Breaking News

ସର୍ଭିସ୍‌ ନେଟ୍‌ୱର୍କ ବଢ଼ାଇବେ ଇଭି କମ୍ପାନି

ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ (ଇଭି) ଶିଳ୍ପରେ ସେବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ କମ୍ କରିବା ଲାଗି ଉତ୍ପାଦନକାରୀ କମ୍ପାନିଗୁଡ଼ିକ ସର୍ଭିସ ନେଟ୍‌ୱର୍କ ବଢ଼ାଇବା ଉପରେ ଧ୍ୟାନ ଦେଉଛନ୍ତି।

ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ (ଇଭି) ଶିଳ୍ପରେ ସେବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ କମ୍ କରିବା ଲାଗି ଉତ୍ପାଦନକାରୀ କମ୍ପାନିଗୁଡ଼ିକ ସର୍ଭିସ ନେଟ୍‌ୱର୍କ ବଢ଼ାଇବା ଉପରେ ଧ୍ୟାନ ଦେଉଛନ୍ତି। ଓଲା ଇଲେକ୍ଟ୍ରିକ୍, ଏଥର୍‌ ଏନର୍ଜି, କାଇନେଟିକ୍ ଗ୍ରିନ୍ ଏବଂ ବିଜିଓଏସ୍ ଭଳି ଶିଳ୍ପ ସଂସ୍ଥା ପ୍ରିମିୟମ୍ ସେବା ପଦକ୍ଷେପ ଏବଂ ଭିତ୍ତିଭୂମି ବୃଦ୍ଧି ଆରମ୍ଭ କରୁଛନ୍ତି। ଏହା ଦ୍ୱାରା ସେମାନେ ବିକ୍ରୟ ପରବର୍ତ୍ତୀ ସେବା ଏବଂ ସାମଗ୍ରିକ ଗ୍ରାହକ ସନ୍ତୋଷରେ ଉନ୍ନତି ଆଣିବାକୁ ଯୋଜନା କରିଛନ୍ତି।

ଏଥର୍‌ ଏନର୍ଜି ନିକଟରେ ଏହାର ସର୍ବୋଚ୍ଚ ସ୍ତରୀୟ ସେବା ଅଭିଜ୍ଞତା ଏଥର୍‌ ଗୋଲ୍ଡ ସର୍ଭିସ୍ ସେଣ୍ଟର ଆରମ୍ଭ କରିଛି। ଏହି ସର୍ଭିସ୍ ସେଣ୍ଟରଗୁଡ଼ିକରେ ଗ୍ରାହକଙ୍କୁ ପ୍ରତୀକ୍ଷା କରିବା ପାଇଁ ଅଧିକ ସ୍ଥାନ ଓ ଲାଉଞ୍ଜ ରଖାଯାଇଛି। ମହାରାଷ୍ଟ୍ରର ନାସିକ୍‌ରେ ପ୍ରଥମ ସ୍ୱର୍ଣ୍ଣ କେନ୍ଦ୍ର ଖୋଲାଯାଇଛି। ଏଥର୍‌ ଏହାର ସମସ୍ତ ୨୧୫ଟି ସେବା କେନ୍ଦ୍ରକୁ ଗୋଲ୍ଡ ସର୍ଭିସ୍ ସେଣ୍ଟରରେ ପରିଣତ କରିବାକୁ ଯୋଜନା ରଖିଛି। ଓଲା ଇଲେକ୍ଟ୍ରିକ୍ ଏହାର ଷ୍ଟୋର୍ ସଂଖ୍ୟା ୪,୦୦୦ ସ୍ଥାନକୁ ବୃଦ୍ଧି କରିବାକୁ ଯୋଜନା ରଖିଛି। ସେବା ସୁବିଧା ସହିତ କମ୍ପାନିର ଷ୍ଟୋର୍ ଗୁଡ଼ିକ ସହରାଞ୍ଚଳ ଏବଂ ଗ୍ରାମୀଣ ଗ୍ରାହକଙ୍କୁ ସେବା ପ୍ରଦାନ କରିବ ଏବଂ ଦେଶବ୍ୟାପୀ ଇଭିର ଉପଲବ୍ଧତା ବୃଦ୍ଧି କରିବ। ୫୦୦ରୁ ଅଧିକ ଡିଲରସିପ୍ ଏବଂ ସର୍ଭିସ୍ ସେଣ୍ଟର ଚଳାଉଥିବା କାଇନେଟିକ୍ ଗ୍ରିନ୍ ମଧ୍ୟ ବିକ୍ରି ପରବର୍ତ୍ତୀ ସେବା ଉପରେ ଗୁରୁତ୍ୱ ଦେଉଛି।

ସୌଜନ୍ୟ-ସମ୍ୱାଦ

Comments are closed.