Breaking News

ସ୍କିଲ୍‌ ଇଣ୍ଡିଆକୁ ଅଧିକ ୮୮୦୦ କୋଟି: ୱାଲଟିୟର ଡିଭିଜନ୍‌ ସୀମା ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି

କେନ୍ଦ୍ରୀୟ ଯୋଜନା ‘ସ୍କିଲ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ୨୦୨୬ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୋଜନା ‘ସ୍କିଲ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ୨୦୨୬ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏଥିପାଇଁ ଅତିରିକ୍ତ ୮୮୦୦ କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସ୍କିଲ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ତିନିଟି ପ୍ରମୁଖ ଉପାଦାନ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦, ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରସାର ଯୋଜନା ଓ ଜନ ଶିକ୍ଷଣ ସଂସ୍ଥାନ ଯୋଜନା। ଏହି ତିନି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨.୨୭ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି। ଏଥି ସହିତ ଆଜିର କ୍ୟାବିନେଟ୍‌ ବୈଠକରେ ସଫାଇ କର୍ମଚାରୀଙ୍କ ଜାତୀୟ ଆୟୋଗଙ୍କ କାର୍ଯ୍ୟକାଳକୁ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ସେଥିପାଇଁ ୫୦.୯୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବିତ ଦକ୍ଷିଣ ତଟ ରେଳ ଜୋନ୍‌ ଅଧିନରେ ୱାଲଟିୟର ଡିଭିଜନର ସୀମା ସଂଶୋଧନକୁ ମଞ୍ଜୁରି ଦିଆଯାଇଛି। ପ୍ରକଳ୍ପ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବାବେଳେ ଏହାକୁ ଆଜି କ୍ୟାବିନେଟ୍‌ ପକ୍ଷରୁ ମଞ୍ଜୁରି ମିଳିଛି। ପ୍ରସ୍ତାବ ଅନୁଯାୟୀ ୱାଲଟିୟର ଡିଭିଜନର ପ୍ରାୟ ୪୧୦ କିମି ଅଞ୍ଚଳକୁ ଏହି ଡିଭିଜନରେ ରଖାଯିବ। କିନ୍ତୁ ଏହି ଡିଭିଜନର ନାମ ୱାଲଟିୟର ପରିବର୍ତ୍ତେ ବିଶାଖାପାଟନମ୍‌ କରାଯିବ। ପଲାସା-ବିଶାଖାପାଟନମ-ଦୁଭାଡ଼ା, କୁନେରୁ-ବିଜୟନଗରମ, ନୂଆପଡ଼ା ଜଙ୍କସନ-ପାରଳାଖେମୁଣ୍ଡି, ବବ୍ବିଲି ଜଙ୍କସନ-ସାଲୁର, ସିମାଞ୍ଚଳମ ନର୍ଥ-ଦୁଭାଡ଼ା ବାଇପାସ୍‌, ବଦଲାପୁଡ଼ି-ଦୁଭାଡ଼ା ଏବଂ ବିଶାଖାପାଟନମ ଷ୍ଟିଲ୍‌ ପ୍ଲାଣ୍ଟ୍-ଜଗୟାପାଲେମ୍‌କୁ ଏହି ଡିଭିଜନ ଅଧିନରେ ରଖାଯିବ। ୱାଲଟିୟର ଡିଭିଜନର ଅନ୍ୟ ଅଞ୍ଚଳ ଯଥା କୋଟାଭାଲସା-ବଚେଲି, କୁନେରୁ-ଥେରୁବାଲି ଜଙ୍କସନ, ସିଙ୍ଗାପୁର ‌ରୋଡ୍‌-କୋରାପୁଟ ଜଙ୍କସନ ଏବଂ ପାରଳାଖେମୁଣ୍ଡି-ଗୁଣୁପୁର ଅଞ୍ଚଳ (ମୋଟ ପ୍ରାୟ ୬୧୦ କିମି)କୁ ନେଇ ଏକ ନୂଆ ଡିଭିଜନରେ ପରିଣତ କରାଯିବ। ଏହି ନୂଆ ଡିଭିଜନଟି ପୂର୍ବତଟ ରେଳବାଇ ଅଧୀନରେ ରାୟଗଡ଼ାଠାରେ ହେବ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.