Breaking News

ସିରିଆରେ ରହିଛି ୨୦୦୦ ବର୍ଷର ପୁରୁଣା ମନ୍ଦିର; ଜାଣନ୍ତୁ ଏହି ମନ୍ଦିରର କାହାଣୀ…!

ନୂଆଦିଲ୍ଲୀ: ସିରିଆରେ ବାଶର ଅଲ-ଅସଦଙ୍କ ଶାସନର ଅନ୍ତ ହୋଇଛି। ଅସଦଙ୍କ ପରିବାରର ୫ ଦଶନ୍ଧିର ଶାସନରେ ଲାଗିଛି ବ୍ରେକ। ବିଦ୍ରୋହୀମାନେ ରାଜଧାନୀ ଡମାସ୍କସ ଦଖଲ କରିଛନ୍ତି। ୨୦୧୧ ମସିହାରୁ ସିରିଆରେ ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସେତେବେଳେ ଅସଦଙ୍କ ସରକାର ଗଣତନ୍ତ୍ର ସପକ୍ଷରେ ହେଉଥିବା ଏହି ପ୍ରଦର୍ଶନକୁ ଅତି ନିର୍ମମ ଭାବରେ ଦମନ କରିଥିଲେ। ଏହା ପରଠୁ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଦୀର୍ଘ ୧୩ ବର୍ଷର ସଂଘର୍ଷ ପରେ ଅସଦଙ୍କ ଶାସନରେ ବିରାମ ଲାଗିଛି।
ସିରିଆରେ ଗୃହଯୁଦ୍ଧ ସମୟରେ ଅନେକ ଐତିହାସିକ ସ୍ଥାନ ମଧ୍ୟ ନଷ୍ଟ ହୋଇଯାଇଥିଲା। ପ୍ରାଚୀନ ପଲମିରାର ବଲଶାମିନ୍ ମନ୍ଦିର ହେଉଛି ୟୁନେସ୍କୋର ଏକ ବିଶ୍ୱ ଐତିହ୍ୟ ସ୍ଥଳ| ୨୦୧୫ ମସିହା ମେ ମାସରେ ରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ପଲମିରା ସହରକୁ କବଜା କରି ମନ୍ଦିର ଉପରେ ବୋମା ପକାଇ ମନ୍ଦିରକୁ ନଷ୍ଟ କରିଦେଇଥିଲା।
ବଲଶାମିନ ମନ୍ଦିରର ବର୍ଷ ଇତିହାସ:

ପଲମିରା ସହରର ବଲଶାମିନ ମନ୍ଦିର ପ୍ରାୟ ୨୦୦୦ ବର୍ଷର ପୁରୁଣା ମନ୍ଦିର| ଏହି ମନ୍ଦିର ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହାକୁ ରୋମ ସମ୍ରାଟ ହେଡ୍ରିଅନ୍ ତିଆରି କରିଥିଲେ। ଏହା ଦେଶର ପୂର୍ବ ଇସଲାମିକ ଇତିହାସର ମୂକସାକ୍ଷୀ। ବାଲଶାମିନ ମନ୍ଦିରର ଗଠନ ରୋମାନ ଯୁଗରୁ ଆରମ୍ଭ ହୋଇଥିଲା| ଏହି ମନ୍ଦିର ପଲମିରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକା ମଧ୍ୟରୁ ଗୋଟିଏ| ବାଲଶାମିନ ମନ୍ଦିର ଆକାଶର ଦେବତାଙ୍କୁ ଉତ୍ସର୍ଗ କରାଯାଇଥିଲା।
ପଲମିରା ସହରକୁ ପ୍ରାୟ ୨୦୦୦ ବର୍ଷ ତଳେ ବନାଯାଇଥିଲା। କାରଣ ଏହି ସହର ବାଣିଜ୍ୟର ଏକ କେନ୍ଦ୍ରସ୍ଥଳ ଥିଲା। ଯାହା ବାଣିଜ୍ୟ ମାର୍ଗ ମାଧ୍ୟମରେ ରୋମାନ ସାମ୍ରାଜ୍ୟକୁ ଏସିଆ ସହିତ ଯୋଡି ରଖିଥିଲା |

ଆକାଶର ଦେବତାଙ୍କୁ ଉତ୍ସର୍ଗୀକୃତ ମନ୍ଦିର:

ଏହି ମନ୍ଦିର ଉତ୍ତର-ପଶ୍ଚିମ ସେମେଟିକ୍ ଦେବତା ବଲଶାମିନଙ୍କୁ ଉତ୍ସର୍ଗ କରାଯାଇଥିଲା। ବିଭିନ୍ନ ସମୟରେ ବିଭିନ୍ନ ଦେବତାଙ୍କ ପାଇଁ ବଲଶାମିନ୍ ନାମ ବ୍ୟବହୃତ କରାଯାଇଛି | ଇସଲାମ ପୂର୍ବରୁ ସିରିଆର ଦୁଇଜଣ ମୁଖ୍ୟ ଦେବତା ମଧ୍ୟରୁ ବଲଶାମିନ ଜଣେ ଥିଲେ, ଯାହାଙ୍କୁ ଆକାଶର ଦେବତା କୁହାଯାଉଥିଲା।
ବଲଶାମିନ ମନ୍ଦିରର ସ୍ଥାପତ୍ୟ:

ଏହି ମନ୍ଦିରଟି ବହୁତ ସୁନ୍ଦର ଦେଖାଯାଏ| ମନ୍ଦିରର ୩ ଟି ପ୍ରାଙ୍ଗଣକୁ ନେଇ ଏହା ଏକ ବୃହତ ପରିସରର ଅଂଶ ଥିଲା | ଏହି ମନ୍ଦିର ପ୍ରାଚୀନ ସିରିଆ ଏବଂ ରୋମାନ୍ ସ୍ଥାପତ୍ୟ ଶୈଳୀର ମିଶ୍ରଣରେ ତିଆରି କରାଯାଇଥିଲା| ମନ୍ଦିରରେ କର୍ବେଲର ଚିହ୍ନ ଥିବା ୬ ସ୍ତମ୍ଭ ବିଶିଷ୍ଟ ପ୍ରୋନାଓସ ରହିଥିଲା | ମନ୍ଦିର ପାର୍ଶ୍ୱ କାନ୍ଥଗୁଡିକ ପ୍ଲାଷ୍ଟର ଦ୍ୱାରା ସଜାଯାଇଥିଲା| ପଲମିରାର ବଲଶାମିନଙ୍କ ମନ୍ଦିର ବାଲବେକ୍ (ବର୍ତ୍ତମାନର ଲେବାନନ୍)ରେ ଥିବା ବେକସ୍ ମନ୍ଦିରର ଏକ ସମସାମୟିକ ମନ୍ଦିର ଭାବେ ପରିଗଣିତ|

ସୌଜନ୍ୟ-ପ୍ରମେୟ

Comments are closed.