ଭବାନୀପାଟଣା: ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବାଥରୁମ୍ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷ ପଢ଼ୁଥିଲେ।
ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏଥିସହ ହଷ୍ଟେଲରେ ରହୁଥିବା ମୃତକଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି ।
ଅଧିକ ସୂଚନା ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ସକାଳେ ଛାତ୍ରୀ ଜଣଙ୍କ ବାଥରୁମ୍ ଯାଇଥିଲେ। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ଏନେଇ ସହପାଠୀମାନଙ୍କର ସନ୍ଦେହ ହୋଇଥିଲା।
କବାଟ ବାଡ଼େଇ ଛାତ୍ରୀଙ୍କୁ ଡାକିଥିଲେ। ହେଲେ ଛାତ୍ରୀର ଜଣଙ୍କ କବାଟ ଖୋଲି ନ ଥିଲେ। ଏନେଇ ସହପାଠୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି।
ସୌଜନ୍ୟ-ସମ୍ୱାଦ
Comments are closed.