Breaking News

ସହଦେବ ନାୟକ ହତ୍ୟା ଘଟଣା: ଚିଠି ଲେଖି ବସିଯାଇଛନ୍ତି ପୁଲିସ, ବିଡିଏ, ସିବିଆଇ ତଦନ୍ତ ଦାବିରେ ବିଏମସି ଘେରାଉ

ସହଦେବ ନାୟକ ହତ୍ୟାକାଣ୍ଡ ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ଆଜି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୁର ସଂଘ ପକ୍ଷରୁ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା।

ଭୁବନେଶ୍ବର: ସହଦେବ ନାୟକ ହତ୍ୟାକାଣ୍ଡ ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ଆଜି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୁର ସଂଘ ପକ୍ଷରୁ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଦୀର୍ଘଦିନ ବିତିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଧରାପଡ଼ି ନାହିଁ। ଏଣେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପୁଲିସ ସେମାନଙ୍କ ଘର ଉଚ୍ଛେଦ କରିବାକୁ ବିଡିଏକୁ ଚିଠି ଲେଖିଥିବା ବେଳେ ବିଡିଏ ବିଏମ୍‌ସିକୁ ଚିଠି ଫେରାଇ ଦେଇ ବସିଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବର ମୁନସିପାଲଟି ପାଇଁ କାର୍ଯ୍ୟରତ କର୍ମଚାରୀଙ୍କୁ ଦିନରେ ରାଜରାସ୍ତା ଜନଗହଳି ସମୟ ରେ ହତ୍ୟା କରାଗଲା। ସହଦେବ ନାୟକଙ୍କ ୨ ଝିଅ ଓ ଧର୍ମପତ୍ନୀଙ୍କୁ ବେସାହାରା କରିଦିଆଗଲା। ପୂର୍ବରୁ ସିବିଆଇ ତଦନ୍ତ ସହିତ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଥିଲା। ସହଦେବ ନାୟକଙ୍କ ଧର୍ମପତ୍ନୀଙ୍କୁ ଯୋଗ୍ୟତା ଆଧାରରରେ ବିଏମସିରେ ସ୍ଥା‌ୟୀ ନିଯୁକ୍ତି ପ୍ରଦାନ ଦାବି ହୋଇଥିଲା। ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ତାଙ୍କ ପରିବାରକୁ ପ୍ରଦାନ କରିବା ସହ ସଫେଇ କର୍ମଚାରୀ ନେତାଙ୍କୁ ପୁଲିସ ସୁରକ୍ଷା ପ୍ରଦାନ କରିବାକୁ ଦାବି କରାଯାଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ଦାବି ପୂରଣ କରାଯାଇନାହିଁ। ଏଥିପାଇଁ ଆଜି ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ସଂଘ ସଭାପତି ଅକ୍ଷୟ ରାଉତରାୟ କହିଛନ୍ତି। ଆଜିର ଏହି ବିକ୍ଷୋଭର ସହଦେବଙ୍କ ଧର୍ମପତ୍ନୀ ସୁନିତା ନାୟକଙ୍କ ସମେତ ବହୁ ସଫେଇ କର୍ମଚାରୀ ଯୋଗଦେଇଥିଲେ।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.