Breaking News

ସିରିଆର କ୍ଷେପଣାସ୍ତ୍ର କେନ୍ଦ୍ର ଧ୍ବଂସ କଲା ଇସ୍ରାଏଲ: ୧୨୦ କମାଣ୍ଡୋ, ୨୧ ଲଢ଼ୁଆ ଜେଟ୍‌, ୧୪ ଗୁଇନ୍ଦା ଜାହାଜ

ଇସ୍ରାଏଲ ବାୟୁସେନା ୨୦୨୪ ସେପ୍ଟେମ୍ବର ୮ ତାରିଖରେ ୩ ଘଣ୍ଟାର ଅପରେସନ୍‌ରେ ସିରିଆର ଏକ ଭୂତଳ କ୍ଷେପଣାସ୍ତ୍ର କେନ୍ଦ୍ରକୁ ଧ୍ବଂସ କରିଦେଇଥିଲା। ଇସ୍ରାଏଲର ଏହି ସ୍ବତନ୍ତ୍ର ଅପରେସନ୍‌ର କୋଡ୍‌ ନାଁ ଥିଲା ‘ଅପରେସନ୍‌ ମେନି ୱେଜ୍‌’।

ନୂଆଦିଲ୍ଲୀ: ଇସ୍ରାଏଲ ବାୟୁସେନା ୨୦୨୪ ସେପ୍ଟେମ୍ବର ୮ ତାରିଖରେ ୩ ଘଣ୍ଟାର ଅପରେସନ୍‌ରେ ସିରିଆର ଏକ ଭୂତଳ କ୍ଷେପଣାସ୍ତ୍ର କେନ୍ଦ୍ରକୁ ଧ୍ବଂସ କରିଦେଇଥିଲା।  ଇସ୍ରାଏଲର ଏହି ସ୍ବତନ୍ତ୍ର ଅପରେସନ୍‌ର କୋଡ୍‌ ନାଁ ଥିଲା ‘ଅପରେସନ୍‌ ମେନି ୱେଜ୍‌’।  ଇରାନ ପାଣ୍ଠିରେ ସିରିଆରେ ଚାଲିଥିବା ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କେନ୍ଦ୍ରକୁ ଉକ୍ତ ଅପରେସନ୍‌ ଦ୍ବାରା ଇସ୍ରାଏଲ ଧ୍ବଂସ କରିଦେଇଥିଲା।  ଇସ୍ରାଏଲ ବାୟୁ ସେନା ଗୁରୁବାର ଏହି ଅପରେସନ୍‌ ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା‌ କରିଛନ୍ତି। ଇସ୍ରାଏଲ ସେନା ଅନୁଯାୟୀ ଉକ୍ତ ଅପରେସନ୍‌ରେ ୧୨୦ ଇସ୍ରାଏଲୀ କମାଣ୍ଡୋ ନିୟୋଜିତ ହୋଇଥିବା ବେଳେ  ୨୧ ଲଢ଼ୁଆ ଜେଟ୍‌ ଏବଂ ୨୧ ଗୁଇନ୍ଦା ଜାହାଜ , ୫ଟି ଡ୍ରୋନ୍‌ ମୁତୟନ କରାଯାଇଥିଲା।  ପଶ୍ଚିମ ସିରିଆରେ ଥିବା ଏହି କ୍ଷେପଣା‌ସ୍ତ୍ର କେନ୍ଦ୍ରର ନାଁ ଥିଲା ‘ଡିପ୍‌ ଲେୟର’।

ଇସ୍ରାଏଲ ଅଧିକାରୀଙ୍କ ଦାବି ଅନୁଯାୟୀ ଏହା ଇରାନର କ୍ଷେପଣାସ୍ତ୍ର ଉତ୍ପାଦନ କାର୍ଯ୍ୟକ୍ରମର ଏକ ପ୍ରମୁଖ ପରିଯୋଜନା।  ଲେବାନନ୍‌ରେ ‌ହେଜବୋଲ୍ଲାକୁ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଏହା ଉଦ୍ଦିଷ୍ଟ ଥିଲା। ଇସ୍ରାଏଲ ସେନାକୁ ବିନା କ୍ଷତି ପହଞ୍ଚାଇ ଏହି ଅପରେସନ୍‌ ପରିଚାଳନା କରାଯାଇଥିବା ଇସ୍ରାଏଲ ଅଧିକାରୀମାନେ କହିଛନ୍ତି।  ଇସ୍ରାଏଲ ବାୟୁସେନା ଅନୁଯାୟୀ ଇରାନ୍‌ ଦ୍ବାରା ଏହି ଡିପ୍‌ ଲେୟର ଫ୍ୟାସିଲିଟି ୨୦୧୭ରେ ଆରମ୍ଭ ହୋଇଥିଲା।  ଦକ୍ଷିଣ ସିରିଆରେ ଏସ୍‌ଏସ୍‌ଆର୍‌ଏସ୍‌ ( ସାଇଣ୍ଟିଫିକ ଷ୍ଟଡିଜ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟର୍‌)‌ରେ ରକେଟ୍‌ ଇଞ୍ଜିନ ଉତ୍ପାଦନ ସାଇଟ୍‌ ଉପରେ ଇସ୍ରା‌ଏଲର ବିମାନ ଆକ୍ରମଣ ପରେ ଇରାନ ଏହି ସାଇଟ୍‌ ଖୋଲିଥିଲା।  ଡିପ୍‌ ଲେୟର ଫ୍ୟାସିଲିଟି ଇସ୍ରାଏଲ ସୀମାଠାରୁ ୨୦୦ କିମି ଦୂରରେ ଅବସ୍ଥିତ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.