Breaking News

ହାତୀ-ମଣିଷ ଲଢ଼େଇକୁ ନେଇ ଅନ୍ତଃରାଜ୍ୟ ଆଲୋଚନା: ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଶପଥ ନେଲେ

ହାତୀ-ମଣିଷ ଲଢ଼େଇକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶାର ବନ ବିଭାଗ ଚିନ୍ତାରେ। ସମସ୍ୟାର ମୁକାବିଲା ପାଇଁ ଆଜି ଅନ୍ତଃରାଜ୍ୟ ଆଲୋଚନା ହୋଇଛି। ଯେଉଁଠି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜନପ୍ରତିନିଧିମାନେ ହାତୀଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଶପଥ ନେଇଛନ୍ତି।

ଜଳେଶ୍ୱର: ହାତୀ-ମଣିଷ ଲଢ଼େଇକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶାର ବନ ବିଭାଗ ଚିନ୍ତାରେ। ସମସ୍ୟାର ମୁକାବିଲା ପାଇଁ ଆଜି ଅନ୍ତଃରାଜ୍ୟ ଆଲୋଚନା ହୋଇଛି। ଯେଉଁଠି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜନପ୍ରତିନିଧିମାନେ ହାତୀଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଶପଥ ନେଇଛନ୍ତି। ଓଡ଼ିଶାର ଜଳେଶ୍ୱର, ରାସଗୋବିନ୍ଦପୁର, ଦେଉଳି ଏବଂ ପଶ୍ଚିମବଙ୍ଗର କେଶରେଖା, ନୟାଗ୍ରାମ, ଚନ୍ଦାବିଲା ଆଦି ୬ଟି ରେଞ୍ଜରେ ବର୍ଷର ୮ରୁ ୧୦ ମାସ ହାତୀ ଉପଦ୍ରବ ଦେଖାଯାଏ। ହାତୀ-ମଣିଷ ଲଢ଼େଇ ଯୋଗୁଁ ବହୁ ଧନଜୀବନ କ୍ଷତି ହୋଇଥାଏ। ତେବେ ଏହାକୁ ପ୍ରଶମିତ କରିବା ପାଇଁ ଆଜି ଓଡ଼ିଶା ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ହରିଣାଶୋଳ ହାଇସ୍କୁଲ୍‌ ପରିସରରେ ଏକ ଅନ୍ତଃରାଜ୍ୟ ବୈଠକ ବସିଥିଲା।

ଟ୍ରଷ୍ଟର ପ୍ରତିଷ୍ଠାତା ତଥା ପ୍ରାକ୍ତନ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ଦେବବ୍ରତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ରଜନୀକାନ୍ତ ଜେନା, ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ବିଶ୍ବଜିତ ପଣ୍ଡା, ବାରିପଦା ଡିଏଫ୍‌ଓ ଏ ଉମା ମହେଶ, ପ୍ରାକ୍ତନ ପ୍ରଧ୍ୟାପକ ଅଚିନ୍ତ ନାରାୟଣ ଜେନା, ବାରିପଦା ଏସିଏଫ୍‌ ରବିନାରାୟଣ ମହାନ୍ତି, ଟ୍ରଷ୍ଟର ବାଲେଶ୍ୱର ଜିଲ୍ଲା ସଂଯୋଜକ ଅଶ୍ୱିନୀ କୁମାର ଦାସ, ମୟୂରଭଞ୍ଜ ସଂଯୋଜକ ହରିହର ଦାସ, ବେତନଟୀ ରେଞ୍ଜର ମନୱର ଖାଁ, ରାସଗୋବିନ୍ଦପୁର ଫରେଷ୍ଟର ଅଶୋକ ମାଝୀ, ଫରେଷ୍ଟ ଗାର୍ଡ ସତୀଶ ମହାନ୍ତି ପ୍ରମୁଖଙ୍କ ସହ ଉପରୋକ୍ତ ୬ଟି ରେଞ୍ଜ ଅଧୀନ ପଞ୍ଚାୟତଗୁଡ଼ିକର ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗ ଦେଇଥିଲେ। ଉଭୟ ରାଜ୍ୟର ପ୍ରଶାସନ ଓ ସୀମାନ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କିପରି ସମସ୍ୟାର ସମାଧାନ ହେବ, ସେନେଇ ଆଲୋଚନା ହୋଇଥିଲା। ସେହିପରି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜନପ୍ରତିନିଧିମାନେ ହାତୀ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଶପଥ ନେଇଥିଲେ।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.