Breaking News

ସ୍ବାଭିମାନ ଅଞ୍ଚଳରେ ଗୁଜରାଣ ମେଣ୍ଟାଇବାକୁ କଷ୍ଟ ଭୋଗୁଛନ୍ତି ମତ୍ସ୍ୟଜୀବୀ

ତତ୍କାଳୀନ ସରକାର ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ଉଦଘାଟନ ବେଳେ ସେତୁ ଯୋଜନାରେ ୧୦୦ ଟୋକି ଟଂକା ବିକାଶ ମୂଳକ ପାଣ୍ଠି ଭାବେ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ୨୦ କୋଟି ଟଂକା କେବଳ ଏହି ଅଂଚଳରେ ଜଳଭଣ୍ଡାରରୁ ମାଛ ଧରି ଜୀବନ ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ରହିଥିଲା।

0

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୯ଟି ପଞ୍ଚାୟତକୁ ଘେରି ରହିଛି ବାଲିମେଳା ଜଳଭଣ୍ଡାର। ପ୍ରାୟ ୩୬୦ ହେକ୍ଟରରୁ ଅଧିକ ଅଞ୍ଚଳ ଜଳାଶୟ। ଜଳଭଣ୍ଡାରର ଆର ପାରିରେ ରହିଥିବା ସ୍ବାଭିମାନ ଅଂଚଳର ବାସିନ୍ଦାଙ୍କ ପାଇଁ ତତ୍କାଳୀନ ସରକାର ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ଉଦଘାଟନ ବେଳେ ସେତୁ ଯୋଜନାରେ ୧୦୦ ଟୋକି ଟଂକା ବିକାଶ ମୂଳକ ପାଣ୍ଠି ଭାବେ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ୨୦ କୋଟି ଟଂକା କେବଳ ଏହି ଅଂଚଳରେ ଜଳଭଣ୍ଡାରରୁ ମାଛ ଧରି ଜୀବନ ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ରହିଥିଲା। ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ବ ଟଂକା ଖର୍ଚ୍ଚ ହୋଇସାରିଲାଣି।

ଏହି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୧୭ କୋଟି ୪୮ ଲକ୍ଷ ଟଂକା ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ ୮ଟି କାର୍ଯ୍ୟକ୍ରମ ଇତି ମଧ୍ୟରେ ସରିଥିବା କୁହାଯାଉଥିବା ବେଳେ ଆଉଦୁଇଟି କାମ ଚାଲୁ ରହିଥିବା କୁହାଯାଇଛି।ତେବେ ପ୍ରାୟ ୧୫ କୋଟି ୮୩ ଲକ୍ଷ ଟଂକା ଇତି ମଧ୍ୟରେ ଖର୍ଚ୍ଚ ହୋଇସାରିଲାଣି ବୋଲି କୁହାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଅଂଚଳରେ ମାଛ ଧରି ଜୀବନ ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ନିଜର ଗୁଜରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଛି।

ରିପୋର୍ଟ ଅନୁଯାୟୀ ୨୦୧୯-୨୦ ମସିହାର ୧୫.୧.୨୦୨୦ ତାରିଖରେ ୨୮୦ ଲକ୍ଷ ଟଂକାର ମାଛ ଜଳଭଣ୍ଡାରରେ ଛଡାଯାଇଥିବା ବେଳେ ୮.୧.୨୦୨୧ରେ ତାଲିମ ପ୍ରଦାନ ବାବଦକୁ ୧୦ ଲକ୍ଷ ଟଂକା ଖର୍ଚ୍ଚ ହୋଇଥିବା ଜଣାପଡିଛି। ୨୦୨୦-୨୧ ମସିହାର ୧୧.୧.୨୦୨୧ ତାରିଖରେ ୩୯୬ ଲକ୍ଷ ଟଂକାର ମାଛ ଛଡାଯାଇଥିବା ବେଳେ ୨୩-୯.୨୦୨୨ରେ ୧୦ ଲକ୍ଷ ଟଂକା ଖର୍ଚ୍ କରାଯାଇ ତାଲିମ ଦିଆଯାଇଥିଲା ପୁଣି ୧୦.୧.୨୦୨୨ରେ ଷ୍ଟୋର କମ୍ ଗୋଡାଉନ ବାବଦକୁ ୪୮ ଲକ୍ଷ ଟଂକା ଖର୍ଚ୍ଚ ହୋଇଥିବା ବେଳେ ୨୫.୮.୨୦୨୧ରେ ୫୦ ଲକ୍ଷ ଟଂକାର ବୋଟ ଓ ମାଛ ଜାଲ ପ୍ରଦାନ କରାଯାଇଛି। ସେହି ଦିନ ହିଁ ଲାଇଫ ଜ୍ୟାକେଟ ୧୦ ଲକ୍ଷ ଟଂକାର ପ୍ରଦାନ କରାଯାଇଛି।

