ହୋଣ୍ଡା ଆଣିଲା ଇଲେକ୍ଟ୍ରିକ୍ ଆକ୍ଟିଭା

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବଡ଼ ଦୁଇଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଇଲେକ୍ଟ୍ରିକ୍ ଯାନ (ଇଭି) କ୍ଷେତ୍ରରେ ପ୍ରବେଶ କରିଛି। ଇଭି ଯାତ୍ରାକୁ କମ୍ପାନି ଏହାର ସବୁଠୁ ଲୋକପ୍ରିୟ ମଡେଲ୍‌ ଆକ୍ଟିଭା ସହ ଆରମ୍ଭ କରିଛି। କମ୍ପାନିର ଏହାର ଦୁଇଟି ଇଭି ମଡେଲ୍‌ ଆକ୍ଟିଭା ଇ ଓ କ୍ୟୁସି୧କୁ ଉନ୍ମୋଚନ କରିଛି। ଆକ୍ଟିଭା ଇ ସହିତ ଦୁଇଟି ହୋଣ୍ଡା ମୋବାଇଲ୍‌ ପାୱାର ପ୍ୟାକ୍‌ ବ୍ୟାଟେରି ଆସୁଛି ଯାହାକୁ ବଦଳାଇ ହେବ।

କ୍ୟୁସି୧ ମଡେଲ୍‌ରେ ଥିବା ବ୍ୟାଟେରି ସ୍ଥିର ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ଏହାର ଇଭି ମଡେଲ୍‌ଗୁଡ଼ିକୁ ଆସନ୍ତା ବର୍ଷ ଫେବ୍ରୁଆରିରୁ ବେଙ୍ଗାଲୁରୁ, ଦିଲ୍ଲୀ ଓ ମୁମ୍ବାଇରୁ ବିକ୍ରି ଆରମ୍ଭ କରିବ। ୨୦୨୫ ଜାନୁଆରିରୁ ତାହାର ବୁକିଂ ଆରମ୍ଭ ହେବ। କମ୍ପାନି ପକ୍ଷରୁ ଏହି ତିନି ସହରରେ ବ୍ୟାଟେରି ସ୍ବାପିଂ ସେବା ମଧ୍ୟ ପ୍ରଦାନ କରାଯିବ। ଆକ୍ଟିଭା ଇ ତିନିଟି ଡ୍ରାଇଭିଂ ମୋଡ୍ ଷ୍ଟାଣ୍ଡାର୍ଡ, ସ୍ପୋର୍ଟ ଓ ଇକନ୍‌ରେ ଉପଲବ୍ଧ ହେବ। ହୋଣ୍ଡା କ୍ୟୁସି୧କୁ ଦୈନନ୍ଦୀନ କାମ ପାଇଁ ଅଳ୍ପ ଦୂର ଯାତ୍ରା କରୁଥିବା ‌ଲୋକମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି। କମ୍ପାନି ପକ୍ଷରୁ ଉଭୟ ଇଭି ମଡେଲ୍‌ର ଦାମ୍ ଘୋଷଣା କରାଯାଇନାହିଁ।
ସୌଜନ୍ୟ-ସମ୍ୱାଦ

Related Articles

Back to top button