Breaking News

ସେ ଚନ୍ଦ୍ରଶେଖର, ସେ ବି ପଠାଣି

ପୌଷମାସର କୃଷ୍ଣ ଅଷ୍ଟମୀ ତିଥିରେ ଯେଉଁ ବରପୁତ୍ର ଜନ୍ମଗ୍ରହଣ କରି ଓଡ଼ିଶାକୁ ବିଶ୍ବରେ ବିଦିତ କରିଛନ୍ତି, ସେ ହେଉଛନ୍ତି ପଠାଣି ସାମନ୍ତ। ସେ ଜନ୍ମ ଗ୍ରହଣ କରିଥିଲେ ଖଣ୍ଡପଡ଼ା ଗଡ଼ଜାତରେ।

ପୌଷମାସର କୃଷ୍ଣ ଅଷ୍ଟମୀ ତିଥିରେ ଯେଉଁ ବରପୁତ୍ର ଜନ୍ମଗ୍ରହଣ କରି ଓଡ଼ିଶାକୁ ବିଶ୍ବରେ ବିଦିତ କରିଛନ୍ତି, ସେ ହେଉଛନ୍ତି ପଠାଣି ସାମନ୍ତ। ସେ ଜନ୍ମ ଗ୍ରହଣ କରିଥିଲେ ଖଣ୍ଡପଡ଼ା ଗଡ଼ଜାତରେ। ତାଙ୍କର ପୂରା ନାଆଁ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର। ତାଙ୍କର ନାମ ସହ ଯୋଡ଼ା ହୋଇଥିବା ‘ହରିଚନ୍ଦନ ମହାପାତ୍ର’ ହେଉଛି ପୁରୀ ରାଜା ତାଙ୍କୁ ଦେଇଥିବା ଉପାଧି। ଖଣ୍ଡପଡ଼ାର ସେଦିନର ରାଜା ନଟବର ସିଂହ ପୁରୀରେ ରାଜଶାଢ଼ି ବନ୍ଧାଇବା ଅବସରରେ ଚନ୍ଦ୍ରଶେଖରଙ୍କୁ ସେହି ଉପାଧି ପ୍ରଦାନ କରାଯାଇଥିଲା। କିନ୍ତୁ ଏହି ରାଜବଂଶଜ ବିଖ୍ୟାତ ଜ୍ୟୋତିର୍ବିଦ୍‌ଙ୍କର ନାଆଁ କାହିଁକି ‘ଚନ୍ଦ୍ରଶେଖର’ ହୋଇଥିଲା, ଏବଂ କାହିଁକି ପୁଣି ‘ପଠାଣି’ ହେଲା, ସେ ସଂପର୍କରେ ରହିଛି ରୋଚକ ପ୍ରସଙ୍ଗ।

ଚନ୍ଦ୍ରଶେଖରଙ୍କ ପିତା ଶ୍ୟାମବନ୍ଧୁ ସିଂହଙ୍କର ଜନ୍ମ ୧୮୦୦ ଖ୍ରୀଷ୍ଟାବ୍ଦର ରାମ ନବମୀ ତିଥିରେ। ସେ ଥିଲେ ପରମ ଧାର୍ମିକ। ଧରାକୋଟ ରାଜବଂଶଜା ବିଷ୍ଣୁମାଳୀ ଦେବୀଙ୍କ ସହିତ ତାଙ୍କର ବିବାହ ‌େହାଇଥିଲା। ଶ୍ୟାମବନ୍ଧୁ ଓ ବିଷ୍ଣୁମାଳୀ ଥିଲେ ନଅ କନ୍ୟା ଓ ଦୁଇ ପୁତ୍ର ସନ୍ତାନଙ୍କର ଜନକ ଜନନୀ। ତେବେ ନଅକନ୍ୟାଙ୍କ ପରେ ତାଙ୍କର ଗୋଟିଏ ପୁତ୍ରସନ୍ତାନ ଜାତ ହୋଇଥିଲା। ମାତ୍ର, ଦୁଇଟି କନ୍ୟା ଓ ସେହି ପୁତ୍ରଙ୍କର ବିୟୋଗ ଘଟିଲା। ଫଳରେ ବିଷ୍ଣୁମାଳୀ ମ୍ରିୟମାଣ ହୋଇ ଖଣ୍ଡପଡ଼ାଠାରୁ ଦେଢ଼ କୋଶ ଦୂର‌େର ଥିବା ଖୁଣ୍ଟପଡ଼ା ଗ୍ରାମର ରାମେଶ୍ବର ମହାଦେବଙ୍କ ନିକଟରେ ଧାରଣା ଦେଇଥିଲେ। ତାହା ପରେ, ଶିବଙ୍କ ପ୍ରସାଦରୁ ତାଙ୍କର ଗର୍ଭୋଦୟ ହୋଇଥିଲା ଏବଂ ୧୮୩୫ ଖ୍ରୀଷ୍ଟାବ୍ଦ ପୌଷ କୃଷ୍ଣ ଅଷ୍ଟମୀରେ ଏକ ପୁତ୍ରସନ୍ତାନ ଜାତ ହେଲା। ଶିବଙ୍କ ପ୍ରସାଦରୁ ଜାତ ହୋଇଥିବାରୁ ସେହି ସନ୍ତାନର ନାମକରଣ କରାଯାଇଥିଲା ‘ଚନ୍ଦ୍ରଶେଖର’।

କିନ୍ତୁ ତାଙ୍କର ନାମ କାହିଁକି ‘ପଠାଣି’ ହେଲା? ଏହାର କାରଣ ହେଉଛି- ଚନ୍ଦ୍ରଶେଖରଙ୍କର ଜନ୍ମ ପୂର୍ବରୁ ତାଙ୍କର ଉପର ଭାଇଙ୍କର ମ୍ୃତ୍ୟୁ ଘଟିଥିଲା। ତେଣୁ ତାଙ୍କ ‘ଅପର୍ତ୍ତ୍ୟାଣି’ ନାମ ହୋଇଥିଲା ‘ପଠାଣି’। ସେହି ଅନୁସାରେ ଚନ୍ଦ୍ରଶେଖର ସିଂହସାମନ୍ତ ‘ପଠାଣି ସାମନ୍ତ’ ନାମରେ ସୁପ୍ରସିଦ୍ଧ ହୋଇଥିଲେ।

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.