୨୦୨୧-୨୨ ମସିହାରେ ପୁଣି ୧୫.୧୧.୨୦୨୨ରେ ବୋଡ, ମାଛ ଜାଲ ଓ ଲାଇଫ ଜ୍ୟାକେଟ ବାବଦକୁ ୬୦ ଲକ୍ଷ ଟଂକା ଖର୍ଚ୍ଚ କରାଯାଇଥିବା ବେଳେ ତାଲିମ ବାବଦକୁ ୫ ଲକ୍ଷ ୨୦- ହଜାର ଟଂକା ଖର୍ଚ୍ଚ କରାଯାଇଛି। ଏହି ଆର୍ଥିକ ବର୍ଷରେ ଆଇସ୍ ବକ୍ସ ସହ ଅଟୋ ରିକ୍ସା ବାବଦକୁ ୨୪.୧୧.୨୦୨୩ରେ ୩୦ ଲକ୍ଷ ଟଂକା ଖର୍ଚ୍ଚ ହୋଇଥିବା ବେଳେ ୧.୧୧.୨୦୨୨ରେ ଆଇସ ବକ୍ସ ସହ ମଟର ସାଇକେଲ ବାବଦକୁ ୨୨ ଲକ୍ଷ ୫୦ ହଜାର ଟଂକା ଖର୍ଚ୍ଚ ହୋଇଥିବା ଜଣାପଡିଛି।😇😇😇

ସେହିପରି ୨୦୨୨-୨୩ ମସିହାର ବୋଟ,ମାଛ ଜାଲ ଓ ଲାଇଫ ଜ୍ୟାକେଟ ପାଇଁ ୬୦ ଲକ୍ଷ ଟଂକା, ୭୨ ଲକ୍ଷ ଟଂକାର ମାଛ ଛାଡିବା,ସିଏନଟିର ପୁନଃଉଦ୍ଧାର ପାଇଁ ୧୪ ଲକ୍ଷ ଏବଂ ପିଆଇସି ବାବଦକୁ ୧ କୋଟି ୮୬ ଲକ୍ଷ ଟଂକା ଖର୍ଚ୍ଚ ହୋଇଛି।୨୦୨୩-୨୪ରେ ୩ କୋଟି ଟଂକାର ମାଛ ଛଡାଯାଇଥିବା ବେଳେ ତାଲିମ ପ୍ରଦାନ କରାଯାଉଥିବା ଗୃହର ପାଚେରୀ ବାବଦକୁ ୨୫ ଲକ୍ଷ ଟଂକା, ଆଇସ ବକ୍ସ ପାଇଁ ୨ ଲକ୍ଷ ଟଂକା ଏବଂ ପିଆଇସି ବାବଦକୁ ୩ ଲକ୍ଷ ୫୫ ହଜାର ଟଂକା ଖର୍ଚ୍ଚ ହୋଇଛି।ତେବେ ମୋଟରେ ୧୫ କୋଟି ୮୩ ଲକ୍ଷ ଟଂକାର ଅଟକଳ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ କୋଟି ୭୯ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି।ସ୍ବାଭିମାନ ଅଂଚଳର ୧୦ଟି ସୋସାଇଟିକୁ ଏହି ସହଯୋଗ ପ୍ରଦାନ କରାଯାଉଛି।ପ୍ରାୟ ୨ ହଜାର ମତ୍ସ୍ୟଜୀବୀ ରହିଥିବା ବେଳେ କେବଳ ୩୦୦ରୁ ୪୦୦ ମତ୍ସ୍ୟଜୀବୀ ହିଁ ଉପକୃତ ହୋଇଥିବା ଜଣାପଡିଛି।ସେମାନେ ମଧ୍ୟ ଆଜି ଅବହେଳିତ ଅବସ୍ଥାରେ ରହିଛନ୍ତି।

ଶୀତଳଭଣ୍ଡାର ନଥିବାରୁ ମାଛ ରଖିବା କଷ୍ଟର ହେବା ସହ ଏହାର ମାର୍କେଟିଂ ନଥିବାରୁ ମଧ୍ୟ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି।ତେବେ ଏତେ ଟଂକା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହାର ଉପକାର କାହିଁକି ମତ୍ସ୍ୟଜୀବୀ ପାଇପାରିନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।ତେବେ ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତୁ ଗୌଡଙ୍କୁ ପଚାରିବାରୁ ସେ ଶୀତଳ ଭଣ୍ଡାର ପାଇଁ ସରକାରଙ୍କୁ ଅବଗତ କରାଯାଇଥିବା କହିଥିଲେ।ଏଥିସହ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ବ ଟଂକା ଖର୍ଚ୍ଚ ହୋଇଥିବା ସ୍ବୀକାର କରିଥିଲେ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.