Breaking News

ସରିବାକୁ ଯାଉଛି ଡିସେମ୍ବର, ୧୫ ସୁଦ୍ଧା କରିନିଅନ୍ତୁ ଆଧାରଠୁ ନେଇ ଆଇଟିର ଅପଡେଟ୍

ନୂଆଦିଲ୍ଲୀ,୧୦/୧୨: ଚଳିତ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ରହିଛି । ବର୍ଷର ଶେଷ ମାସ ଡିସେମ୍ବର ସରିବାକୁ ମାତ୍ର ୨୧ ଦିନ ରହିଛି । ଡିସେମ୍ବର ୧୫ ଯାଏ କିଛି କାମ କରିବା ଜରୁରୀ ହୋଇଛି । କିଛି ଆର୍ଥିକ କାମ ଅଛି ଯାହା ପୁରଣ କରିବାର ସମୟସୀମା ଶେଷ ହେବାକୁ ଯାଉଛି । ଏଥିରେ ଆଇଟିଆର ଭରିବା ସହ ଆଧାର କାର୍ଡ ଅପଡେଟ କରିନିଅନ୍ତୁ ।

୧୫ ଡିସେମ୍ବର ଯାଏ ମାଗଣା ଅପଡେଟ – ଯେଉଁମାନଙ୍କର ଆଧାରକାର୍ଡ ୧୦ ବର୍ଷ ପୁରୁଣା ସମସ୍ତେ ୧୪ ଡିସେମ୍ବର ମଧ୍ୟରେ ମାଗଣାରେ ଅପଡେଟ କରିନିଅନ୍ତୁ । ଏହି ପ୍ରକ୍ରିୟାରେ ନାମ, ଠିକଣା, ଜନ୍ମତାରିଖ ଏବଂ ଫଟୋ ଅପଡେଟ ହେବ । ସମୟସୀମା ପରେ ଅପଡେଟ କଲେ ୫୦ ଟଙ୍କା ଲାଗିବ । ସେହିପରି ବାୟୋମେଟ୍ରିକରେ ପରିବର୍ତ୍ତନ କଲେ ୧୦୦ ଟଙ୍କା ଲାଗିବ ।

ଏମିତି କରନ୍ତୁ ଅନଲାଇନ ଅପଡେଟ୍

.ପ୍ରଥମେ myaadhaar.uidai.gov.in ଲଗଇନ କରନ୍ତୁ ।

.ଏହାପରେ ପ୍ରୋସିଟ ଟୁ ଅପଡେଟ ଆଡ୍ରେସ ବିକଳ୍ପ ବାଛନ୍ତୁ । ଏହାପରେ ଆଧାରରେ ପଞୀକୃତ ମୋବାଇଲ ନମ୍ବରକୁ ଓଟିପି ଆସିବ ।

.ଏହାପରେ ଡକ୍ୟୁମେଣ୍ଟ ଅପଡେଟ ବିକଳ୍ପ ବାଛନ୍ତୁ ।

.ଏହା ପରେ କଣ ଅପଡେଟ ହେବ ତାକୁ ବାଛିବେ । ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରିବେ ।

୧୫ ସୁଦ୍ଧା ପିଏଫକୁ ଆଧାର ସହ ଲିଙ୍କ କରନ୍ତୁ- ଇପିଏଫ ସହ ଜଡିତ ନୂଆ କର୍ମଚାରୀ ୟୁନିଭର୍ସାଲ ଆକାଉଣ୍ଟ ନମ୍ବରକୁ ଆକ୍ଟିଭ କରିବାକୁ ସମୟସୀମା ନିକଟ ହେଉଛି । ୟୁଏନଏନ ଏବଂ ବ୍ୟାଙ୍କ ଖାତାକୁ ଡିସେମ୍ବର ୧୫ ସୁଦ୍ଧା ଆଧାର ସହ ଲିଙ୍କ କରିନିଅନ୍ତୁ । ପୂର୍ବରୁ ନଭେମ୍ବର ୩୦ ଏହାର ଶେଷ ତାରିଖ ଥିଲା ମାତ୍ର ପରେ ଏହାକୁ ଡିସେମ୍ବର ୧୫କୁ ଘୁଞ୍ଚାଇ ଦିଆଯାଇଥିଲା ।

ଆଇଟିଆର ଦାଖଲ କରିବାର ଡେଟ୍ ଲାଇନ- ଯଦି କେହି ଟ୍ୟାକ୍ସ ପେୟର ଆର୍ଥିକ ବର୍ଷ ୨୦୨୩-୨୪ରେ ଟ୍ୟାକ୍ସ ଦେଇନାହାନ୍ତି ତେବେ ଡିସେମ୍ବର ୩୧ ସୁଦ୍ଧା ଭରି ଦିଅନ୍ତୁ । ଯଦି ବିଳମ୍ବ ହେବ ତେବେ ୧୦୦୦ରୁ ୫୦୦୦ ଟଙ୍କା ଯାଏ ଜୋରିମାନା ଭରିବାକୁ ପଡିବ ।

ସୌଜନ୍ୟ-ପ୍ରମେୟ

Comments are closed.