Breaking News

ସରକାର ବଢାଇବା ଆଗରୁ ବଢିଗଲା ମଦ ଦର । ଏମଆରପିଠୁ ଅଧିକ ଦାମରେ ବିକୁଛନ୍ତି ମଦ ।

ମଦର ଦାମ୍ ବଢାଇବାକୁ ଚିନ୍ତା କଲେ ସରକାର । କିନ୍ତୁ ତା ପୂର୍ବରୁ ଦର ବଢାଇଦେଲେ ବ୍ରହ୍ମପୁରର କିଛି ଅସାଧୁ ବ୍ୟବସାୟୀ ।

ସରକାର ବଢାଇବା ଆଗରୁ ବଢିଗଲା ମଦ ଦର । ମଦର ଦାମ୍ ବଢାଇବାକୁ ଚିନ୍ତା କଲେ ସରକାର । କିନ୍ତୁ ବ୍ୟବସାୟୀ ତା ପୂର୍ବରୁ ନିଜେ ଦର ବଢାଇଦେଲେ। ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ବ୍ରହ୍ମପୁର ସହରର କିଛି ଅସାଧୁ ବ୍ୟବସାୟୀ ମଦ ଦାମ୍ ବଢାଇ ଦେଇଛନ୍ତି । ଏମଆରପି ପ୍ରିଣ୍ଟ ରେଟ୍‌ରେ ମଦ ବିକିବା ଲାଗି ସରକାରଙ୍କ ନିୟମ ରହିଛି । କିନ୍ତୁ ସରକାରୀ ନିୟମକୁ ଫୁ’ କରି ବ୍ୟବସାୟୀ ଏମଆରପିଠୁ ଅଧିକ ଦରରେ ବିକୁଛନ୍ତି । ରାଜ୍ୟରେ ରାଜସ୍ବ ଆଦାୟରେ ଅବକାରୀ ବିଭାଗର ରହିଛି ପ୍ରମୁଖ ଭୂମିକା ।ଏଥିପାଇଁ ମଦର ଦର ବୃଦ୍ଧି କରିବାକୁ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ବ୍ରହ୍ମପୁର ସହରର ବିଭିନ୍ନ ମଦ କାଉଣ୍ଟରରେ ଏବେ ଚଢା ଦର । ମନଇଚ୍ଛା ରେଟ୍ ବଢାଇ ବିକ୍ରି କରୁଛନ୍ତି ବ୍ୟବସାୟୀ । ସର୍ବାଧିକ ମଦ ବ୍ୟବସାୟରେ ଗଞ୍ଜାମ ଜିଲ୍ଲା, ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି । ୨ଟି କ୍ଲବକୁ ମିଶାଇ ୪୧ଟି ଠିପି ବନ୍ଦ ଓ ବାର୍ ରହିଛି ବ୍ରହ୍ମପୁରରେ । ରାଜସ୍ବ ହାନି ହେଉଥିବାରୁ ୧୧ଟି ଠିପି ବନ୍ଦ ଦୋକାନରୁ ଅଧିକାଂଶ ଏହାରି ଭିତରେ ଖୋଲିଯାଇଛି । କିନ୍ତୁ ଏସବୁ ବେଆଇନ୍ କାରବାର, ଅବକାରୀ ବିଭାଗର ନାକ ତଳେ ଚାଲୁଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ସହରରେ ଯଦି ଏଭଳି ଅବସ୍ଥା, ତେବେ ଗାଁ ଗହଳି କଥା ନକହିବା ଭଲ । ତେଣୁ ନିୟମ ଖିଲାପକାରୀ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

 

 

 

 

ସୌଜନ୍ୟ- କନକ

Comments are closed.