Breaking News

ସାଂସଦଙ୍କ ପିଆରଓଙ୍କ କାରକୁ ଧକ୍କା ଦେଲା ଟ୍ରକ୍‌

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଭୁବନେଶ୍ୱର ସ୍ଥିତ ଏଜି ଛକରେ ତାଙ୍କ କାରକୁ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା...

ଭୁବନେଶ୍ୱର:  ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଭୁବନେଶ୍ୱର ସ୍ଥିତ ଏଜି ଛକରେ ତାଙ୍କ କାରକୁ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା।

ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣାସ୍ଥଳରୁ  ପଳାଇ ଯାଇଥିଲା। କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ଅଧିକାରୀ ବିମଳ ରାଉଳ  ଘରକୁ ଫେରୁଥିବା ସମୟରେ ଏଜି ଛକରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରକୁ ଏକ ବାଲି ବୋଝେଇ ଟ୍ରକ୍ ତାଙ୍କ ଗାଡ଼ିର ସାମ୍ନା ଭାଗକୁ ଧକ୍କା ଦେଇଥିଲା ।

ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବିମଳଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା  ସ୍ଥିରଥିବା ଜଣାପଡ଼ିଛି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.