ୟୁଜରଙ୍କୁ Amazonର ବଡ଼ ଚେତାବନୀ, ଏକ ସାମାନ୍ୟ ଭୁଲ ବ୍ଲକ୍ କରିଦେବ ଆକାଉଣ୍ଟ

ନୂଆଦିଲ୍ଲୀ ୨।୨: ଇ-କମର୍ସ ପ୍ଲାଟଫର୍ମ ଆମାଜନ ଆଜିକାଲି ସବୁ ସ୍ମାର୍ଟ ଫୋନର ଅଂଶବିଶେଷ ହୋଇଯାଇଛି। କୋଟିକୋଟି ୟୁଜର ଦୈନିକ ଆମାଜନରେ ସପିଂ କରୁଛନ୍ତି ଓ ଏହାର ଆପ ମାଧ୍ୟମରେ ଅର୍ଡର, ରିଟର୍ଣ୍ଣ, କ୍ୟାନସେଲେସନ ଏବଂ ରିଫଣ୍ଡ ଭଳି ସେବାର ଲାଭ ଉଠାଉଛନ୍ତି। ହେଲେ ଆମାଜନ ଏବେ ଏପରି ୟୁଜରଙ୍କ ଲାଗି ଚେତାବନୀ ଜାରି କରିଛନ୍ତି ଯେଉଁମାନେ ଲଗାତର ଏହି ସବୁ ସୁବିଧାର ଭୁଲ ଉପଯୋଗ କରୁଛନ୍ତି। କମ୍ପାନୀ ସ୍ପଷ୍ଟ କରିଦେଇଛି ଯେ ଯଦି କେହି ୟୁଜର ଲଗାତାର ରିଟର୍ଣ୍ଣ, କ୍ୟାନସେଲେସନ ଓ ରିଫଣ୍ଡ ପଲିସି ଉଲ୍ଲଂଘନ କରୁଛନ୍ତି ତାଙ୍କ ଆକାଉଣ୍ଟ ବ୍ଲକ କରିଦିଆଯିବ।
ଆମାନଜନ ଲଗାତାର ତାର ରିଟର୍ଣ୍ଣ ଆକ୍ଟିଭିଟି ମନିଟର କରୁଛି। ଏଥିରେ କମ୍ପାନୀର ଚେତାବନୀରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏବେ ପ୍ଲାଟଫର୍ମ ସେହି କଷ୍ଟମରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବ ଯେଉଁମାନେ ଆସାଧାରଣ ଉପାୟରେ ପ୍ରଡକ୍ଟ ରିଟର୍ଣ୍ଣ କରୁଛନ୍ତି। ତେବେ ଗୋଟିଏ ବା ଦୁଇଟି ରିଟର୍ଣ୍ଣକୁ ସମସ୍ୟା ମନେ କରାଯିବ ନାହିଁ। ହେଲେ ଯଦି କୌଣସି ୟୁଜରଙ୍କ ରିଟର୍ଣ୍ଣ ହାର ଅଧିକ ହୁଏ ତେବେ ଆମାଜନ ତାଙ୍କ ଗତିବିଦ୍ଧି ଉପରେ ନଜର ରଖିବ। ବିଶେଷଜ୍ଞଙ୍କ ଅନୁସାରେ ଆମାଜନର ସିଷ୍ଟମ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର ଟ୍ରାକ କରୁଛି।
ଏହାର ଅର୍ଥ ହେଉଛି କୌଣସି ୟୁଜର ଯଦି ଗୋଟିଏ ପ୍ରଡକ୍ଟର ଅନେକ ଭାରିଆଣ୍ଟ ମଗାଇ ଅଧିକାଂଶ ଆଇଟମ ‘ନୋ ଲଙ୍ଗର ନିଡେଡ’ କହି ରିଟର୍ଣ୍ଣ କରେ ତେବେ ସେ ଆମାଜନର ନଜରରେ ପଡିପାରନ୍ତି। ରିଟର୍ଣ୍ଣ ଇ-କମର୍ସ କମ୍ପାନୀଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଥାଏ। କାରଣ ପ୍ରତ୍ୟେକ ରିଟର୍ଣ୍ଣରେ ଲଜିଷ୍ଟିକ ବାବଦ ବ୍ୟୟ, କ୍ୱାଲିଟି ଚେକ୍, ରି ପ୍ୟାକେଜିଂ, ରିସେଲ ଘାଟା ଓ ଡିସ୍ପୋଜ ଭଳି ଖର୍ଚ୍ଚ ମଧ୍ୟ ସାମିଲ ହୋଇଥାଏ।
ଲଗାତାର ହେଉଥିବା ରିଟର୍ଣ୍ଣ ଯୋଗୁ ଆମାଜନର ଅପରେସନାଲ କଷ୍ଟ ବଢିବଢି ଚାଲିଛି ଓ ପ୍ଲାଟଫର୍ମରେ ମହଜୁଦ ସେଲର୍ସଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଆମାଜନର ଉଦ୍ଦେଶ୍ୟ ହେଉଛି କଷ୍ଟମର ରିଟର୍ଣ୍ଣକୁ ମଧ୍ୟ ସପିଂର ଅଂଶବିଶେଷ ଭାବନ୍ତୁ, ହେଲେ ଏହାର ଭୁଲ ଉପଯୋଗ ନକରନ୍ତୁ । ଏହି ଚେତାବନୀ ପରେ ଯଦି ୟୁଜର ସାବଧାନ ନ ହୁଅନ୍ତି ତେବେ ତାଙ୍କ ଆକାଉଣ୍ଟ ବ୍ଲକ୍ କରିଦିଆଯିବ। ଫଳରେ ଆମାଜନ ରିଟର୍ଣ୍ଣ ଓ ରିଫଣ୍ଡ ଅଧିକାର ସୀମିତ ହୋଇଯିବ। ଆକାଉଣ୍ଟ ବ୍ଲକ୍ ହେଲେ ଅର୍ଡର, ରିଫଣ୍ଡ, ଆମାଜନ ପେ ବାଲାନ୍ସ, ଗିଫ୍ଟକାର୍ଡ ଓ ପ୍ରାଇମ ମ୍ୟୁଜିକ୍ ଭଳି ଅନ୍ୟ ସର୍ଭିସ ପର୍ଯ୍ୟନ୍ତ ୟୁଜରଙ୍କ ପହଞ୍ଚ ସମାପ୍ତ ହୋଇଯିବ।
ସୌଜନ୍ୟ Prameya News7




