Breaking News

ସୋସିଆଲ ମିଡିଆ ବଢ଼ାଉଛି ଛାଡ଼ପତ୍ର, ଫ୍ୟାମିଲି କୋର୍ଟରେ ରେକର୍ଡ ୯ ହଜାର ମାମଲା

ନୂଆଦିଲ୍ଲୀ ୦୯/୧୨: ଭୋପାଳର ଏକ ଫ୍ୟାମିଲି କୋର୍ଟ ନଭେମ୍ବର ୨୮ ତାରିଖରେ ଏକ ଦମ୍ପତିଙ୍କୁ ପାରସ୍ପରିକ ସହମତିରେ ଛାଡ଼ପତ୍ର ଲାଗି ଅନୁମତି ଦେଇଥିଲେ । ସେମାନେ ୧୨ ବର୍ଷ ପୂର୍ବରୁ ବିବାହ କରିଥିବାବେଳେ ସେମାନଙ୍କର ଏକ ପୁଅ ବି ଅଛି । ତେବେ ସୋସିଆଲ ମିଡିଆ ରିଲ୍ସ ସେମାନଙ୍କର ଛାଡ଼ପତ୍ରର କାରଣ ହୋଇଥିବା ଜଣାପଡି଼ଛି । ପତିଙ୍କୁ ପତ୍ନୀଙ୍କର ସୋସିଆଲ ମିଡିଆରେ ରିଲ୍ସ କରିବା ପସନ୍ଦ ନଥିଲା । ପତ୍ନୀ ଏହାଦ୍ୱାରା ହେଉଥିବା ମୋଟାଅଙ୍କର ରୋଜଗାରକୁ ହରାଇବାକୁ ଚାହୁଁନଥିବାରୁ ମତଭେଦ ଆରମ୍ଭ ହୋଇଥିଲା । ପରେ ତାହା ଚରମ ରୂପ ନେଇ ଛାଡ଼ପତ୍ରରେ ପରିଣତ ହୋଇଛି ।

ଅନ୍ୟ ଜଣେ ପତି ତାଙ୍କ ପତ୍ନୀ ରିଲ୍‌ସରେ କିଛି ନୂଆ ଦେଖାଇବା ଲାଗି ପ୍ରତିଦିନ ନୂଆ ପୋଷାକ କିଣୁଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ହେଲା, ଏଥିଯୋଗୁ ଘର ଖର୍ଚ୍ଚ ବଢ଼ିଯାଇଛି । ସେହିଭଳି ଜଣେ ବ୍ୟକ୍ତି ରିଲ୍ସ ନିଶା ଯୋଗୁ ପତ୍ନୀ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଉନଥିବା ଅଭିଯୋଗ କରିଛନ୍ତି । ସେପଟେ ଜଣେ ପତ୍ନୀ ସ୍ୱାମୀ ରିଲ୍ସ ବନାଇବାକୁ ନ ଦେବା ସହିତ ବୁଲାଇବାକୁ ନେଉନଥିବା ଅଭିଯୋଗ ଆଣିଛନ୍ତି । ଏଭଳି ବହୁ ମାମଲା ଆସୁଛି ଯେଉଁଥିରେ ସୋସିଆଲ ମିଡିଆ ରିଲ୍ସ, ଲାଇକ୍‌ ଓ ଫଲୋଅର୍ସଙ୍କ ଚକ୍କରରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି ।

ସୌଜନ୍ୟ-ପ୍ରମେୟ

Comments are closed.