ଦେଶ ବିଦେଶ

Greenland: ଗ୍ରୀନ୍‌ଲାଣ୍ଡ ହୋଇପାରେ ଆମେରିକାର ପରବର୍ତ୍ତୀ ଲକ୍ଷ୍ୟ

ହ୍ୱାଇଟ୍ ହାଉସ୍ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଫର୍ ପଲିସି ଷ୍ଟିଫେନ୍ ମିଲର୍ ଡେନମାର୍କର ଆଞ୍ଚଳିକ ଦାବି ଉପରେ ପ୍ରଶ୍ନ କରି ଗ୍ରୀନଲାଣ୍ଡକୁ ଦଖଲ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ....

ୱାସିଂଟନ: ହ୍ୱାଇଟ୍ ହାଉସ୍ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଫର୍ ପଲିସି ଷ୍ଟିଫେନ୍ ମିଲର୍ ଡେନମାର୍କର ଆଞ୍ଚଳିକ ଦାବି ଉପରେ ପ୍ରଶ୍ନ କରି ଗ୍ରୀନଲାଣ୍ଡକୁ ଦଖଲ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ନାଟୋର ଅଗ୍ରଣୀ ସାମରିକ ଶକ୍ତି ଭାବରେ ଆମେରିକା ସାମରିକ ମେଣ୍ଟ ଓ ଆର୍କଟିକ୍ ସ୍ୱାର୍ଥକୁ ରକ୍ଷା କରିବ।

ଟ୍ରମ୍ପଙ୍କ ସହଯୋଗୀଙ୍କ ମନ୍ତବ୍ୟ ପରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକସେନ୍ କହିଛନ୍ତି, ଯଦି ଆମେରିକା ଅନ୍ୟ ଏକ ନାଟୋ ଦେଶ ଉପରେ ଆକ୍ରମଣ କରେ, ତେବେ ସବୁକିଛି ବନ୍ଦ ହୋଇଯିବ। ଟ୍ରମ୍ପ ବାରମ୍ବାର ଡେନମାର୍କ ଅଞ୍ଚଳକୁ ଦଖଲ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କୁ ବନ୍ଦୀ କରିବା ପରେ ସେ ତାଙ୍କ ବାକ୍ୟକୁ ଦୋହରାଇଛନ୍ତି। ସେ ମେକ୍ସିକୋ, କ୍ୟୁବା ଓ କଲମ୍ବିଆ ବିଷୟରେ ‘କିଛି କରିବାକୁ ପଡିବ’ ବୋଲି ଚେତାବନୀ ଦେଇଛନ୍ତି।
ଆମେରିକା ବଳପୂର୍ବକ ଡେନମାର୍କ ଅଞ୍ଚଳ ଅଧିକାର କରିପାରିବ କି ବୋଲି ପଚରାଯିବାରୁ ହ୍ୱାଇଟ୍ ହାଉସ୍ ଅଧିକାରୀ ଉତ୍ତର ଦେଇଥିଲେ, ଏହା ଗ୍ରୀନଲାଣ୍ଡ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଗ୍ରୀନଲାଣ୍ଡର ଜନସଂଖ୍ୟା ୩୦,୦୦୦। ଏହା ପରେ ସେ ଏହି ଅଞ୍ଚଳ ଉପରେ ଡେନମାର୍କର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ କରି ଧ୍ୟାନ ବଦଳାଇଥିଲେ। ସେ କହିଥିଲେ, ପ୍ରକୃତ ପ୍ରଶ୍ନ ହେଉଛି ଡେନମାର୍କ କେଉଁ ଅଧିକାରରେ ଗ୍ରୀନଲାଣ୍ଡ ଉପରେ ନିୟନ୍ତ୍ରଣ ଦାବି କରେ? ସେମାନଙ୍କର ଆଞ୍ଚଳିକ ଦାବିର ଆଧାର କ’ଣ? ଗ୍ରୀନଲାଣ୍ଡକୁ ଡେନମାର୍କର ଉପନିବେଶ ଭାବରେ ଗ୍ରହଣ କରିବାର ଆଧାର କ’ଣ? ଗ୍ରୀନଲାଣ୍ଡକୁ ଦଖଲ କରିବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ ସମର୍ଥନ କରି ଷ୍ଟିଫେନ୍ ମିଲର୍ କହିଛନ୍ତି ଯେ ଆର୍କଟିକ୍‌କୁ ସୁରକ୍ଷିତ ରଖିବା ଏବଂ ନାଟୋର ସ୍ୱାର୍ଥ ରକ୍ଷା କରିବା ପାଇଁ ଆମେରିକା ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବା ଉଚିତ।

୫୭,୦୦୦ ଜନସଂଖ୍ୟା ବିଶିଷ୍ଟ ବିଶ୍ୱର ବୃହତ୍ତମ ଦ୍ୱୀପ ଗ୍ରୀନଲାଣ୍ଡ ନାଟୋର ସ୍ୱାଧୀନ ସଦସ୍ୟ ନୁହେଁ। କିନ୍ତୁ ଡେନମାର୍କର ସଦସ୍ୟତା ଦ୍ୱାରା ଏହା ନାଟୋର ଅନ୍ତର୍ଭୁକ୍ତ ହୋଇଛି, ଯେଉଁଥିରେ ଆମେରିକା ମଧ୍ୟ ସଦସ୍ୟ ଅଟେ। ୟୁରୋପ ଓ ଉତ୍ତର ଆମେରିକା ମଧ୍ୟରେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ ଏହାକୁ ଆମେରିକାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କରିଥାଏ। ଦ୍ୱୀପର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ମଧ୍ୟ ଚୀନ୍ ରପ୍ତାନି ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ୱାସିଂଟନର ଅଭିଳାଷକୁ ତୀବ୍ର କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button