ଓଡିଶାମହାନଗର

ସ୍କାଏ ଅଟୋମୋବାଇଲ୍ସ ଏବଂ ତୁସି ମୋଟର୍ସରେ ଲଞ୍ଚ ହେଲା ମାରୁତି ସୁଜୁକି ଇ-ଭିଟାରା

ଥିରେ ୭ଟି ଏୟାରବ୍ୟାଗ୍ ରହିଛି । ଏହାର ଇଣ୍ଟେରିୟର ଡିଜାଇନ୍ ମଧ୍ୟ ଆକର୍ଷଣୀୟ । ଏନ କ୍ୟାପ୍ ରେଟିଂ ୫ ଷ୍ଟାର ପାଇଥିବା ବେଳେ ଆଡଭାନ୍ସ ବ୍ୟାଟେରୀ ପ୍ରୋଟେକ୍ସନ ସିଷ୍ଟମ୍ ଗ୍ରାହକଙ୍କୁ ସୁହାଇବ ।

ଭୁବନେଶ୍ବର: ଭୁବନେଶ୍ବରର ନେକ୍ସା ସ୍କାଏ ଅଟୋମୋବାଇଲ୍ସ ଏବଂ ଗଜପତି ନଗର ନେକ୍ସା ତୁସି ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଲଞ୍ଚ ହେଲା ଅତ୍ୟାଧୁନିକ ଶୈଳୀରେ ନିର୍ମିତ ମାରୁତି ସୁଜୁକିର ନୂଆ କାର୍ E VITARA । ଉନ୍ନତ ଧରଣର ଟେକ୍ନୋଲୋଜି ସହ ମାର୍କେଟକୁ ଆସିଛି ଏହି କାର୍ । ଏଥିରେ ଅତ୍ୟାଧୁନିକ ସିଷ୍ଟମ୍ ବ୍ୟବହାର କରାଯାଇଛି । ଏଥିରେ ଦୁଇଟି ବ୍ୟାଟେରୀ ରହିଥିବା ବେଳେ ଥରେ ଫୁଲ ଚାର୍ଜ ହେଲେ ୫୪୩ କି.ମି. ଗଡ଼ିବ। ବର୍ତ୍ତମାନ ସମୟରେ ଇ-ଭିଟାରାର ମାର୍କେଟ ପ୍ରାଇସ ୧୫.୫ ଲକ୍ଷ ଟଙ୍କା ରହିଛି ।

ଇ-ଭିଟାରା ୬୧ କିଲୋଓ୍ବାଟ୍ ଏବଂ ୪୯ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହିତ ଉପଲବ୍ଧ । ଏଥିରେ ୱାରେଣ୍ଟି ୮ ବର୍ଷ ରହିଛି। ଏକ ଅତ୍ୟାଧୁନିକ ସିଷ୍ଟମ୍ ସହିତ ଉନ୍ନତ ଡ୍ରାଇଭର୍ ସହାୟତା ସିଷ୍ଟମ୍, ଅନୁକୂଳ କ୍ରୁଜ୍ ନିୟନ୍ତ୍ରଣ, ଲେନ୍ କିପ୍ ଆସିଷ୍ଟ୍, ବ୍ଲାଇଣ୍ଡ ସ୍ପଟ୍ ମନିଟରିଂ, ସ୍ୱୟଂ ଚାଳିତ ଜରୁରୀକାଳୀନ ବ୍ରେକିଂ ସୁବିଧା ରହିଛି। ଏଥିରେ ୭ଟି ଏୟାରବ୍ୟାଗ୍ ରହିଛି । ଏହାର ଇଣ୍ଟେରିୟର ଡିଜାଇନ୍ ମଧ୍ୟ ଆକର୍ଷଣୀୟ । ଏନ କ୍ୟାପ୍ ରେଟିଂ ୫ ଷ୍ଟାର ପାଇଥିବା ବେଳେ ଆଡଭାନ୍ସ ବ୍ୟାଟେରୀ ପ୍ରୋଟେକ୍ସନ ସିଷ୍ଟମ୍ ଗ୍ରାହକଙ୍କୁ ସୁହାଇବ ।

ଅନ୍ୟପଟେ ଭୁବନେଶ୍ବର ଗଜପତି ନଗର ନେକ୍ସା ତୁସି ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ମାରୁତି ଇ-ଭିଟାରା ଏସୟୁଭି କାର୍ ଉନ୍ମୋଚିତ ହୋଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି କାରର ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ପରିବହନ କମିଶନର ତଥା ଏସଟିଏ ଓଡିଶା ଚେୟାରମ୍ୟାନ ଅମିତାଭ ଠାକୁର ଯୋଗ ଦେଇଥିଲେ। କାରର ବେସ ପ୍ରାଇସ୍ ୧୦.୯୯ ଲକ୍ଷ ଟଙ୍କା ରହିଛି । ଥରେ ଚାର୍ଜ ହେଲେ ଏହି କାର୍ ୫୪୩ କିଲୋମିଟର ଦୌଡ଼ିବ । ଯାନର ୩ ବର୍ଷ ୱାରେଣ୍ଟି କମ୍ପାନୀ ତରଫରୁ ଦିଆଯାଉଥିବା ବେଳେ ଏହା ୮ ବର୍ଷକୁ ବୃଦ୍ଧି କରିବାର ବିକଳ୍ପ ରହିଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button