ଓଡିଶାମହାନଗର

ସୋଆ ଏବଂ ସିସିଆରଏସ୍- ସିଏଆରଆଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ, ଆୟୁର୍ବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଡିଲ୍

ଭୁବନେଶ୍ୱର: ଆୟୁର୍ବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ସେଂଟ୍ରାଲ୍ କାଉନ୍ସିଲ୍ ଫର ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସେସ୍ (ସିସିଆରଏସ୍) ଅଧିନସ୍ଥ ସେଂଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅର୍ଥାତ୍ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ଅନୁଷ୍ଠାନ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।

ସିସିଆରଏସ୍ ହେଉଛି ଆୟୁଷ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ୱଂୟଚାଳିତ ଅନୁଷ୍ଠାନ ଯାହାକି ଭାରତରେ ଆୟୁର୍ବେଦ ବିଜ୍ଞାନର ଗବେଷଣା, ପରିଚାଳନା, ଗଠନ ଓ ପ୍ରୋତ୍ସାହନର କାର୍ଯ୍ୟ କରିଥାଏ। ଏହି ବୁଝାମଣା ଅନୁଯାୟୀ ଆୟୁର୍ବେଦ ତୈଳ ପ୍ରସ୍ତୁତି ନେଇ ସୋଆ ଏବଂ ସିଆରଆଇ ଦୁଇ ବର୍ଷ ଧରି ଏକତ୍ରିତ ଭାବେ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିରଚରିତ ତୈଳକୁ ଅତ୍ୟାଧୁନିକ ତୈଳରେ ପରିବର୍ତ୍ତନ କରି ରୋଗୀଙ୍କ ସେବାରେ ନିୟୋଜିତ କରିବା ।

ଏହି ପ୍ରକଳ୍ପଟିକୁ ସିସିଆରଏଏସ-ସିଏଆରଆଇ ଅନୁଦାନ ପ୍ରଦାନ କରିଥିବା ବେଳେ ଗବେଷଣା କାର୍ଯ୍ୟଗୁଡ଼ିକ ସୋଆର ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସର ପ୍ରଫେସର ଅନିନ୍ଦ୍ୟ ବୋଷ, ସିସିଆରଏଏସ୍-ସିଏଆରଆଇର ରିସର୍ଚ୍ଚ ଅଫିସର (ଆୟୁର୍ବେଦ) ଡକ୍ଟର ପୁର୍ଣ୍ଣେନ୍ଦୁ ପଟ୍ଟନାୟକ, ପ୍ରିନ୍ସିପାଲ୍ ଆଡଭାଇଜର ଏବଂ ଏସ୍ପିଏସ୍ ଡକ୍ଟର ଶକ୍ତିକେତନ ପୃଷ୍ଟି କୋପ୍ରିନ୍ସିପାଲ୍ ଇନଭେଷ୍ଟିଗେସନ୍ ଭାବେ ନେତୃତ୍ୱ ନେବେ ।

ବୁଝାମଣା ସମୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ସିସିଆରଏଏସ୍-ସିଏଆରଆଇର ନିର୍ଦ୍ଦେଶକ ଡକ୍ଟର ଏମ.ଏମ୍ ରାଓଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଡକ୍ଟର ରାଓଙ୍କୁ ସିସିଆରଏଏସ୍ ପକ୍ଷରୁ ପ୍ରୋଜେକ୍ଟ କୋଅର୍ଡିନେଟର ଭାବେ କାର୍ଯ୍ୟଭାର ପ୍ରଦାନ କରାଯାଇଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button