ଦେଶ ବିଦେଶ

ହଠାତ୍ ଅଚଳ ହେଲା ୟୁଟ୍ୟୁବ୍, ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିଛି ସେବା

ଭାରତ ଏବଂ ଅନ୍ୟାନ୍ୟ ଦେଶରେ YouTube ଗୋଟିଏ ଘଣ୍ଟାରୁ ଅଧିକ ସମୟ ପାଇଁ ବନ୍ଦ ରହିଛି। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ ୧୮।୦୨; ଭାରତ ସମେତ ବିଶ୍ୱର ଅନେକ ଦେଶରେ YouTube ଅଚଳ ହୋଇଯାଇଛି। YouTube ସେବା ପ୍ରାୟ ଗୋଟିଏ ଘଣ୍ଟା ଧରି ବନ୍ଦ ରହିଛି, ଯାହା ଫଳରେ ବିଶ୍ୱର ଲକ୍ଷ ଲକ୍ଷ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁଜର୍ସ ସୋସିଆଲ ମିଡିଆରେ ୟୁଟ୍ୟୁବ ବନ୍ଦ ବିଷୟରେ ଅଭିଯୋଗ ଅପଲୋଡ୍ କରିବା ପରେ, #YoutubeDown ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ରିପୋର୍ଟ ଅନୁଯାୟୀ କେବଳ ଭାରତରେ ପ୍ରାୟ ୧୦,୦୦୦ ଲୋକ ୟୁଟ୍ୟୁବ୍ ବନ୍ଦ ବିଷୟରେ ଅଭିଯୋଗ କରିଛନ୍ତି। ଆଜି ସକାଳେ ଲୋକମାନେ ୟୁଟ୍ୟୁବ୍ ଖୋଲିବା ସମୟରେ, ସେମାନେ “ସମଥିଙ୍ଗ ଇଜ୍ ରଙ୍ଗ” ଏବଂ “ଟ୍ରାଇଙ୍ଗ ସର୍ଚ୍ଚ ଟୁ ଗେଟ୍ ଷ୍ଟାଡେଡ୍ କରିବାକୁ ମେସେଜ୍ ଲେଖାଥିଲା। ହୋମପେଜ୍ ମଧ୍ୟ ମଧ୍ୟ ଶୋ’ କରୁନଥିଲା।

ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ ଉଭୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। YouTube ଆନୁଷ୍ଠାନିକ ଭାବରେ ସେବା ବନ୍ଦ ହେବା ସମ୍ପର୍କରେ ନିଶ୍ଚିତ କରିନାହିଁ। କିନ୍ତୁ କମ୍ପାନୀ ଏବେ କହିଛି ଯେ ସେମାନେ ଯାନ୍ତ୍ରିକ ସମସ୍ୟାର ସମାଧାନ ପାଇଁ କାମ କରୁଛନ୍ତି। କିଛି କିଛି ମାତ୍ରାରେ ଏବେ କାମ କରିବା ଆରମ୍ଭ କଲାଣି । ହେଲେ ସବୁଠି ସମସ୍ୟାର ସମାଧାନ ହୋଇନାହିଁ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button