Breaking News

ସିଭିଲ୍‌ ସର୍ଭିସ ମେନ୍‌ ପରୀକ୍ଷାରେ ୨,୮୪୫ ଜଣ କୃତକାର୍ଯ୍ୟ

ନୂଆଦିଲ୍ଲୀ,୧୦ା୧୨: ଆଇଏଏସ୍‌, ଆଇପିଏସ୍‌ ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ନିମନ୍ତେ ଚୟନ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ସିଭିଲ୍‌ ସର୍ଭିସ୍‌ ମେନ୍‌ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୦ରୁ ୨୯ ମଧ୍ୟରେ ଅନୁଷ୍ଠିତ ମେନ୍‌ ପରୀକ୍ଷାରେ ୨,୮୪୫ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ୟୁପିଏସ୍‌ସି ଓ୍ବେବ୍‌ସାଇଟ୍‌ upsc.gov.inରେ ପରୀକ୍ଷା ଫଳ ଉପଲବ୍ଧ। ଫଳ ପ୍ରକାଶନର ୧୫ ଦିନ ମଧ୍ୟରେ ଓ୍ବେବ୍‌ସାଇଟ୍‌ରେ ମାର୍କଶିଟ୍‌ ଅପ୍‌ଲୋଡ୍‌ କରାଯିବ। ଗତ ଜୁନ୍‌ ୧୬ରେ ଅନୁଷ୍ଠିତ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରି ପରୀକ୍ଷାରେ ମୋଟ ୧୩.୪ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪,୬୨୫ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୋଲିସ ସେବା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା (ଗ୍ରୁପ୍‌ ଏ ଏବଂ ବି) ନିମନ୍ତେ ଚୟନ ପାଇଁ ବ୍ୟକ୍ତିତ୍ୱ ପରୀକ୍ଷା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସୌଜନ୍ୟ-ପ୍ରମେୟ

Comments are closed.