Breaking News

ସୁଭଦ୍ରା ଶକ୍ତି ମେଳା ୨୦୨୫: ୬ ଦିନରେ ବ୍ୟବସାୟ ୨ କୋଟିରୁ ଅଧିକ

ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ୨୦୨୫ ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର ଏକ କେନ୍ଦ୍ର ସାଜିଥିବା ବେଳେ, ମିଲେଟ୍-ଆଧାରିତ ସ୍ନାକ୍ସ୍ ଓ ନାନା ରକମର ଓଡ଼ିଆ ବ୍ୟଞ୍ଜନର..

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ୨୦୨୫ ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର ଏକ କେନ୍ଦ୍ର ସାଜିଥିବା ବେଳେ,  ମିଲେଟ୍-ଆଧାରିତ ସ୍ନାକ୍ସ୍ ଓ ନାନା ରକମର ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ଜନସମୂହଙ୍କୁ ଆକର୍ଷିତ କରୁଛି।

ମେଳାର ୬ଷ୍ଠ ଦିନରେ ପରିଦର୍ଶକଙ୍କ ମଧ୍ୟରେ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀର ଚାହିଦା ଥିଲା । ଗଜପତି ମୋହନା ବ୍ଲକ୍ ର ନିବେଦିତା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଅର୍ଗାନିକ୍ ହାତ ଧୋଇବା ସାବୁନ, ବାସନ ଧୋଇବା ସାବୁନ ଏବଂ ଡିଟରଜେଣ୍ଟ୍  ଦର୍ଶକଙ୍କୁ ବେଶ ଆଦୃତ କରିଥିଲା । ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଘରୋଇ ଉତ୍ପାଦ ଗୁଡିକ ପ୍ରତି  ଆଗ୍ରହ ଏହି କ୍ଷେତ୍ରରେ ମହିଳା ଉଦ୍ୟୋଗୀ ମାନଙ୍କ ବ୍ୟବସାୟର ଅଭିବୃଦ୍ଧିକୁ ଦର୍ଶାଉଛି ।

ପ୍ରତିଦିନ ସୁଭଦ୍ରା ଶକ୍ତି ମେଳା ୨୦୨୫ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିଛି। ୬ଷ୍ଠ ଦିନ ଶେଷ ସୁଦ୍ଧା, ମୋଟ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ ବୁଲି ଥିବା ବେଳେ ସମୁଦାୟ ₹୨ କୋଟିରୁ ଅଧିକ ବିକ୍ରୟ ରେକର୍ଡ୍ କରାଯାଇଥିଲା ଯାହା କ୍ରେତାମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦଗୁଡ଼ିକର ଅଭୂତପୂର୍ବ ଚାହିଦା ଏବଂ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ଦର୍ଶାଉଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.