Breaking News

ହୀରାରେ କୋଟି କୋଟି ବର୍ଷ ଗଚ୍ଛିତ ରହିବ ତଥ୍ୟ

ଡାଇମଣ୍ଡ୍‌ ବା ହୀରାକୁ ସାଧାରଣତଃ ଶାଶ୍ବତ ପ୍ରେମର ଏକ ସଂକେତ ଭାବେ ବିଚାର କରାଯାଇଥାଏ। ତେବେ କୌଣସି ସୂଚନା ବା ତଥ୍ୟକୁ ଲକ୍ଷ ଲକ୍ଷ ବର୍ଷ ପାଇଁ ସୁରକ୍ଷିତ ରଖିବାରେ ହୀରାର କ୍ଷମତା ଅଧିକ ବିସ୍ମୟଜନକ।

ଡାଇମଣ୍ଡ୍‌ ବା ହୀରାକୁ ସାଧାରଣତଃ ଶାଶ୍ବତ ପ୍ରେମର ଏକ ସଂକେତ ଭାବେ ବିଚାର କରାଯାଇଥାଏ। ତେବେ କୌଣସି ସୂଚନା ବା ତଥ୍ୟକୁ ଲକ୍ଷ ଲକ୍ଷ ବର୍ଷ ପାଇଁ ସୁରକ୍ଷିତ ରଖିବାରେ ହୀରାର କ୍ଷମତା ଅଧିକ ବିସ୍ମୟଜନକ। ନିକଟରେ ଗବେଷକମାନେ ଏକ ହୀରା-ଭିତ୍ତିକ ତଥ୍ୟ ସଞ୍ଚୟ ପ୍ରଣାଳୀ ବିକଶିତ କରିଛନ୍ତି, ଯହିଁରେ ଏକ ଘନସେ.ମି. ପିଛା ୧.୮୫ ଟେରାବାଇଟ୍‌ସ ତଥ୍ୟ ଗଚ୍ଛିତ ହୋଇପାରୁଛି। ଏକ ଷ୍ଟାଣ୍ଡାର୍ଡ ବ୍ଳୁ-ରେ’ ଡିସ୍କ ଆକାରର ଏକ ଡାଏମଣ୍ଡ୍‌ ଅପ୍ଟିକାଲ୍‌ ଡିସ୍କରେ ୧୦୦ ଟେରାବାଇଟ୍‌ସ ଡାଟା ସୁରକ୍ଷିତ ହୋଇ ରହିପାରୁଛି, ଯାହା ୨,୦୦୦ଟି ବ୍ଳୁ-ରେ’ ଅପ୍ଟିକାଲ୍‌ ଡିସ୍କର କ୍ଷମତା ସଙ୍ଗେ ସମାନ। ଏଥି ସହିତ ଏହି ସାଧାରଣ ବ୍ଲୁ-ରେ’ ଡିସ୍କରେ କୌଣସି ତଥ୍ୟ ମାତ୍ର କେଇ ଦଶନ୍ଧି ଲାଗି ସୁରକ୍ଷିତ ରହିପାରୁଥିବା ବେଳେ ଡାଇମଣ୍ଡ୍‌ ଡିସ୍କରେ ଅନେକ ନିୟୁତ ବର୍ଷ ପାଇଁ ତାହା ରହିପାରିବ ବୋଲି ଦାବି
କରାଯାଇଛି। ସୁତରାଂ ଏହି ନୂତନ ସରଞ୍ଜାମ ଭବିଷ୍ୟତର ତଥ୍ୟ ସଞ୍ଚୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ଗବେଷକମାନେ ଏକ ନୂତନ ପ୍ରକ୍ରିୟାରେ ଲେଜର୍‌ ରଶ୍ମିକୁ ବ୍ୟବହାର କରି ହୀରାର ଆଭ୍ୟନ୍ତରୀଣ ଗଠନରେ ପରିବର୍ତ୍ତନ ଆଣିପାରିଛନ୍ତି ଯଦ୍ଦ୍ବାରା ହୀରାର ଆଣବିକ ସ୍ତରରେ ଅତି କ୍ଷୁଦ୍ର ଶୂନ୍ୟସ୍ଥାନ ସୃଷ୍ଟି ହୋଇପାରୁଛି। ଲେଜର୍‌ ରଶ୍ମିର କ୍ଷମତାକୁ ନିୟନ୍ତ୍ରଣ କରି ଗବେଷକମାନେ ହୀରାଖଣ୍ଡ ଭିତରେ ମନମୁତାବକ ସଂଖ୍ୟାଧିକ ଶୂନ୍ୟସ୍ଥାନ ସୃଷ୍ଟି କରିପାରିଛନ୍ତି, ଯାହା ତଥ୍ୟ ସଞ୍ଚୟ ଓ ପୁନରୁଦ୍ଧାର ଦିଗରେ ୯୯% ସଠିକତା ପ୍ରଦାନ କରିପାରୁଛି। ଅପରପକ୍ଷେ, ହାର୍ଡ ଡ୍ରାଇଭ୍‌ ବା ଅପ୍ଟିକାଲ୍‌ ଡିସ୍କ ପରି ସରଞ୍ଜାମର ମାନ ସମୟକ୍ରମେ ହ୍ରାସ ପାଉଥିବା ବେଳେ ଏହି ହୀରା ଡିସ୍କ ରକ୍ଷଣାବେକ୍ଷଣ ବିନା ଅଦ୍ବିତୀୟ କ୍ଷୟପ୍ରତିରୋଧକତା ପ୍ରଦର୍ଶନ କରିବା ସହ ସାଧାରଣ ତାପମାତ୍ରାରେ ନିୟୁତ ନିୟୁତ ବର୍ଷ ଧରି ତଥ୍ୟକୁ ସୁରକ୍ଷିତ ରଖିପାରିବ।
ସୌଜନ୍ୟ-ସମ୍ୱାଦ

Comments are closed.