Breaking News

ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତି: ଲାଗିହେଲା ଯଜମାନଙ୍କ ଓଢ଼ଣ

ଗତକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଓଢ଼ଣ ଷଷ୍ଟୀ ନୀତି ବନ୍ଦ ରହିଲା। ମନ୍ଦିରରେ କୌଣସି ନୀତି ହୋଇପାରିଲାନି। ଏଭଳି ଏକ ମହାନ ପବିତ୍ର ତିଥିରେ ପ୍ରଭୁଙ୍କୁ ଦିନତମାମ ଖାଡ଼ା ଉପବାସ ରହିବାକୁ ପଡ଼ିଲା।

ଭୁବନେଶ୍ୱର: ଗତକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଓଢ଼ଣ ଷଷ୍ଟୀ ନୀତି ବନ୍ଦ ରହିଲା। ମନ୍ଦିରରେ କୌଣସି ନୀତି ହୋଇପାରିଲାନି। ଏଭଳି ଏକ ମହାନ ପବିତ୍ର ତିଥିରେ ପ୍ରଭୁଙ୍କୁ ଦିନତମାମ ଖାଡ଼ା ଉପବାସ ରହିବାକୁ ପଡ଼ିଲା। ସକାଳୁ ମଙ୍ଗଳ ଆଳତି ହୋଇପାରିଲାନି। ଠାକୁରଙ୍କୁ ଉଠାଇବା ବିଧି ସମ୍ପନ୍ନ ହେଲାନି। ତେଣୁ ଘୋଡ଼ ଲାଗି ମଧ୍ୟ ହୋଇପାରିଲାନି। ହେଲେ ଆଜି ସକାଳୁ ପରିସ୍ଥିତି ସୁଧୁରିଛି। ସକାଳୁ ପୂଜାପଣ୍ଡା ସେବାୟତଙ୍କ ମଙ୍ଗଳ ଆଳତି ପରେ କ୍ରମ ଅନୁଯାୟୀ ନୀତି କରାଯାଇଛି।

ହେଲେ ଗତକାଲି ମନ୍ଦିର ପ୍ରଶାସନର ଓଢ଼ଣ ଲାଗି ହୋଇନଥିବାରୁ ଆଜି ଓଢ଼ଣ ଲାଗି ହେବ କି ନାହିଁ ସେବାୟତମାନେ ଚିନ୍ତାରେ ରହିଥିଲେ। ତେବେ ପରମ୍ପରାକୁ ରକ୍ଷା କରି ସେବାୟତମାନେ ଯଜମାନଙ୍କ ଲୁଗା ଏବଂ ଓଢ଼ଣକୁ ଠାକୁରଙ୍କୁ ଲାଗି କରିଛନ୍ତି। ପ୍ରକାଶ ଥାଉକି, ଗତକାଲି ଅଧିବାସ ପୂଜା କରିବାକୁ ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ନପାରିବାରୁ ନୀତିରେ ଅସହଯୋଗ କରିବାକୁ ଚେତାବନୀ ଦେଇଥିବା ପୂଜାପଣ୍ଡା ନିଯୋଗ ସେବାରେ ଯୋଗ ଦେଇନଥିଲେ। ସକାଳୁ ମଙ୍ଗଳ ଆଳତି ହୋଇପାରିନଥିଲା। ଯାହାଫଳରେ ଗତକାଲି ଠାକୁରଙ୍କ ନୀତିରେ ବିଭ୍ରାଟ ହୋଇଥିଲା।

ସୌଜନ୍ୟ-ସମ୍ୱାଦ

Comments are closed.