ବିଶେଷ

Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: କିବୋର୍ଡ ହିଁ କମ୍ପ୍ୟୁଟର

ଏଚ୍‌ପି କମ୍ପାନି ଏକ ଅଭିନବ ଵିଣ୍ଡୋଜ୍‌ କମ୍ପ୍ୟୁଟର ଉନ୍ମୋଚିତ କରିଛି, ଯାହା ଗୋଟିଏ କିବୋର୍ଡରେ ହିଁ ସୀମିତ। ‘ଏଚ୍‌ପି ଏଲିଟ୍‌ବୋର୍ଡ ଜି୧ଓ’ ନାମକ ଏହି ଉପକରଣଟିକୁ ପୃଥିବୀର ପ୍ରଥମ ସ୍ବୟଂସଂପୂର୍ଣ୍ଣ ଏଆଇ ପିସି ବୋଲି କୁହାଯାଉଛି।

ଏଚ୍‌ପି କମ୍ପାନି ଏକ ଅଭିନବ ଵିଣ୍ଡୋଜ୍‌ କମ୍ପ୍ୟୁଟର ଉନ୍ମୋଚିତ କରିଛି, ଯାହା ଗୋଟିଏ କିବୋର୍ଡରେ ହିଁ ସୀମିତ। ‘ଏଚ୍‌ପି ଏଲିଟ୍‌ବୋର୍ଡ ଜି୧ଓ’ ନାମକ ଏହି ଉପକରଣଟିକୁ ପୃଥିବୀର ପ୍ରଥମ ସ୍ବୟଂସଂପୂର୍ଣ୍ଣ ଏଆଇ ପିସି ବୋଲି କୁହାଯାଉଛି। ଏହାକୁ ମାଉସ୍‌ ଓ ମନିଟର୍‌ ସହିତ ସଂଯୁକ୍ତ କରି ସବୁପ୍ରକାର କାମ ସୁବିଧାରେ କରାଯାଇପାରିବ। ଏହାର ମୋଟେଇ ମାତ୍ର ୧୭ ମିଲିମିଟର୍‌ ଏବଂ ଓଜନ ୭୫୦ ଗ୍ରାମ୍‌। ଏହା ଭିତରେ ଲାଗିଛି ଏଏମ୍‌ଡି ରାଇଜେନ୍‌ ଏଆଇ ୩୦୦ ସିରିଜର ପ୍ରସେସର୍‌ ଏବଂ ଡିଡିଆର୍‌୫ ରାମ୍‌ ଓ ଏମ୍‌.୨ ଏସ୍‌ଏସ୍‌ଡି ମେମୋରି।

ଏଥିରେ ଦୁଇଟି ମାଇକ୍ରୋଫୋନ୍‌ ଓ ଷ୍ଟିରିଓ ସ୍ପିକର୍‌ ମଧ୍ୟ ଖଞ୍ଜାଯାଇଛି। ସଂଯୋଗ ପାଇଁ ଗୋଟିଏ ଲେଖାଏଁ ୟୁଏସ୍‌ବି ୪.୦ ଓ ୟୁଏସ୍‌ବି ୩.୨ ପୋର୍ଟ ସାଙ୍ଗକୁ ବେତାର ସଂଯୋଗ ପାଇଁ ଵାଇ-ଫାଇ ୭ ଓ ବ୍ଲୁଟୁଥ୍‌ ୬.୦ର ସୁବିଧା ରହିଛି। ଏଥିରେ ଲାଗିଥିବା ୩୨ଵାଟ୍‌ଆଵାର୍‌ ବ୍ୟାଟେରି ସାହାଯ୍ୟରେ ଏହାକୁ ୩.୫ ଘଣ୍ଟା ଚଳାଇ ହେବ। ଆସନ୍ତା ମାର୍ଚ୍ଚ ମାସରୁ ଏହାର ବିକ୍ରି ଆରମ୍ଭ ହେବ ବୋଲି କମ୍ପାନି
ଘୋଷଣା କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button