Breaking News

ସାଂସଦଙ୍କ ଦରମା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍‌ ବଢ଼ିଲା: ୨୦୨୩ ଏପ୍ରିଲ ପହିଲାରୁ ଲାଗୁ ନେଇ ବିଜ୍ଞପ୍ତି

ସାଂସଦମାନଙ୍କ ମାସିକ ଦରମାରେ ୨୪ ପ୍ରତିଶତ ବୃଦ୍ଧି କରାଯାଇଛି। ସାଂସଦମାନଙ୍କ ମାସିକ ଦରମା, ଦୈନିକ ଭତ୍ତା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍‌ ଏବଂ ଅତିରିକ୍ତ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି।

ନୂଆଦିଲ୍ଲୀ: ସାଂସଦମାନଙ୍କ ମାସିକ ଦରମାରେ ୨୪ ପ୍ରତିଶତ ବୃଦ୍ଧି କରାଯାଇଛି। ସାଂସଦମାନଙ୍କ ମାସିକ ଦରମା, ଦୈନିକ ଭତ୍ତା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍‌ ଏବଂ ଅତିରିକ୍ତ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ୨୦୨୩ ଏପ୍ରିଲ ପହିଲାରୁ ସାଂସଦ ଓ ପୂର୍ବତନ ସାଂସଦମାନେ ବର୍ଦ୍ଧିତ ହାରରେ ଦରମା, ଭତ୍ତା ଓ ପେନ୍‌ସନ୍‌ ପାଇବେ। ୨୦୧୮ ଏପ୍ରିଲ ପହିଲାରୁ ସାଂସଦମାନେ ପୂର୍ବରୁ ୧ ଲକ୍ଷ ଟଙ୍କା ଦରମା ପାଉଥିବାବେଳେ ଏବେ ସେମାନେ ୧ ଲକ୍ଷ ୨୪ ହଜାର ଟଙ୍କା ପାଇବେ। ଏଥିସହିତ ସେମାନଙ୍କ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବତନ ସାଂସଦଙ୍କ ମାସିକ ପେନ୍‌ସନ ୨୫ ହଜାର ଟଙ୍କା ପରିବର୍ତ୍ତେ ୩୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ୫ ବର୍ଷ ବାଦ୍‌ ପ୍ରତିବର୍ଷର ଅଧିକ କାର୍ଯ୍ୟକାଳ ପାଇଁ ପେନ୍‌ସନ୍‌ ରାଶି ବାର୍ଷିକ ୨୦୦୦ ଟଙ୍କା ବଢ଼ୁଥିବାବେଳେ ଏବେ ତାହାକୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.