Breaking News

ସୟଦ ମୁସ୍ତାକ ଅଲୀ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ହ୍ୟାଟ୍ରିକ୍‌ ପରାଜୟ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଆସାମକୁ ୬୩ ରନ୍‌ରେ ଓଡ଼ିଶା ହରାଇଛି। ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍‌କୁ ୯ ଓଭର ବିଶିଷ୍ଟ କରାଯାଇଥିଲା।

ଭୁବନେଶ୍ବର: ହ୍ୟାଟ୍ରିକ୍‌ ପରାଜୟ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଆସାମକୁ ୬୩ ରନ୍‌ରେ ଓଡ଼ିଶା ହରାଇଛି। ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍‌କୁ ୯ ଓଭର ବିଶିଷ୍ଟ କରାଯାଇଥିଲା। ଆସାମ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଓଡ଼ିଶା ୭ ୱିକେଟ୍‌ ବିନିମୟରେ ୧୨୦ ରନ୍‌ କରିଥିଲା। ଶୀଘ୍ର ରନ୍‌ ସଂଗ୍ରହ କରିବାକୁ ଯାଇ ଓଡ଼ିଶା ୩୭ ରନ୍‌ ଭିତରେ ୩ ୱିକେଟ୍‌ ହରାଇଥିଲା। ସ୍ବସ୍ତିକ ସାମଲ ଓ ସନ୍ଦୀପ ପଟ୍ଟନାୟକ ଚତୁର୍ଥ ୱିକେଟ୍‌ରେ ୧୫ ବଲ୍‌ରୁ ୫୪ ରନ୍‌ର ଭାଗୀଦାରି ଗଢ଼ି ଓଡ଼ିଶାକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ। ସପ୍ତମ ଓଭରର ଶେଷ ବଲ୍‌ରେ ସନ୍ଦୀପ ୩୧ ରନ୍‌ (୮ବଲ୍‌, ୩ଚୌକା, ୩ଛକା) ରେ ଆଉଟ୍‌ ହୋଇଥି‌ଲା ବେଳେ ସ୍ବସ୍ତିକ ଆକ୍ରମଣ ଜାରି ରଖିଥିଲେ।

ଶେଷ ଓଭରରେ ସ୍ବସ୍ତିକ ୬୯ ରନ୍‌ (୨୬ ବଲ୍‌, ୭ଚୌକା, ୫ଛକା) କରିଥିଲାବେଳେ ରନ୍‌ ଆଉଟ୍‌ ହୋଇଯାଇଥିଲେ। କେବଳ ଏହି ଦୁଇ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବି ଦୁଇ ଅଙ୍କରେ ପହଞ୍ଚି ନଥିଲେ। ଆସାମ କିନ୍ତୁ ନିୟମିତ ଭାବେ ୱିକେଟ୍‌ ହରାଇ ୫ ବଲ୍‌ ପୂର୍ବରୁ ୫୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ରାଜେଶ ମହାନ୍ତି, ପ୍ରଦୀପ ପ୍ରଧାନ, ଯାମଳା ଭଞ୍ଜନ ମହାପାତ୍ର, ଗୋବିନ୍ଦ ପୋଦ୍ଦାର ପ୍ରତ୍ୟେକ ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ ଗୁରୁବାର ଚଣ୍ଡିଗଡ଼ ବିପକ୍ଷରେ ଖେଳିବ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୯ ଓଭରରେ ୧୨୦/୭ (ସ୍ବସ୍ତିକ ସାମଲ-୬୯, ସନ୍ଦୀପ ପଟ୍ଟନାୟକ-୩୧, ଅଭିନବ ଚୌଧୁରୀ-୨/୧୨, ରୋଶନ ଆଲମ-୨/୩୪)। ଆସାମ ୮.୧ ଓଭରରେ ୫୭/୧୦ (ସାହିଲ ଜୈନ-୧୮, ନିପନ ଡେକା-୧୨, ଗୋବିନ୍ଦ ପୋଦ୍ଦାର-୨/୧, ରାଜେଶ ମହାନ୍ତି-୨/୧୨, ପ୍ରଦୀପ ପ୍ରଧାନ-୨/୧୨, ଯାମଳା ଭଞ୍ଜନ ମହାପାତ୍ର-୨/୧୬)।

ସୌଜନ୍ୟ-ସମ୍ୱାଦ

Comments are closed.