Breaking News

ସରପଞ୍ଚଙ୍କ ହତ୍ୟାକାଣ୍ଡରେ ସହଯୋଗୀ ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିବା ପରେ ଇସ୍ତଫା ଦେଲେ ଏନସିପି ନେତା

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ନେତା ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ସୂଚନା ଦେଇଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ନେତା ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ସୂଚନା ଦେଇଛନ୍ତି। ଧନଞ୍ଜୟ ମୁଣ୍ଡେଙ୍କ ବ୍ୟକ୍ତିଗତ ସହଯୋଗୀ ପ୍ରଶାନ୍ତ ଜୋଶୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସରକାରୀ ବାସଭବନରେ ପହଞ୍ଚି ମୁଣ୍ଡେଙ୍କ ଇସ୍ତଫାପତ୍ର ତାଙ୍କୁ ପ୍ରଦାନ କରିଥିଲେ।

ଫଡନାଭିସ କହିଛନ୍ତି ଯେ ମୁଣ୍ଡେ ମୋତେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ମୁଁ ଏହାକୁ ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛି। ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ଘଟଣାକୁ ନେଇ ଧନଞ୍ଜୟ ମୁଣ୍ଡେ ବିବାଦରେ ଫସିଥିଲେ। ଏସଆଇଟି ଏହାର ଚାର୍ଜସିଟରେ ମୁଣ୍ଡେଙ୍କ ଘନିଷ୍ଠ ସହଯୋଗୀ ବାଲ୍ମିକ କରାଡଙ୍କୁ ବୀଡ୍ ଜିଲ୍ଲାରେ ଚାନ୍ଦା ଆଦାୟକୁ ବିରୋଧ କରିଥିବା ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଭାବରେ ନାମିତ କରିଥିଲା। ଏହା ପରେ ଦେବେନ୍ଦ୍ର ଫଡନାଭିସ୍, ଅଜିତ ପାୱାର ଏବଂ ପ୍ରଫୁଲ ପଟେଲଙ୍କୁ ଚିଠି ଲେଖି କହିଥିଲେ ଯେ ଧନଞ୍ଜୟ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ। ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ସହଯୋଗୀ ବାଲ୍ମିକ କରାଡ ଏବଂ ତାଙ୍କର ଛଅ ଜଣ ସହଯୋଗୀଙ୍କୁ ଚଳିତ ବର୍ଷ ଜାନୁଆରିରେ ମହାରାଷ୍ଟ୍ର ପୁଲିସ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ବୀଡ୍ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଥିଲେ ବାଲ୍ମିକି କରାଡ। କରାଡ, ବୀଡସ୍ଥିତ ଏକ ନବୀକରଣୀୟ ଶକ୍ତି କମ୍ପାନି ଆଭାଡାର ଭୂମି ଅଧିଗ୍ରହଣ ଅଧିକାରୀଙ୍କଠାରୁ ୨କୋଟି ଟଙ୍କା ଲାଞ୍ଚ ମାଗିଥିଲେ। ଯେତେବେଳେ ସରପଞ୍ଚ ସନ୍ତୋଷ ଦେଶମୁଖ, କରାଡ ଏବଂ ତାଙ୍କ ସହଯୋଗୀମାନଙ୍କୁ କମ୍ପାନିରୁ ଟଙ୍କା ଆଦାୟ କରିବାରୁ ବାରଣ କରିବାକୁ ଚେଷ୍ଟା କଲେ, ସେମାନେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ। ଏସଆଇଟି ଅଭିଯୁକ୍ତଙ୍କଠାରୁ ଜବତ କରାଯାଇଥିବା ଫୋନ୍ କଲ୍ ରେକର୍ଡିଂ ଏବଂ ଫରେନସିକ୍ ଲ୍ୟାବ ଦ୍ୱାରା ପ୍ରମାଣିତ ସିସିଟିଭି ଫୁଟେଜ୍ କୋର୍ଟ ସମ୍ମୁଖରେ ପ୍ରମାଣ ସ୍ୱରୂପ ଉପସ୍ଥାପନ କରିଥିଲା।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.