ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ଶକ୍ତିକାନ୍ତ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥତା ଅନୁଭବ କରିବା ପରେ ଗତକାଲି ରାତିରେ ତାଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ କିଛି ସମୟ ନିରୀକ୍ଷଣରେ ରହିବା ପରେ ଆଜି ସନ୍ଧ୍ୟାରେ ତାଙ୍କୁ ଡିସଚାର୍ଜ କରାଯାଇଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ୬୭ ବର୍ଷୀୟ ଶକ୍ତିକାନ୍ତ ପେ‌ଟରେ ଅମ୍ଳ ସମସ୍ୟା ଭୋଗିଥିଲେ। ସେ ଏବେ ଭଲ ଅଛନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବିଶେଷ କିଛି ଚିନ୍ତାର କାରଣ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପ୍ରବକ୍ତା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ‌ରିଜର୍ଭ ବ୍ୟାଙ୍କରେ ଚେନ୍ନାଇ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଫିସର ଶକ୍ତିକାନ୍ତଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆସନ୍ତାମାସ ୧୨ ତାରିଖରେ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ନୂଆ ଗଭର୍ଣ୍ଣର ନିଯୁକ୍ତି ନେଇ ସରକାର କୌଣସି ଆବେଦନ ଆହ୍ବାନ କରିନାହାନ୍ତି। ତେଣୁ ଶକ୍ତିକାନ୍ତଙ୍କୁ ତୃତୀୟ ଥର ପାଇଁ ଗଭର୍ଣ୍ଣର କରାଯିବାର ସମ୍ଭାବନା ରହିଛି।
ସୌଜନ୍ୟ-ସମ୍ୱାଦ

Show More
Back to top button