Breaking News

୧୪ବର୍ଷ ପୁରିଲା: ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ

ତତ୍କାଳୀନ ରାଜ୍ୟ ସରକାର ୨୦୧୦ ମସିହାରେ ଏହାକୁ ହୃଦୟଙ୍ଗମ କରି ଘୁ.ଉଦୟଗିରି ଠାରେ ଏକ ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଉପଖଣ୍ଡ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଏଠାରେ ହେବ ବୋଲି କହି ଭୁଆଁ ବୁଲାଇଲେ।

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଦୀର୍ଘ ବର୍ଷ ହେଲେ ମଧ୍ୟ ଅଞ୍ଚଳବାସୀଙ୍କ ଦାବିକୁ ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି। ତତ୍କାଳୀନ ରାଜ୍ୟ ସରକାର ୨୦୧୦ ମସିହାରେ ଏହାକୁ ହୃଦୟଙ୍ଗମ କରି ଘୁ.ଉଦୟଗିରି ଠାରେ ଏକ ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଉପଖଣ୍ଡ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଏଠାରେ ହେବ ବୋଲି କହି ଭୁଆଁ ବୁଲାଇଲେ। ସହରର ରାଜସ୍ବ ଡାକ ବଙ୍ଗଳାକୁ ପୁନରୁଦ୍ଧାର କରି ସେହି ଗୃହରେ ଅତିରିକ୍ତ ଉପଜିଲ୍ଲପାଳ କାର୍ଯ୍ୟାଳୟକୁ ୨୦୧୦ ଅକ୍ଟୋବର ୨୫ ତାରିଖରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଦାୟିତ୍ୱରେ ସ୍ଥାନୀୟ ତହସିଲଦାରଙ୍କୁ ଦାୟିତ୍ୱ ଦିଆଗଲା। ଜଣେ କିରାଣୀ, ଜଣେ ପିଅନ କାର୍ଯ୍ୟରେ ଯୋଗ ଦେଲେ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.