ବାଣିଜ୍ୟ

ସୁନା ଦର ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କହିଲେ କ’ଣ?

ସୁନା ରୂପା ଦର ଏପରି ବୃଦ୍ଧି ହେବା ନା କେବଳ ସାଧାରଣ ଲୋକ ସରକାରଙ୍କୁ ମଧ୍ୟ ଏବେ ଚିନ୍ତାରେ ପକାଇଛି। ନିର୍ମଳା ସୀତାରମଣ ସୁନା ମୂଲ୍ୟ ବୃଦ୍ଧିର କାରଣ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ସରକାର ସ୍ଥିତିର ଗୁରୁତ୍ୱ ଅନୁଭବ କରୁଛନ୍ତି ଓ ବଜାର ଗତିବିଦ୍ଧି ଉପରେ ଧ୍ୟାନ ରଖିଛନ୍ତି। ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କମାନେ ବିପୁଳ ପରିମାଣରେ ସୁନା ଓ ରୂପା କ୍ରୟ କରୁଛନ୍ତି। ଏଣୁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଦର ବଢୁଛି।

ନୂଆଦିଲ୍ଲୀ ୨୩।୨: ଦେଶର ବଜାରରେ ସୁନା ଦର ଲଗାତାର ବଢିବଢି ଚାଲିଛି, ଫଳରେ ଏହା ସାଧାରଣ ଲୋକଙ୍କ ପହଞ୍ଚର ବାହାରକୁ ଯାଇସାରିଲାଣି। ସୁନା ରୂପା ଦର ଏପରି ବୃଦ୍ଧି ହେବା ନା କେବଳ ସାଧାରଣ ଲୋକ ସରକାରଙ୍କୁ ମଧ୍ୟ ଏବେ ଚିନ୍ତାରେ ପକାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳ ସହିତ ସୋମବାର ବଜେଟ ପରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ମୂଲ୍ୟ ବୃଦ୍ଧିର କାରଣ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ସରକାର ସ୍ଥିତିର ଗୁରୁତ୍ୱ ଅନୁଭବ କରୁଛନ୍ତି ଓ ବଜାର ଗତିବିଦ୍ଧି ଉପରେ ଧ୍ୟାନ ରଖିଛନ୍ତି।

ଅର୍ଥମନ୍ତ୍ରୀ ସାମ୍ବାଦିକଙ୍କ ସହ କଥାବର୍ତ୍ତାରେ କହିଛନ୍ତି ଯେ ବର୍ତ୍ତମାନ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କମାନେ ବିପୁଳ ପରିମାଣରେ ସୁନା ଓ ରୂପା କ୍ରୟ କରୁଛନ୍ତି। ଏଣୁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଦର ବଢୁଛି। ଭାରତରେ ସୁନା ନିବେଶର ଏକ ପ୍ରମୁଖ ମାଧ୍ୟମ ହୋଇ ରହିଛି। ଏଥିରେ ବିବାହ ଓ ପର୍ବପର୍ବାଣୀରେ ସୁନା ଚାହିଦା ଆହୁରି ବଢିଯାଏ। ସୀତାରମଣ କହିଛନ୍ତି ଯେ ଆମେ ଏହା ଉପରେ ନଜର ରଖିଛୁ, ତେବେ ମୂଲ୍ୟ ଏବେବି ଚିନ୍ତାଜନକ ସ୍ଥିତିକୁ ପହଞ୍ଚିନଥିବା ସେ କହିଛନ୍ତି। ଆରବିଆଇ ମଧ୍ୟ ଏହା ଉପରେ ଲଗାତାର ନଜର ରଖିବ ବୋଲି ସେ କହିଛନ୍ତି।

ସୋମବାର ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ମୂଲ୍ୟ ପୁଣି ଉଛୁଳିଛି। ଏପ୍ରିଲ ଗୋଲ୍ଡ କଣ୍ଟ୍ରାକ୍ଟ ୨,୯୪୬ ଅର୍ଥାତ ୧.୮୮% ବୃଦ୍ଧି ସହିତ ପ୍ରତି ୧୦ ଗ୍ରାମ ଦର ୧,୫୯,୮୨୨ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚି ଯାଇଛି। ଅନ୍ତର୍ଜାତୀୟ ବଜାର ପରିସ୍ଥିତିରେ ମଧ୍ୟ ସେପରି କୌଣସି ପରିବର୍ତ୍ତନ ନାହିଁ। କମେକ୍ସ ରେ ଗୋଲ୍ଡ ଫ୍ୟୁଚର ପାଖାପାଖି ୨% ବଢି ୫,୧୭୭.୫୧ ଡଲାର ପ୍ରତି ଆଉନ୍ସ ପହଞ୍ଚି ଯାଇଛି। ବୈଶ୍ୱିକ ଟାରିଫର ବଢୁଥିବା ଚିନ୍ତା ମଧ୍ୟରେ ସୁନା ଏବେ ନିବେଶର ଏକ ସୁରକ୍ଷିତ ସ୍ଥାନ ପାଲଟିଛି।

ଏହି ଅବସରରେ ଅର୍ଥମନ୍ତ୍ରୀ ଭାରତ ଓ ଆମେରିକା ବାଣିଜ୍ୟିକ ସମ୍ପର୍କର ଭବିଷ୍ୟତ ଉପରେ ମଧ୍ୟ ନିଜ ବିଚାର ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଅର୍ଥମନ୍ତ୍ରାଳୟ ନିକଟରେ ଆମେରିକା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ଭାବିତ ପ୍ରଭାବର ସମୀକ୍ଷା କରୁଛି, ଯେଉଁଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଫ୍ରେମୱାର୍କ ରଦ୍ଦ ହୋଇଯାଇଛି। ଆମେରିକା ସୁପ୍ରିମକୋର୍ଟ ଅନ୍ତର୍ଜାତୀୟ ଜରୁରିକାଳୀନ ଆର୍ଥିକ ଶକ୍ତି ଅଧିନିୟମ (ଆଇଇଇପିଏ) ଅନୁସାରେ ଲାଗୁ କରାଯାଇଥିବା ଶୁଳ୍କକୁ ବେଆଇନ ବୋଲି କହିଛନ୍ତି। ତେବେ ଭାରତ ଉପରେ ଏହାର ପ୍ରଭାବକୁ ନେଇ ଏବେ କୌଣସି ଟିପ୍ପଣୀ କରିବା ତରବରିଆ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ହେଲେ ମନ୍ତ୍ରାଳୟ ସବୁ ଦିଗର ଆକଳନ କରୁଥିବା ସେ କହିଛନ୍ତି।

ବୈଠକ ଶେଷରେ ଅର୍ଥମନ୍ତ୍ରୀ ଦେଶବାସୀଙ୍କୁ ଭାରତର ବିକାଶ ଯାତ୍ରାରେ ସକ୍ରିୟ ରୂପେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଆରବିଆଇ ଗଭର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଦେଶର ଆର୍ଥିକ ସ୍ଥିରତା ଓ ନିରନ୍ତର ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ନିଜନିଜ ସଂକଳ୍ପ ଦୋହରାଇଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button