ୍ୟରେ ବ୍ରାହ୍ଣଣଙ୍କ ଯୋଗଦାନ ନିଶ୍ଚିତ ଦରକାର । ତେଣୁ ଯେଉଁମାନେ ଦେବ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ସେମାନଙ୍କୁ ମାସିକ ୧୮ ହଜାର ଟଙ୍କା ମିଳିବ। କିନ୍ତୁ ଏଥିଲାଗି ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ରେଜିଷ୍ଟ୍ରେସନ କରିବା ପରେ ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ ।

ଆରମ୍ଭ ହେଲା ପୂଜାରୀ ଗ୍ରନ୍ଥି ସମ୍ମାନ ଯୋଜନା
ବ୍ରାହ୍ଣଣଙ୍କୁ ମିଳିବ ଅଗ୍ରାଧିକାର

ଭୋଟ୍‌ ଆସିଲେ କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯୋଜନା କରନ୍ତି । ଏହାଏକ ସ୍ବାଭାବିକ ପ୍ରକ୍ରିୟା । ହେଲେ ଯୋଜନାରେ ସାଧାରଣ ବର୍ଗ କୌଣସି ଲାଭ ପାଉନଥିବା ସାଧାରଣରେ ଅଭିଯୋଗ ଆସେ । ହେଲେ କେଜ୍ରିୱାଲ ଖାସ କରି ବ୍ରାହ୍ମଣ ଲାଗି ଯୋଜନା କରିଥିବାରି ଏବେ ଭାରି ଚର୍ଚ୍ଚା ହେଉଛି । ସେପଟେ ଏନେଇ ଆପ୍‌ ମୁଖ୍ୟ କେଜ୍ରିୱାଲ ଟ୍ବିଟ୍‌ କରି କହିଛନ୍ତି, ହନୁମାନଙ୍କ ଦର୍ଶନ ପରେ ନୂଆ ଯୋଜନାର ଶୁଭାରମ୍ଭ ହେଲା । ସେପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ କରୋଲ ବାଗ୍‌ ସ୍ଥିତ ଗୁରୁଦ୍ବାରରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

କେଜ୍ରିୱାଲ କହିଲେ
ପ୍ରତି କାମରେ ବ୍ରାହ୍ମଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ଜନ୍ମଠୁ ମୃତ୍ୟୁ…ବାହାଘରଠୁ ଏକୋଇଶା ସବୁଠି ଦରକାର

ଦିଲ୍ଲୀ ସରକାରଙ୍କ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ । କହିଛନ୍ତି, ଜନ୍ମଠୁ ମୃତ୍ୟୁ…ବାହାଘରଠୁ ସୁଧଘର ତ ପୁଣି ଏକୋଇଶା, ପୂଜା ଓ ବ୍ରତ । ଏ ସବୁ କାମରେ ବ୍ରାହ୍ମଣଙ୍କ ଉପସ୍ଥିତି ଆବଶ୍ୟକ । ସେମାନଙ୍କ ବିନା ସମାଜରେ ବଞ୍ଚିବା ଅସମ୍ଭବ । ତେଣୁ ସମାଜର ଯେଉଁମାନେ ମଙ୍ଗଳକାରକ, ସେମାନଙ୍କ ଲାଗି ଯୋଜନା କରାଯାଇଛି । ଏହି ଯୋଜନା ଲାଗୁ କରିବାରେ ଦେଶରେ ଦିଲ୍ଲୀ ପ୍ରଥମ ବୋଲି ସେ କହିଛନ୍ତି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପୂର୍ବରୁ ଦିଲ୍ଲୀ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ବୟସ୍କଙ୍କ ଲାଗି ପେନସନ ରାଶିରେ ବି ବୃଦ୍ଧି କରିଛନ୍ତି । ହେଲେ ଏବେ ବ୍ରାହ୍ମଣଙ୍କ ଲାଗି ଯୋଜନା କରିଥିବାରୁ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଯୋଜନାକୁ ନେଇ କିନ୍ତୁ ସରଗରମ ହୋଇଛି ଦିଲ୍ଲୀ ରାଜନୀତି । ବିରୋଧୀ ଏହାକୁ ଭୋଟ୍‌ ପାଇବାର ନୂଆ ତରିକା କହିବା ସହିତ ଏମିତି ଯୋଜନା କଲେ ଭୋଟ୍‌ରେ ବିଜୟ ହେବା ସହଜ ନୁହେଁ ବୋଲି କହିଛନ୍ତି ।

ଏପଟେ, ନିର୍ବାଚନ ପୂର୍ବରୁ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇଯାଇଛି । ଦିଲ୍ଲୀର କାଲକାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଆତିଶୀ ମାରଲେନା ପ୍ରାର୍ଥୀ ହେବା ନେଇ ଦଳ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ଟକ୍କର ଦେଇପାରନ୍ତି ପୂର୍ବତନ ଆମ୍ ଆଦମୀ ପାର୍ଟିର ବିଧାୟକ ତଥା ଏବେର କଂଗ୍ରେସ ନେତ୍ରୀ ଅଲକା ଲାମ୍ବା । ଏନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲେ ବି ଦଳୀୟ ବୈଠକରେ ଏହା ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଅଲକା ଲାମ୍ବା ଏହି ଆସନରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ହେଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ବୁଝାସୁଝା କରିବା ପରେ ସେ ପ୍ରାର୍ଥୀ ହେବାକୁ ରାଜି ହୋଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଦିଲ୍ଲୀ ନିର୍ବାଚନରେ ଏହି ଯୋଜନା କେତେ କାମ ଦେଉଛି ତାହା ସମୟ କହିବ ।

 

 

 

 

ସୌଜନ୍ୟ- କନକ

Comments are closed.