Breaking News

ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି କୋଟିଆ ପଞ୍ଚାୟତର ଅନେକ ମହିଳା

ଓଡ଼ିଶା ଆନ୍ଧ୍ର ସୀମା ବିବାଦ ଯୋଗୁଁ ସୁଭଦ୍ରା ଯୋଜନା ପାଇବାରେ ଏବେ ବଞ୍ଚିତ କୋଟିଆ ଗ୍ରାମପୁଂଜର ଅନେକ ଗାଁର ମହିଳା। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଓ ୪ ପୌରାଂଚଳରେ ୨ଲକ୍ଷ ୪୫ହଜାର ୬୦୮ଜଣଙ୍କ ଆବେଦନ ସୁଭୁଦ୍ରା ଯୋଜନାରେ ଅନୁମୋଦନ ହୋଇଛି।

କୋରାପୁଟ: ରାଜ୍ୟ ସରକାର କୋଟିଆଗ୍ରାମପୁଂଜର ବିକାଶ ପାଇଁ କୋଟି କୋଟି ଟଙ୍କା ଅଖିବୁଜାଖର୍ଚ୍ଚ କରୁଛନ୍ତି। ସରକାରଙ୍କ ସବୁ ଯୋଜନା କିଭଳି ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସେନେଇ ବ୍ୟବସ୍ଥା ଗ୍ରହଣ କରିଛନ୍ତି। କିନ୍ତୁ ସରକାରଙ୍କ ସୁଭଦ୍ରା ଯୋଜନାର ବାଟ ଓ ଗାଳିଛି ଆନ୍ଧ୍ରର ଆଧାର କାର୍ଡ। ଓଡ଼ିଶା ଆନ୍ଧ୍ର ସୀମା ବିବାଦ ଯୋଗୁଁ ସୁଭଦ୍ରା ଯୋଜନା ପାଇବାରେ ଏବେ ବଞ୍ଚିତ କୋଟିଆ ଗ୍ରାମପୁଂଜର ଅନେକ ଗାଁର ମହିଳା। ଜିଲ୍ଲାର ୧୪ଟି ବ୍ଲକ ଓ ୪ ପୌରାଂଚଳରେ ୨ଲକ୍ଷ ୪୫ହଜାର ୬୦୮ଜଣଙ୍କ ଆବେଦନ ସୁଭୁଦ୍ରା ଯୋଜନାରେ ଅନୁମୋଦନ ହୋଇଛି। ୨ଲକ୍ଷ ୪୫ହଜାର ୬୦ଜଣ ପ୍ରଥମ କିସ୍ତି ପାଇଲେଣି ବୋଲି ଜିଲ୍ଲାପ୍ରଶାସନରୁ ସୂଚନା ମିଳିଛି।

ସୀମା ବିବାଦରେ ବଳି ପଡ଼ିଲେ କୋଟିଆ ପଞ୍ଚାୟତ ମହିଳା। ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି କୋଟିଆ ପଞ୍ଚାୟତ ବିବାଦୀୟ ୨୧ ଖଣ୍ଡ ଗ୍ରାମର ମହିଳା। ଉଭୟ ଓଡ଼ିଶା ଓ ଆନ୍ଧ୍ରର ଆଧାରକାର୍ଡ ଥିବାରୁ ଦେଖାଦେଇଛି ସମସ୍ୟା। ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିବାକୁ କୋଟିଆ ପଞ୍ଚାୟତ ସମସ୍ତ ମହିଳା ହିତାଧିକାରୀ ଆବେଦନ କରିଥିବା ବେଳେ ବିବାଦୀୟ ୨୧ଖଣ୍ଡ ଗ୍ରାମର ପାଖାପାଖି ୭୦ ପ୍ରତିଶତ ହିତାଧିକାରୀଙ୍କ ଆବେଦନ ନାକଚ ହୋଇଯାଇଛି।

ଆନ୍ଧ୍ର ଆଧାର ଥିବାରୁ ଓଡ଼ିଶା ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି ଯାହାକୁ ନେଇ ଏବେ ଓଡ଼ିଶାରେ ରହି ସୁଭଦ୍ରା ଯୋଜନାରୁ ବଞ୍ଚିତ କୋଟିଆର ବିବାଦୀୟ ୨୧ଖଣ୍ଡ ଗ୍ରାମର ମହିଳା। ସରକାରଙ୍କ ପକ୍ଷରୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ସୁଭଦ୍ରା ଟଙ୍କା ହିତାଧିକାରୀଙ୍କୁ ଦିଆ ଯିବାକୁ ଥିବାବେଳେ କୋଟିଆରେ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ନିବେଦନ କରିଛନ୍ତି କୋଟିଆ ଗ୍ରାମପୁଂଜର ମହିଳା।

କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏନେଇ ଆମେ ତଥ୍ୟ ସଂଗ୍ରହ କରିଥିଲୁ କୋଟିଆ ପଞ୍ଚାୟତର ମାଡକାର ଗ୍ରାମରେ ୮୦ ହିତାଧିକାରୀ ଆବେଦନ କରିଥିବା ବେଳେ ୧୭ ଜଣ ମହିଳା ଯୋଜନାରୁ ଉପକାର ପାଇଛନ୍ତି। ଫଗୁଣ ସିନେରି ଗ୍ରାମରେ ୮୨ ମହିଳା ଆବେଦନ କରିଥିବା ବେଳେ ୧୫ ଜଣ ହିତାଧିକାରୀ ଯୋଜନାରେ ଟଙ୍କା ପାଇଥିବା ଜଣାପଡ଼ିଛି। ତେବେ ଅନ୍ୟ ସମସ୍ତ ଆବେଦନକାରୀ ଆଧାର କାର୍ଡ ଆନ୍ଧ୍ର ଅଞ୍ଚଳର ଦେଖାଉଥିବାରୁ ନାକଚ ହୋଇଥିବା ସ୍ଥାନୀୟ ଅଙ୍ଗନବାଡି କର୍ମୀ କହିଛନ୍ତି।

ଜିଲ୍ଲାର ପଟାଙ୍ଗୀ ବ୍ଲକରେ ୧୨ହଜାର ୩୬୧ଜଣ ଏହି ଯୋଜନାରେ ପ୍ରଥମ କିସ୍ତି ପାଇସାରିଛନ୍ତି। ସେପରି ବନ୍ଧୁଗାଁ ୧୦୩୫୮, ବୈପାରୀଗୁଡା ୧୮୯୮୨, ବୋରିଗୁମ୍ମା ୨୯୧୦୧, ଦଶମନ୍ତପୁର ୧୪୪୭୦, ଜୟପୁର ୨୧୬୦୪, କୋରାପୁଟ ୧୩୬୬୩, କୋଟପାଡ଼ ୧୮୩୩୨, କୁନ୍ଦ୍ରା ୧୩୮୪୪, ଲମତାପୁଟ ୧୧୬୯୯, ଲକ୍ଷ୍ମୀପୁର ୧୨୫୦୫, ନନ୍ଦପୁର୧୮୮୨୫, ନାରାୟଣପାଟଣା ୮୪୭୨, ସେମିଳିଗୁଡା ୧୪୯୫୯, ଜୟପୁର ପୌରାଂଚଳ୧୦୯୯୨, କୋରାପୁଟ ପୌରାଂଚଳ ୫୬୧୧, ସୁନାବେଡ଼ା ପୌରାଂଚଳ୬୯୦୦, କୋଟପାଡ ଏନଏସି୨୩୮୨ଜଣ ପାଇଛନ୍ତି ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର।

କୋଟିଆରେ ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍ କରାଯିବ ଏନେଇ ସ୍ଥାନୀୟ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇ ଅଞ୍ଚଳର ସମସ୍ତ ଆଧାର କାର୍ଡ ଅପଡେଟ କରାଯିବ ଏବଂ ହୋଇଥିବା ସମସ୍ୟା ସମାଧାନ ହେବ କହିଛନ୍ତି। ସୀମା ବିବାଦରେ ବଳି ପଡ଼ି ସୁଭଦ୍ରା ଯୋଜନାରୁ ବଞ୍ଚିତ କୋଟିଆର ମହିଳା ହିତାଧିକାରୀଙ୍କୁ କିଭଳି ଯୋଜନାରେ ସାମିଲ କରାଯିବ ଏବଂ ହିତାଧିକାରୀ ସୁଭଦ୍ରା ଯୋଜନା ଟଙ୍କା ପାଇବେ ଏସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ଗ୍ରହଣ କରିବ ସେ ସମୟକୁ ଅପେକ୍ଷା।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.