Breaking News

୧୦ ଦିନ ହେବ ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ, ମିଳୁନି ପତ୍ତା

ତେଲେଙ୍ଗାନା,୩ା୩: ୧୦ ଦିନ ବିତିଲାଣି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ। ଏହି ଶ୍ରମିକମାନେ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲରେ ଫସି ରହିଛନ୍ତି। ଏଠାରେ ଫସି ରହିଥିବା ୮ ଶ୍ରମିକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ସଠିକ୍‌ ଭାବେ ମଳିପାରୁ ନାହିଁ। ଟନେଲ ଭିତରେ କେଉଁଠାରେ ଫସି ରହିଛନ୍ତି ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ହୋଇଥିଲେ ହେଁ ଏହି ୮ ଶ୍ରମିକଙ୍କ ପତ୍ତା ମିଳୁନାହିଁ। ଫେବୃଆରୀ ୨୨ରେ ଟନେଲ ଭୁଶୁଡ଼ି ପଡ଼ିବାରୁ ଉକ୍ତ ଶ୍ରମିକମାନେ ଫସି ରହିଛନ୍ତି।

 

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.