Breaking News

ସାତକୋଶିଆରେ ୬ରୁ ୯ ତାରିଖ କୁମ୍ଭୀର, ୧୮ରେ ପକ୍ଷୀ ଗଣନା

ବନ୍ତଳା,୦୪/୦୧: ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଓ ପକ୍ଷୀ  ଗଣନା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି  ଜୋର୍‌ଦାର ଚାଲିଛି । ଏହାକୁ ଦୃଷ୍ଟିରେ  ରଖି ଆସନ୍ତା ୫ ରୁ ୯ ତାରିଖ, ୧୭ ଓ  ୧୮ ତାରିଖରେ ସାତକୋଶିଆ ଗଣ୍ଡରେ  ପର୍ଯ୍ୟଟକଙ୍କୁ ବୋଟିଂ ଉପରେ କଟକଣା କରାଯାଇଛି । ସାତକୋଶିଆରେ  ମହାନଦୀର ବିଭିନ୍ନ ସ୍ଥାନରେ ହେବାକୁ  ଥିବା ପକ୍ଷୀ ଓ କୁମ୍ଭୀର ଗଣନା ସମ୍ପର୍କରେ  ନିୟୋଜିତ କର୍ମଚାରୀଙ୍କୁ ତାଲିମ୍‌  ଦିଆଯାଇଥିବା ସାତକୋଶିଆ ବନ୍ୟପ୍ରାଣୀ  ବନଖଣ୍ଡ ଅଧିକାରୀ ଡା. ସରୋଜ ପଣ୍ଡା  ସୂଚନା ଦେଇଛନ୍ତି । ଏଥିଲାଗି ବନ  କର୍ମଚାରୀଙ୍କୁ ନେଇ ୧୪ଟି ୟୁନିଟ୍‌ ଗଠନ  କରାଯାଇଛି । ପ୍ରତି ୟୁନିଟ୍‌ରେ ୫ ଜଣ  ଲେଖାଏଁ ସଦସ୍ୟ ରହିବେ । ଗଣନାରେ  ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍‌ ପ୍ରସ୍ତୁତ  କରଯାଇଥିବା ବନଖଣ୍ଡ ଅଧିକାରୀ ଡ.  ପଣ୍ଡା ପ୍ରକାଶ କରିଛନ୍ତି ।

୫ ତାରିଖ ଅପରାହ୍ନ ୨ଟାରୁ ୯  ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ  ଗଣ୍ଡରେ ବୋଟିଂ ଉପରେ କଟକଣା  କରାଯାଇଛି । ୬, ୭ ଓ ୮ ତାରିଖ  ତିନି ଦିନ ଧରି କୁମ୍ଭୀର ଗଣନା, ୧୮  ତାରିଖରେ ପକ୍ଷୀ ଗଣନା କରାଯିବ । ପକ୍ଷୀ  ଗଣନା ଗୋଟିଏ ଦିନ ହେଉଥିଲେ ମଧ୍ୟ ପୂର୍ବଦିନ, ଅର୍ଥାତ୍‌ ଆସନ୍ତା ୧୭ ତାରିଖରେ  ଟିକରପଡ଼ା ବନ୍ଦ ରହିବ । ପକ୍ଷୀ ଓ  କୁମ୍ଭୀର ଗଣନା ସମୟରେ ସ୍ଥାନୀୟ  ମାଛ ଧରାଳିଙ୍କୁ ନଦୀକୁ ଯିବାକୁ ବାରଣ  କରାଯାଇଛି । ଟିକରପଡାରୁ ବିନିକେଇ,  ବିନିକେଇରୁ ପତାକା, ଟିକରପଡାରୁ  କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି  ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା,  ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁପଥର  ଡ୍ୟାମ୍‌ ସମେତ ଅନ୍ୟାନ୍ୟ ଜଳାଶୟରେ  କୁମ୍ଭୀର ଓ ପକ୍ଷୀ ଗଣନା ହେବ । ଏଥିପାଇଁ  ବନ ବିଭାଗ ପକ୍ଷରୁ ମୋବାଇଲ ଟ୍ରାକିଂ,  ଜିପିଏସ, ବାଇନାକୁଲର ଓ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି।

 

 

 

 

 

 

ସୌଜନ୍ୟ-ପ୍ରମେୟ

 

Comments are closed.