Breaking News

ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାକଫୁଲ

ନାକଫୁଲ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରେ ସେକଥା ନୁହେଁ, ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। ଆଜକୁ ବହୁବର୍ଷ ତଳୁ ମହିଳାମାନେ ନାକଫୁଲ ଅଥବା ନୋଥ ପିନ୍ଧିବାର ପ୍ରଥା ଚାଲିଆସିଛି।

ନାକଫୁଲ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରେ ସେକଥା ନୁହେଁ, ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। ଆଜକୁ ବହୁବର୍ଷ ତଳୁ ମହିଳାମାନେ ନାକଫୁଲ ଅଥବା ନୋଥ ପିନ୍ଧିବାର ପ୍ରଥା ଚାଲିଆସିଛି। କିନ୍ତୁ ଏବେ ଏହାର ଓଲଟା ଦେଖିବାକୁ ମିଳୁଛି। ଆଉ ପ୍ରଥା ପାଇଁ ନୁହେଁ ବରଂ ଫେସନ୍‌ ପାଇଁ ଅନେକ ମହିଳା ତଥା ଯୁବତୀ ବିଭିନ୍ନ ପର୍ବରେ ଭିନ୍ନ ଭିନ୍ନ ପ୍ରକାରର ନାକଫୁଲ ପିନ୍ଧୁଥିବାର ଦେଖାଯାଉଛି। ତେବେ ସେ ପ୍ରଥା ହେଉ ଅବା ସଉକ ପାଇଁ ହେଉ, ଏହାକୁ ପିନ୍ଧିବା ଦ୍ୱାରା ମହିଳାଙ୍କର କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା,

 ଖରାପ ନଜରରୁ ରକ୍ଷା କରେ
ମହିଳାଙ୍କର ଷୋହଳ ଶୃଙ୍ଗାର ମଧ୍ୟରୁ ନୋଥ ହେଉଛି ଗୋଟିଏ। ଏହାକୁ ସୌଭାଗ୍ୟର ପ୍ରତୀକ ବୋଲି ବି କୁହାଯାଇଥାଏ। ବିଶେଷ କରି ନବବଧୂ ପାଇଁ ଏହାକୁ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା କେବଳ ତା’ର ରୂପକୁ ସୁନ୍ଦର କରିଥାଏ ତାହା ନୁହେଁ ବରଂ ଅନେକ ଖରାପ ନଜରରୁ ତାକୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।
 ପୀଡ଼ାରୁ ମୁକ୍ତି ଦିଏ
ମାସିକ ଋତୁସ୍ରାବବେଳେ ମହିଳାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। କିନ୍ତୁ ଆୟୁର୍ବେଦ ମାନ୍ୟତା ଅନୁସାରେ, ଯେଉଁ ମହିଳା ନାକର ଗୋଟିଏ ପୁଡ଼ାରେ ଛେଦ କରି ନାକ ଫୁଲ ପିନ୍ଧିଥାନ୍ତି, ସେମାନଙ୍କୁ ଅନ୍ୟ ମହିଳାଙ୍କ ତୁଳନାରେ ଋତୁସ୍ରାବ ସମୟରେ କମ୍‌ କଷ୍ଟ ହୋଇଥାଏ। ସେହିପରି କେହି କେହି କହନ୍ତି ମହିଳାଙ୍କର ନାକରେ ହୋଇଥିବା ଛେଦ ସେମାନଙ୍କର ପ୍ରଜନନ ଅଙ୍ଗ ସହିତ ଯୋଡ଼ି ହୋଇ ରହିଥାଏ। ଯାହାଦ୍ବାରା ନାକଫୁଲ ପିନ୍ଧୁଥିବା ମହିଳାମାନଙ୍କୁ ପ୍ରସବ ସମୟରେ ବି କମ୍‌ କଷ୍ଟ ସହିବାକୁ ପଡ଼ିଥାଏ।
 ସୌନ୍ଦର୍ଯ୍ୟ ବୃଦ୍ଧି କରେ
କୁହାଯାଏ, ନାକ ଫୁଲ ପିନ୍ଧିବା ଦ୍ୱାରା ମହିଳାଙ୍କର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ବିବିଧ ପ୍ରକାର ଶରୀରଧା‌ରିଣୀ ମହିଳାଙ୍କ ପାଇଁ ନାକଫୁଲର ଡିଜାଇନ୍‌ ଓ ଆକାର ଭିନ୍ନ ଭିନ୍ନ ରହିଛି। ଯେମିତିକି: ଯେଉଁ ମହିଳାଙ୍କର ନାକ ଲମ୍ବା ଓ ତୀକ୍ଷ୍‌ଣ, ସେମାନଙ୍କୁ ଗୋଲ୍‌ ଆକାରର ନାକଫୁଲ ମାନୁଥିବାବେଳେ ଯେଉଁ ମହିଳାଙ୍କର ନାକ ଟିକେ ଚଉଡ଼ା, ସେମାନଙ୍କୁ ଷ୍ଟଡ୍‌ ଷ୍ଟାଇଲ୍‌ ନାକଫୁଲ ଭଲ ଦେଖାଯାଇଥାଏ। ସେହିପରି ହୃଦୟ ଆକାର ମୁହଁ ପାଇଁ ଟିକେ ଓଜନିଆ ନାକଫୁଲ, ଡାଇମଣ୍ଡ ସେପ୍‌ ମୁହଁକୁ ଫୁଲ ଡିଜାଇନ୍‌, ଗୋଲ ମୁହଁ ପାଇଁ ମାଳିଥିବା ନୋଜ୍‌ ରିଂ ଏବଂ ଟିକେ ଚଉଡ଼ା ମୁହଁ ଥିବା ମହିଳାଙ୍କୁ ଅର୍ଦ୍ଧଚନ୍ଦ୍ର ଡିଜାଇନ୍‌ର ନାକଫୁଲରେ ଆଭିଜାତ୍ୟକୁ ପ୍ରଦର୍ଶିତ କରାଇଥାଏ। ଆଉ ଯଦି ବଧୂବେଶ ପାଇଁ ନାକଫୁଲ ଚୟନର କଥା ଉଠେ, ତା’ହେଲେ ତ ଏହାର ଓଜନିଆ ଓ ଝୁମୁକା ଡିଜାଇନ୍‌ର ନାକଫୁଲ ବାଛିବାକୁ ପଡ଼ିଥାଏ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.