Breaking News

‘ସାଥୀ ସାତ ଜନ୍ମର’ରେ ଦେବ-ଅର୍ଚ୍ଚନାଙ୍କ କାହାଣୀ

ଲୋକପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକର ନୂଆ ମେଗା ଧାରାବାହିକ ‘ସାଥୀ ସାତ ଜନ୍ମର’ର ପ୍ରସାରଣ ଚଳିତ ମାସ ୧୭ ତାରିଖ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ନିଜ ପରିବାର ପାଇଁ ସମାନ ଭାବନା ରଖୁଥିବା ଅର୍ଚ୍ଚନା ଓ ଦେବ ପ୍ରଥମ ଦେଖାରେ ପ୍ରେମରେ ପଡ଼ନ୍ତି ଓ ବିବାହ ବନ୍ଧନରେ ବାନ୍ଧି ହୋଇଯାନ୍ତି।

ଲୋକପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକର ନୂଆ ମେଗା ଧାରାବାହିକ ‘ସାଥୀ ସାତ ଜନ୍ମର’ର ପ୍ରସାରଣ ଚଳିତ ମାସ ୧୭ ତାରିଖ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ନିଜ ପରିବାର ପାଇଁ ସମାନ ଭାବନା ରଖୁଥିବା ଅର୍ଚ୍ଚନା ଓ ଦେବ ପ୍ରଥମ ଦେଖାରେ ପ୍ରେମରେ ପଡ଼ନ୍ତି ଓ ବିବାହ ବନ୍ଧନରେ ବାନ୍ଧି ହୋଇଯାନ୍ତି। କିନ୍ତୁ ଅଳ୍ପ ଦିନ ପରେ ଉଭୟଙ୍କ ଖୁସିରେ କାହାରି ନଜର ଲାଗିଯାଏ। ଏହାର ମୂଳରେ ଥାଆନ୍ତି ଦେବଙ୍କ ମା’ ସବିତା। ସେ ନିଜ ଧନ ସଂପତ୍ତିର ପାରିବାପଣିଆ ଦେଖାଉଥିବା ବେଳେ ଏହି ପରିସ୍ଥିତିରେ ଅର୍ଚ୍ଚନାଙ୍କ ମା’ଙ୍କ ମନରେ ନିଜ ଝିଅର ଭବିଷ୍ୟତ ଚିନ୍ତା ଘାରିଥାଏ।

ପାରିବାରିକ ପରିସ୍ଥିତି ଉଭୟଙ୍କୁ ଅଲଗା କରିଦିଏ ସତ କିନ୍ତୁ ତାଙ୍କର ଏହି ଯାତ୍ରା ଅନେକ ପ୍ରତିଶ୍ରୁତି ଓ ପ୍ରତିଜ୍ଞାକୁ ପଛରେ ଛାଡ଼ିଯାଏ। ମା’ ଓ ଝିଅର ସଂପର୍କ, ସ୍ବାମୀ ସ୍ତ୍ରୀର ସମ୍ପର୍କ, ପ୍ରେମ, ତ୍ୟାଗ, ସଂଘର୍ଷ ସବୁକିଛି କାହାଣୀରେ ଦେଖିବାକୁ ପାଇବେ ଧାରାବାହିକପ୍ରେମୀ। ତେବେ ଦେବ ଓ ଅର୍ଚ୍ଚନା ସବୁ କିଛି ଭୁଲି କ’ଣ ପୁଣି ଏକାଠି ହୋଇପାରିବେ? ଏହି ପ୍ରଶ୍ନର ଉତ୍ତର ମିଳିବ ‘ସାଥୀ ସାତ ଜନ୍ମର’ରେ। ଏଥିରେ ‘ସୁନା ଝିଅ’ ଫେମ୍ ମାନସ ମହାପାତ୍ର ଦେବ ଚରିତ୍ରରେ ଓ ଜଣାଶୁଣା ଅଭିନେତ୍ରୀ ତେଜସ୍ବିନୀ ଅର୍ଚ୍ଚନା ଚରିତ୍ରରେ ନଜର ଆସିବେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.