Breaking News

‘ହିନ୍ଦୁ ଜାତୀୟତାବାଦ, ଖଲିସ୍ତାନୀ ଉଗ୍ରବାଦ ଇଂଲଣ୍ଡରେ ନୂଆ ବିପଦ’: ଲିକ୍ ହୋଇଥିବା ବ୍ରିଟେନ ସରକାରଙ୍କ ରିପୋର୍ଟ

ଲିକ୍ ହୋଇଥିବା ଗୃହ ବିଭାଗର ଏକ ଦସ୍ତାବିଜ ଅନୁଯାୟୀ, ବ୍ରିଟେନରେ ହିନ୍ଦୁ ଜାତୀୟତାବାଦ ଓ ଖଲିସ୍ତାନୀ ଉଗ୍ରବାଦକୁ ୯ଟି ନୂଆ ବିପଦ ମଧ୍ୟରେ ତାଲିକାଭୁକ୍ତ କରାଯାଇଛି। ୨୦୨୪ ଅଗଷ୍ଟରେ ବ୍ରିଟେନ ଗୃହ ବିଭାଗର ବୈଦେଶିକ ସଚିବ ୟେଭେଟ୍ କୁପର ଏହି କମିଟି ଗଠନ କରିଥିଲେ।

ଲଣ୍ଡନ: ଲିକ୍ ହୋଇଥିବା ଗୃହ ବିଭାଗର ଏକ ଦସ୍ତାବିଜ ଅନୁଯାୟୀ, ବ୍ରିଟେନରେ ହିନ୍ଦୁ ଜାତୀୟତାବାଦ ଓ ଖଲିସ୍ତାନୀ ଉଗ୍ରବାଦକୁ ୯ଟି ନୂଆ ବିପଦ ମଧ୍ୟରେ ତାଲିକାଭୁକ୍ତ କରାଯାଇଛି। ୨୦୨୪ ଅଗଷ୍ଟରେ ବ୍ରିଟେନ ଗୃହ ବିଭାଗର ବୈଦେଶିକ ସଚିବ ୟେଭେଟ୍ କୁପର ଏହି କମିଟି ଗଠନ କରିଥିଲେ। ଲିକ୍ ହୋଇଥିବା କମିଟିର ରିପୋର୍ଟରେ ‘ହିନ୍ଦୁ ଜାତୀୟତାବାଦ’ ଏକ ଉଗ୍ରବାଦୀ ବିଚାରଧାରା ବୋଲି କୁହାଯାଇଛି। ରିପୋର୍ଟ ଅନୁଯାୟୀ ବ୍ରିଟେନ ପ୍ରତି ଉପୁଜିଥିବା ବିପଦ ମଧ୍ୟରୁ ମୁଖ୍ୟ ହେଉଛି ଖଲିସ୍ତାନୀ ଉଗ୍ରବାଦ।

ଗୃହ ବିଭାଗର ରିପୋର୍ଟରେ ପ୍ରଥମ ଥର ପାଇଁ ‘ହିନ୍ଦୁ ଜାତୀୟତାବାଦ’ ଓ ହିନ୍ଦୁତ୍ୱକୁ ଚିନ୍ତାଜନକ ବିଚାରଧାରା ଭାବେ ମାନ୍ୟତା ଦିଆଯାଇଛି। ଭାରତ-ପାକିସ୍ତାନ ଏସିଆ କପ୍ ୨୦୨୨ ମ୍ୟାଚ୍ ପରେ ଅଗଷ୍ଟ ୨୮ରେ ଦକ୍ଷିଣ ଏସୀୟ ବଂଶୋଦ୍ଭବ ବ୍ରିଟିସ ହିନ୍ଦୁ ଓ ବ୍ରିଟିସ ମୁସଲମାନ ମୁହାଁମୁହିଁ ହେବା ପରେ ଲିସେଷ୍ଟରରେ ଦଙ୍ଗା ଉପୁଜିଥିଲା। ଏହାପରେ ‘ହିନ୍ଦୁ ଜାତୀୟତାବାଦ’କୁ ବିପଦ ଭାବେ ସାମିଲ କରାଯାଇଛି। ଥିଙ୍କଟ୍ୟାଙ୍କ ‘ପଲିସି ଏକ୍ସଚେଞ୍ଜ’କୁ ଲିକ୍ ହୋଇଥିବା ଏକ ଦସ୍ତାବିଜରେ ବ୍ରିଟେନର ଉଗ୍ରବାଦ ବିରୋଧୀ ନୀତି ପ୍ରତି ୯ଟି ଉଦୀୟମାନ ବିପଦ ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ଇସଲାମିକ, ଚରମ ଦକ୍ଷିଣପନ୍ଥୀ, ଚରମ ମହିଳା ବିରୋଧୀ, ଖଲିସ୍ତାନୀ ସମର୍ଥକ ଉଗ୍ରବାଦ, ହିନ୍ଦୁ ଜାତୀୟତାବାଦୀ ଉଗ୍ରବାଦ, ପରିବେଶ ଉଗ୍ରବାଦ, ବାମପନ୍ଥୀ, ଅରାଜକତାବାଦୀ ଏବଂ ଏକକ-ପ୍ରସଙ୍ଗ ଉଗ୍ରବାଦ, ହିଂସାକୁ ଉସକାଇବା ଓ ଷଡ଼ଯନ୍ତ୍ର ସିଦ୍ଧାନ୍ତ ରହିଛି ବୋଲି ବିବିସିର ଏକ ରିପୋର୍ଟରେ କୁହାଯାଇଛି। ଏଥିସହ କାନାଡ଼ା ଓ ଆମେରିକାରେ ଶିଖ୍‌ଙ୍କ ବିରୋଧରେ ହିଂସାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ସମେତ ବିଦେଶରେ ଭାରତର କାର୍ଯ୍ୟକଳାପକୁ ନେଇ ମଧ୍ୟ ଏହି ରିପୋର୍ଟରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରୋଭିଡେଣ୍ଟ, ରିସର୍ଚ୍ଚ, ଇନଫର୍ମେସନ ଆଣ୍ଡ୍ କମ୍ୟୁନିକେସନ୍ ୟୁନିଟ୍ (ଆର୍‌ଆଇସିୟୁ) ଏବଂ ହୋମଲାଣ୍ଡ ସିକ୍ୟୁରିଟି, ଆନାଲିସିସ୍ ଆଣ୍ଡ୍ ଇନସାଇଟ୍ (ଏଚ୍‌ଏସ୍‌ଏଆଇ) ଭଳି ହୋମ୍ ଅଫିସ୍ ସଂସ୍ଥା ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.